ଭୁବନେଶ୍ବର: କୋଭିଡ ନିୟମ ଭିତରେ ସ୍ବାଧୀନତା ଦିବସ କିପରି ପାଳନ ହେବ ସେନେଇ ନିର୍ଦେଶନାମା ଜାରି କରିଛି ଗୃହ ବିଭାଗ । ସକାଳ 9ଟା ପରେ ଜାତୀୟ ପତାକା ଉତ୍ତୋଳନ ହେବ । ଗୋଟିଏ କିମ୍ବା ଦୁଇଟି ପୋଲିସ ବାହିନୀ ମୁଖ୍ୟ ଅତିଥିଙ୍କ ସ୍ବାଗତ ପାଇଁ ନିୟୋଜିତ ହେବେ । ଚଳିତବର୍ଷ ମହାମାରୀ ସ୍ଥିତିକୁ ନଜରରେ ରଖି ପ୍ୟାରେଡ ହେବନାହିଁ ବୋଲି ନିଷ୍ପତ୍ତି ହୋଇଛି ।
![independence day celebration amid pandemic, independence day, bhubaneswar latest news, guidelines for independence day celebration, କୋରୋନାରେ ସ୍ବାଧୀନତା ଦିବସ ପାଳନ, ସ୍ବାଧୀନତା ଦିବସ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍, ସ୍ବାଧୀନତା ଦିବସ ପାଳନ ନେଇ ଗାଇଡଲାଇନ](https://etvbharatimages.akamaized.net/etvbharat/prod-images/od-bbs-1-guidelinesforindependenceday-avo-7205239_11082020095930_1108f_1597120170_398.jpg)
ତେବେ ଚଳିତବର୍ଷ ସ୍ବାଧିନତା ଦିବସ ପାଳନରେ ସାଧାରଣ ଲୋକେ ସାମିଲ ହେବେ ନାହିଁ । ଅତିଥି ସଂଖ୍ୟା 50ରୁ 75 ରହିବ । ସେମାନଙ୍କ ମଧ୍ୟରେ 15ରୁ 20 ଜଣ କୋଭିଡ ଯୋଦ୍ଧା ରହିବେ । ପତାକା ଉତ୍ତୋଳନ ସ୍ଥାନକୁ ପ୍ରଥମେ ସାନିଟାଇଜ କରାଯିବ । ଏଥିସହ ପ୍ରବେଶ ପଥରେ ସାନିଟାଇଜର ରହିବ । ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି । ଅନଲାଇନ କୁଇଜ, ରଚନା ପ୍ରତିଯୋଗିତା ହୋଇପାରିବ। ବୃକ୍ଷ ରୋପଣ ବି ହୋଇପାରିବ।
ଏହି ନିୟମ ରାଜ୍ୟ, ଜିଲ୍ଲା ତଥା ବ୍ଲକସ୍ତରରେ ଏହି ନିୟମ ଲାଗୁ ହେବା ନେଇ ସ୍ପଷ୍ଟ ହୋଇଛି ।
ଭୁବରନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ