ETV Bharat / city

ଆମରଣ ଅନଶନରେ ଜିମ ମାଲିକ ସଙ୍ଘ

author img

By

Published : Jul 2, 2021, 3:03 PM IST

ଆମରଣ ଅନଶନରେ ବସିଲେ ଜିମ ମାଲିକ ସଙ୍ଘ । ଜିମ୍ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ କଲେ ନିବେଦନ । ଅଧିକ ପଢନ୍ତୁ...

ଆମରଣ ଅନଶନରେ ଜିମ ମାଲିକ ସଙ୍ଘ
ଆମରଣ ଅନଶନରେ ଜିମ ମାଲିକ ସଙ୍ଘ

ଭୁବନେଶ୍ବର: ଆମରଣ ଅନଶନରେ ବସିଲେ ଜିମ ମାଲିକ ସଙ୍ଘ । କୋରୋନା କଟକଣା କାରଣରୁ ଜିମ୍ ସେଣ୍ଟର ବନ୍ଦ ପଡିଥିବାରୁ କଟକଣା ମଧ୍ୟରେ ଜିମ୍ ଖୋଲିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଉତ୍କଳ ଜିମ୍ ଆସୋସିଏସନ ।

ଆମରଣ ଅନଶନରେ ଜିମ ମାଲିକ ସଙ୍ଘ

ରାଜ୍ୟ ତଥା ଦେଶରେ ଜାରି ରହିଛି କୋରୋନାର ଦ୍ୱିତୀୟ ଲହର । ଏହାର ପ୍ରଭାବରେ ସଂକ୍ରମଣ ଉପରେ ରୋକ ଲଗାଇବାକୁ ରାଜ୍ୟସକାର ଲକଡାଉନ, ସଟଡାଉନ ଘୋଷଣା କରିଛନ୍ତି । ଯେଉଁଥିରେ ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ମଲ, ପାର୍କ ଇତ୍ୟାଦି ବନ୍ଦ ରହିଛି । ତେବେ ଏସବୁ ମଧ୍ୟରେ ଜିମ୍ ଉପରେ ଲକଡାଉନର ବ୍ୟାପକ ପ୍ରଭାବ ପଡିଛି । ସାମାଜିକ ଦୂରତା ସମସ୍ୟା ଏବଂ ସଂକ୍ରମଣ ଆଶଙ୍କାକୁ ନେଇ ଜିମ୍ ଗୁଡିକୁ ଖୋଲିବାକୁ ଅନୁମତି ମିଳୁନାହିଁ ।

ଫଳରେ ରାଜ୍ୟରେ ଥିବା ଶହ ଶହ ଜିମରେ କାମ କରୁଥିବା କର୍ମଚାରୀଙ୍କ ସହ ଜିମ୍ ମାଲିକମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । କୋରୋନାର ପ୍ରଥମ ଲହର ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଦୀର୍ଘ ୧୫ ମାସ ହେବ ଜିମ୍ କ୍ଷେତ୍ର ପ୍ରଭାବିତ ହୋଇ ଥିବାବେଳେ ଜିମ୍ ମାଲିକମାନେ ଋଣ ବୋଝରେ ଭାରାକ୍ରାନ୍ତ ହୋଇଛନ୍ତି । ଆଜି(ଶୁକ୍ରବାର) ଠାରୁ ଜିମ ମାଲିକ ସଙ୍ଘ ରାଜଧାନୀ ସ୍ଥିତ ଲୋୟର ପିଏମଜିରେ ଆମରଣ ଅନଶନରେ ବସିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.