ETV Bharat / city

ଆସନ୍ତା 28ରୁ ଗୁରୁ ଦେବ ପ୍ରସାଦ ଦାସ ସମ୍ମାନ ସମାରୋହ

author img

By

Published : Oct 27, 2019, 3:15 AM IST

ରାଜଧାନୀରେ ଆୟୋଜିତ ହେବାକୁ ଯାଉଛି ତିନି ଦିିନିଆ ଗୁରୁ ଦେବ ପ୍ରସାଦ ଦାସ ସମ୍ମାନ ସମାରୋହ । ଏଥିରେ କଳାକ୍ଷେତ୍ରର ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତା 28 ତାରଖରୁ ଆରମ୍ଭ ହେବାକୁ ଯାଉଛି ତିନି ଦିିବସୀୟ ଗୁରୁ ଦେବ ପ୍ରସାଦ ଦାସ ସମ୍ମାନ ସମାରୋହ। ଯାହାକି ରବିନ୍ଦ୍ରମଣ୍ଡପରେ ସନ୍ଧ୍ୟା 6ଟା 30ରୁ ଆରମ୍ଭ ହୋଇ ରାତ୍ରି 10ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଆଜି ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ନିର୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି, ଆନ୍ତର୍ଜାତିକ ସ୍ତରରେ ନୃତ୍ୟକଳା ଓ ସଂସ୍କୃତି କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା 4ଜଣ ସୁନାମଧନ୍ୟ ବରିଷ୍ଠ କଳାକାର ଓ ଗୁରୁଙ୍କୁ ଗୁରୁ ଦେବ ପ୍ରସାଦ ଦାସ ସମ୍ମାନ ପ୍ରଦାନ କରାଯିବ। ସେମାନେ ହେଉଛନ୍ତି, ପଦ୍ମବିଭୂଷଣ ଗୁରୁ ଭିପି ଧନଞ୍ଜୟ ଏବଂ ଶାନ୍ତା ଧନଞ୍ଜୟ(ଭାରତନାଟ୍ୟମ), ଦୁର୍ଗା ଚରଣ ରଣବୀର(ଓଡିଶୀ),୩-ପଣ୍ଡିତ ରାଘବ ରାଜ ଭଟ ଏବଂ ମଙ୍ଗଳା ଭଟ(କଥକ) ଓ ଡକ୍ଟର ନିତା ବିଦ୍ୟାର୍ଥୀ (କଳା ସମୀକ୍ଷକ)।

ସେହିପରି 4ଜଣ ଉଦୀୟମାନ ଯୁବ ପ୍ରତିଭାଙ୍କୁ ଗୁରୁ ଦେବ ପ୍ରସାଦ ଦାସ ପ୍ରତିଭା ସମ୍ମାନରେ ମଧ୍ୟ ସମ୍ମାନିତ କରାଯିବ। ସେମାନେ ହେଉଛନ୍ତି, ବିନାୟକ ପଣ୍ଡା (ଓଡିଶା), ଅମ୍ରିତା ଦାସ(ପଶ୍ଚିମବଙ୍ଗ), ରଥୀ ମଲ୍ହାର ଗୋବିନ୍ଦ ରାଜୁ(ମାଲେସିୟା) ଓ ଅତସୀ ମିଶ୍ର (ଓଡିଶା)। ଏହା ଅବସରରେ ସମ୍ମାନିତ ହେବାକୁଥିବା କଳାକାର ଓ ତ୍ରିଧାର ଅନୁଷ୍ଠାନର କଳାକାରମାନେ ସେମାନଙ୍କ ନୃତ୍ୟ ଓ ସଙ୍ଗୀତର ପ୍ରଦର୍ଶନ କରିବେ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆସନ୍ତା 28 ତାରଖରୁ ଆରମ୍ଭ ହେବାକୁ ଯାଉଛି ତିନି ଦିବସିୟ ଗୁରୁ ଦେବ ପ୍ରସାଦ ଦାସ ସମ୍ମାନ ସମାରୋହ।ଯାହାକି ରବିନ୍ଦ୍ରମଣ୍ଡପରେ ସନ୍ଧ୍ୟା 6ଟା 30 ରୁ ଆରମ୍ଭ ହୋଇ ରାତ୍ରି 10ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।

Body:ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଆଜି ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ନିର୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି।ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି କି ଆନ୍ତର୍ଜାତିକ ସ୍ତରରେ ନୃତ୍ୟକଳା ଓ ସଂସ୍କୃତି କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା 4ଜଣ ସ୍ୱନାମଧନ୍ୟ ବରିଷ୍ଠ କଳାକାର ଓ ଗୁରୁଙ୍କୁ ଗୁରୁ ଦେବ ପ୍ରସାଦ ଦାସ ସମ୍ମାନ ପ୍ରଦାନ କରାଯିବ।ସେମାନେ ହେଉଛନ୍ତି 1-ପଦ୍ମବିଭୂଷଣ ଗୁରୁ ଭିପି ଧନଞ୍ଜୟ ଏବଂ ଶାନ୍ତା ଧନଞ୍ଜୟ(ଭାରତନାଟ୍ୟମ),2-ଦୁର୍ଗା ଚରଣ ରଣବୀର(ଓଡିଶୀ),୩-ପଣ୍ଡିତ ରାଘବ ରାଜ ଭଟ ଏବଂ ମଙ୍ଗଳା ଭଟ(କଥକ) ଓ4-ଡକ୍ଟର ନିତା ବିଦ୍ୟାର୍ଥୀ(କଳା ସମୀକ୍ଷକ)।ସେହିପରି 4ଜଣ ଉଦିୟମାନ ଯୁବ ପ୍ରତିଭାଙ୍କୁ ଗୁରୁ ଦେବ ପ୍ରସାଦ ଦାସ ପ୍ରତିଭା ସମ୍ମାନ ରେ ମଧ୍ୟ ସମ୍ମାନିତ କରାଯିବ।ସେମାନେ ହେଉଛନ୍ତି1-ବିନାୟକ ପଣ୍ଡା (ଓଡିଶା),2-ଅମ୍ରିତା ଦାସ(ପଶ୍ଚିମବଙ୍ଗ),3-ରଥୀ ମଲ୍ହାର ଗୋବିନ୍ଦ ରାଜୁ(ମାଲେସିୟା)ଓ4-ଅତସୀ ମିଶ୍ର(ଓଡିଶା)।
ଏହା ଅବସରରେ ସମ୍ମାନିତ ହେବାକୁଥିବା କଳାକାର ଓ ତ୍ରିଧାର ଅନୁଷ୍ଠାନର କଳାକାରମାନେ ସେମାନଙ୍କ ନୃତ୍ୟ ଓ ସଙ୍ଗୀତର ପ୍ରଦର୍ଶନ କରିବେ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।
ବାଇଟ-ଗୁରୁ ଗଜେନ୍ଦ୍ର ପଣ୍ଡା,
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.