ETV Bharat / city

ଫନି ପରେ ଫେରିବ ସବୁଜିମା, ସବୁଜ ସଂକଳ୍ପ ଅଭିଯାନ ଆରମ୍ଭ - ଏଚଡିଏଫସି ବ୍ୟାଙ୍କ

ଫନି କ୍ଷତିଗ୍ରସ୍ତ ଅଞ୍ଚଳରେ ପୁଣି ଥରେ ସବୁଜିମା ଫେରାଇ ଆଣିବାକୁ ସରକାର ସବୁଜ ସଂକଳ୍ପ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ 25ଟି ଭ୍ରାମ୍ୟମାଣ ଗାଡ଼ିରେ ସଂଗୃହୀତ ବୃକ୍ଷଚାରାକୁ ସହରବାସୀଙ୍କ ମଧ୍ୟରେ ମାଗଣାରେ ବଣ୍ଟନ କରାଯିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 18, 2019, 5:51 PM IST

ଭୁବନେଶ୍ବର: ବାତ୍ୟା ଫନି ଦ୍ବାରା ଭୁବନେଶ୍ବର, କଟକ ଓ ପୁରୀ ଅଞ୍ଚଳରେ ଅନେକ ଗଛ ନଷ୍ଟ ହୋଇଥିଲା । ସେହିସବୁ ଅଞ୍ଚଳରେ ପୁଣି ଥରେ ସବୁଜିମା ଫେରାଇ ଆଣିବାକୁ ସରକାର ସବୁଜ ସଂକଳ୍ପ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକମାନଙ୍କ ପାଖରେ ଗଛର ଚାରା ପହଞ୍ଚାଇ ଦିଆଯିବ । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି । 25ଟି ଭ୍ରାମ୍ୟମାଣ ଗାଡ଼ିରେ ସଂଗୃହୀତ ବୃକ୍ଷଚାରାକୁ ଲୋକମାନଙ୍କୁ ମାଗଣାରେ ବଣ୍ଟନ କରାଯିବ। ଯାହାକୁ ପ୍ରଭାବିତ ଅଞ୍ଚଳବାସୀ ନିଜ ବାଡ଼ି ବଗିଚା କିମ୍ବା ରାସ୍ତାକଡ଼ ଖୋଲା ସ୍ଥାନ ମାନଙ୍କରେ ରୋପଣ କରି ପୂର୍ବର ସବୁଜିମା ଫେରାଇ ଆଣିବାରେ ସହଯୋଗ କରିବେ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଚାରି ଦିନ ବ୍ୟାପି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ 5 ଲକ୍ଷ ବିଭିନ୍ନ ପ୍ରକାର ଫଳ, ପୁଷ୍ପ ଓ ଛାୟା ପ୍ରଦାନକାରୀ ଚାରା ବଣ୍ଟନ କରାଯିବ ବୋଲି ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ କହିଛନ୍ତି । ଯେଉଁଥିରୁ ସହରାଞ୍ଚଳରେ ଜଣେ ସର୍ବାଧିକ 5ଟି ଓ ସହରତଳି ଅଞ୍ଚଳର ଲୋକ ପାଇଁ ସର୍ବାଧିକ 10ଟି ଚାରା ମାଗଣାରେ ନେବାର ବ୍ୟବସ୍ଥା ହୋଇଛି। ଏହିସବୁ କାର୍ଯ୍ୟକ୍ରମର ସମସ୍ତ ଖର୍ଚ୍ଚ ଏଚଡିଏଫସି ବ୍ୟାଙ୍କ ତାର ସିଏସଆର ପାଣ୍ଠିରୁ ଖର୍ଚ୍ଚ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସମସ୍ତ ଚାରା ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମର ସୁଯୋଗ ନେଇ ସମସ୍ତ ଜନସାଧାରଣ ନିଜ ବାଡ଼ିରେ ଗଛ ଲଗାଇବା ସହିତ ପରିବେଶକୁ ସବୁଜିମା କରିବା ପାଇଁ ଆଗେଇ ଆସିବାକୁ ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି।

ଆଜିର ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟାନ୍ୟ ସରକାରୀ ଅଧିକାରୀ ଓ ଏଚଡିଏଫସି ବ୍ୟାଙ୍କର ଅଧିକାରୀମାନେ ଫରେଷ୍ଟ ପାର୍କ ପରିସରରେ ଚାରାରୋପଣ ପୂର୍ବକ ସବୁଜ ସଂକଳ୍ପର ଶୁଭାରମ୍ଭ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ବାତ୍ୟା ଫନି ଦ୍ୱାରା ଭୁବନେଶ୍ୱର,କଟକ ଓ ପୁରୀ ଅଞ୍ଚଳରେ ଅନେକ ସବୁଜିମା ନଷ୍ଟ ହୋଇଥିଲା।ସେହି ସବୁ କ୍ଷତିଗ୍ରସ୍ତ ଅଞ୍ଚଳରେ ପୁଣି ଥରେ ସବୁଜିମା ଫେରାଇ ଆଣିବାକୁ ସରକାର ସଂକଳ୍ପ ନେଇଛନ୍ତି।ଯେଉଁଥିପାଇଁ ସେହିସବୁ ଅଞ୍ଚଳରେ ଲୋକମାନଙ୍କ ନିକଟରେ ବୃକ୍ଷଚାରା ପହଞ୍ଚାଇବା ପାଇଁ ଆଜି ଭ୍ରାମ୍ୟମାଣ ମୋଟରଯାନର ଶୁଭାରମ୍ଭ ହୋଇଛି।

Body:ସ୍ଥାନୀୟ ଫରେଷ୍ଟ ପାର୍କ ନିକଟରୁ ଆଜି ପୂର୍ବାହ୍ନ ରେ ରାଜ୍ୟ ସରକାରଙ୍କ ମୁଖ୍ୟ ସାଶନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।25ଟି ଭ୍ରାମ୍ୟମାଣ ଗାଡ଼ିରେ ସଂଗୃହିତ ବୃକ୍ଷଚାରାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇ ମାଗଣାରେ ବଣ୍ଟନ କରାଯିବ।ଯାହାକୁ ଲୋକମାନେ ନିଜ ବାଡ଼ି ବଗିଚା କିମ୍ବା ରାସ୍ତାକଡ଼ ଖୋଲା ସ୍ଥାନ ମାନଙ୍କରେ ରୋପଣ କରି ପୂର୍ବ ର ସବୁଜିମା ଫେରାଇ ଆଣିବାରେ ସହଯୋଗ କରିବେ ଶ୍ରୀ ପାଢ଼ୀ କହିଛନ୍ତି।
ଚାରି ଦିନ ବ୍ୟାପି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ 5 ଲକ୍ଷ ବିଭିନ୍ନ ପ୍ରକାର ଫଳ,ପୁଷ୍ପ ଓ ଛାୟା ପ୍ରଦାନକାରୀ ଚାରା ବଣ୍ଟନ କରାଯିବ ବୋଲି
ରାଜ୍ୟ ମୁଖ୍ୟ ବନସଂରକ୍ଷକ ସନ୍ଦୀପ ତ୍ରିପାଠୀ କହିଛନ୍ତି।ଯେଉଁଥିରୁ ସହରାଞ୍ଚଳରେ ଜଣେ ସର୍ବାଧିକ 5ଟି ଓ ସହରତଳି ଅଞ୍ଚଳର ଲୋକ ପାଇଁ ସର୍ବାଧିକ 10ଟି ଚାରା ମାଗଣାରେ ନେବାର ବ୍ୟବସ୍ଥା ହୋଇଛି।ଏହିସବୁ କାର୍ଯ୍ୟକ୍ରମ ର ସମସ୍ତ ଖର୍ଚ୍ଚ ଏଚଡିଏଫସି ବ୍ୟାଙ୍କ ତାର ସିଏସଆର ପାଣ୍ଠିରୁ ଖର୍ଚ୍ଚ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସମସ୍ତ ଚାରା ପ୍ରଦାନ କରାଯାଉଛି।ଏହି କାର୍ଯ୍ୟକ୍ରମର ସୁଯୋଗ ନେଇ ସମସ୍ତ ଜନସାଧାରଣ ନିଜ ବାଡ଼ିରେ ଗଛ ଲଗାଇବା ସହିତ ପରିବେଶ କୁ ସବୁଜିମା କରିବା ପାଇଁ ଆଗେଇ ଆସିବାକୁ ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି।ଆଜିର ଏହି ଉଦ୍ଘାଟନୀ ଉତ୍ସବ ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀଙ୍କ ସମେତ ଅନ୍ୟାନ୍ୟ ସରକାରୀ ଅଧିକାରୀ ଓ ଏଚଡିଏଫସି ବ୍ୟାଙ୍କ ର ଅଧିକାରୀମାନେ ଫରେଷ୍ଟ ପାର୍କ ପରିସରରେ ଚାରା ରୋପଣ ପୂର୍ବକସବୁଜ ସଂକଳ୍ପ ର ଶୁଭାରମ୍ଭ କରିଛନ୍ତି।
ବାଇଟ-ମୁଖ୍ୟ ଶାସନ ସଚିବ-ଆଦିତ୍ୟ ପ୍ରସାଦ ପାଢୀ
ବାଇଟ-ମୁଖ୍ୟ ବନ ସଂରକ୍ଷକ-ସନ୍ଦୀପ ତ୍ରିପାଠୀ
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.