ETV Bharat / city

ମାଛକୁଣ୍ଡ ତୃଟି ପ୍ରସଙ୍ଗକୁ ଦୁର୍ଭାଗ୍ୟଜନକ କହିଲା ଅଭିଭାବକ ମହାସଂଘ

ଦଶମ ଶ୍ରେଣୀ ଭୂଗୋଳ ବହିରେ ସାଂଘାତିକ ତୃଟି । କୋରାପୁଟ ବଦଳରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଆନ୍ଧ୍ରର ଉଲ୍ଲେଖ । ମାଛକୁଣ୍ଡ ତୃଟି ପ୍ରସଙ୍ଗକୁ ଦୁର୍ଭାଗ୍ୟଜନକ କହିଲା ଅଭିଭାବକ ମହାସଂଘ । ଅଧିକ ପଢ଼ନ୍ତୁ

guardians union vice president said on wrong information in 10th class book over machhakunda
ମାଛକୁଣ୍ଡ ତୃଟି ପ୍ରସଙ୍ଗ, ଦୁର୍ଭାଗ୍ୟଜନକ କହିଲା ଅଭିଭାବକ ମହାସଂଘ
author img

By

Published : Aug 26, 2022, 9:03 PM IST

ଭୁବନେଶ୍ବର: ଦଶମ ଶ୍ରେଣୀର ଭୂଗୋଳ ବହିରେ ସାଂଘାତିକ ତୃଟି । ଯାହା ଓଡ଼ିଶା-ଆନ୍ଧ୍ର ବିବାଦକୁ ଆଉ ଟିକେ ଖୋରାକ ଯୋଗାଇଛି । ଏହି ଭୁଲ ଖୋଦ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପ୍ରକାଶିତ ଦଶମ ଶ୍ରେଣୀର ଭୂଗୋଳ ଓ ଅର୍ଥନୀତି ବହିରେ (10th class geography book) ଦେଖିବାକୁ ମିଳିଛି । ମାଛକୁଣ୍ଡ ଜଳପ୍ରପାତ ଓଡ଼ିଶାରେ ନୁହେଁ ବରଂ ଆନ୍ଧ୍ର ପ୍ରଦେଶର ବୋଲି ପୁସ୍ତକରେ ପ୍ରକାଶ ପାଇଛି (wrong information in 10th class book over machhakunda) । 2018ରେ ପ୍ରକାଶିତ ପୁସ୍ତକରେ ଏହି ତୃଟି ହୋଇଥିଲେ ମଧ୍ୟ ଚଳିତ ବର୍ଷ ଏଥିରେ ସଂଶୋଧନ ହୋଇନାହିଁ । ଫଳରେ ଏହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି ।

ମାଛକୁଣ୍ଡ ତୃଟି ପ୍ରସଙ୍ଗ

ଗୋଟିଏ ପଟେ ଆନ୍ଧ୍ର ପକ୍ଷରୁ ଓଡ଼ିଶାରେ ଅନୁପ୍ରବେଶ ଓ ଅନ୍ୟପଟେ ପାଠ୍ୟପୁସ୍ତକରେ ତୃଟି ମାଧ୍ୟମରେ ମାଛକୁଣ୍ଡକୁ ଆନ୍ଧ୍ର ହାତରେ ଟେକି ଦିଆଯାଇଛି । 2018 ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ଦଶମ ଶ୍ରେଣୀ ଭୂଗୋଳ ଓ ଅର୍ଥନୀତି ପୁସ୍ତକର ପୃଷ୍ଠା ନମ୍ବର 69ରେ ଦେଶର ବିଭିନ୍ନ ଜଳ ବିଦ୍ୟୁତ ପ୍ରକଳ୍ପର ତାଲିକା ରହିଛି । ସେହି ତାଲିକାର ଶୀର୍ଷରେ ଆନ୍ଧ୍ରପ୍ରଦେଶର ମାଛକୁଣ୍ଡ ପ୍ରକଳ୍ପ ସମ୍ପର୍କରେ ଉଲ୍ଲେଖ କରି ପଛକୁ ଅନ୍ୟ ଚାରୋଟି ପ୍ରକଳ୍ପର ନାମ ଯଥା ନାଗାର୍ଜୁନ ସାଗର, ନିଜାମ ସାଗର, ସିଲେରୁ, ଶ୍ରୀଶୈଳମ ଆଦି ଦେଖିବାକୁ ମିଳିଛି । ସାରା ରାଜ୍ୟର ଛାତ୍ରଛାତ୍ରୀ ଏହି ତୃଟିପୂର୍ଣ୍ଣ ତଥ୍ୟ ସମ୍ବଳିତ ଭୂଗୋଳ ବହି ଗତ 4ବର୍ଷ ହେଲା ପଢ଼ୁଛନ୍ତି । ଓଡ଼ିଶାର ଭୌଗୋଳିକ ସ୍ଥିତି ଏବଂ ଉପଲବ୍ଧି ସଂପର୍କରେ ସ୍କୁଲସ୍ତରରେ ଏମିତି ଭୁଲ ସୂଚନା ଦିଆଯାଉଛି । ବିଡ଼ମ୍ବନା ହେଲା 2022 ମସିହାରେ ଏହି ପାଠ୍ୟ ପୁସ୍ତକର ସଂଶୋଧିତ (ପରିମାର୍ଜିତ) ସଂସ୍କରଣ ପ୍ରକାଶ ପାଇଥିଲେ ସୁଦ୍ଧା ତୃଟିଗୁଡ଼ିକ ପୂର୍ବ ଭଳି ରହିଛି । ସେପଟେ ୟୁନିଟ-୧ ସ୍କୁଲର ପ୍ରଧାନ ଶିକ୍ଷୟାତ୍ରୀ କହିଛନ୍ତି, " ଛାତ୍ରଛାତ୍ରୀ ବର୍ତ୍ତମାନ 2019 ମସିହାର ବହି ପଢୁଛନ୍ତି । ଆମ ପାଖକୁ କୌଣସି ନୂଆ ବହି ଆସିନାହିଁ । ମାଛକୁଣ୍ଡ ବାବଦରେ ଭୂଗୋଳ ଶିକ୍ଷକ ପିଲାଙ୍କୁ ଅବଗତ କରାଇଛନ୍ତି । ପ୍ରିଣ୍ଟିଂ ମିଷ୍ଟେକ ହୋଇଥିବା କହି ଓଡିଶାରେ ମାଛକୁଣ୍ଡ ଅଛି ବୋଲି କହିଛୁ ।"

ଏହାବି ପଢନ୍ତୁ: ଦଶମ ଶ୍ରେଣୀ ବହିରେ ଗୁରୁତର ତୃଟି, କୋରାପୁଟ ବଦଳରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଆନ୍ଧ୍ରର ଉଲ୍ଲେଖ

ଅନ୍ୟପଟେ ଅଭିଭାବକ ମହାସଂଘର ଉପ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ (guardians union vice president prasanna bisoi) କହିଛନ୍ତି, "ଘଟଣାଟି ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ । ଏହି ତୃଟି ରାଜ୍ୟରେ ଶିକ୍ଷା ବିଭାଗର ବିକଳ ଚିତ୍ର ସୂଚାଉଛି । 4 ବର୍ଷ ହେଲା ଦଶମ ପିଲା ଭୁଲ ପାଠ ପଢୁଛନ୍ତି ତେବେ ସର୍ବ ଭାରତରେ ଓଡିଶାର ପିଲାମାନେ କିଭଳି ଭାବରେ ସଫଳ ହେବେ ବୋଲି ଭାବିବା । ବହି ଲେଖିବା ପାଇଁ ଯେଉଁ କମିଟି ରହିଛି ସେଥିରେ ଅବସର ପ୍ରାପ୍ତ ଶିକ୍ଷାବିତ ମାନେ ରହି ନିଷ୍ପତିକୁ ଗ୍ରହଣ କରନ୍ତୁ ।" ସୂଚନା ଅନୁଯାୟୀ, ପୂର୍ବରୁ ଏଭଳି ଅନେକ ଗୁଡିଏ ବହିରୁ ତୃଟି ରହିଥିବା ନଜରକୁ ଆସିଥିଲା । ପରବର୍ତ୍ତୀ ସମୟରେ ଏହାକୁ ସମାଧାନ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.