ETV Bharat / city

ବେଆଇନ ବାଣ ବିକ୍ରି ଓ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ, ନିର୍ଦ୍ଦେଶ ଦେଲେ ମୁଖ୍ୟଶାସନ ସଚିବ - Chief Secretary on diwali guideline

ସବୁଜ ବାଣ ବିକ୍ରି ଓ ବ୍ୟବହାର ସମ୍ବନ୍ଧିତ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିଶନର ଗାଇଡଲାଇନ ଜାରି କରିଛନ୍ତି । ଅଧିକ ପଢନ୍ତୁ...

Green crackers in Diwali this time: Chief Secretary Ordered to Take strong action against sale and use of illegal selling
ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ବେଆଇନ୍‌ ବାଣ ବିକ୍ରି ଓ ବ୍ୟବହାର ବିରୁଦ୍ଧରେ ନିଅ ଦୃଢ଼ କାର୍ଯ୍ୟାନୁଷ୍ଠାନ
author img

By

Published : Nov 2, 2021, 7:39 PM IST

ଭୁବନେଶ୍ବର: ସବୁଜ ବାଣ ବିକ୍ରି ଓ ବ୍ୟବହାର ପାଇଁ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିଶନର ଗାଇଡଲାଇନ ଜାରି କରିଛନ୍ତି । ଗାଇଡଲାଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାପାଳ ଏବଂ ଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Green crackers in Diwali this time: Chief Secretary Ordered to Take strong action against sale and use of illegal selling
ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ବେଆଇନ୍‌ ବାଣ ବିକ୍ରି ଓ ବ୍ୟବହାର ବିରୁଦ୍ଧରେ ନିଅ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଲୋକସେବା ଭବନରୁ ଆଜି(ମଙ୍ଗଳବାର) ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ଦୀପାବଳୀ ପ୍ରସ୍ତୁତି ବାବଦରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ମହାମାରୀ ସମୟରେ ଜନସାଧାରଣଙ୍କ ସ୍ବାସ୍ଥ୍ୟ ଏବଂ କୋଭିଡ୍‌ରୁ ସୁସ୍ଥ ହେଉଥିବା ଲୋକମାନଙ୍କର କୋଭିଡ଼ ପରବର୍ତ୍ତୀ ଯତ୍ନ ଅଧିକ ଗୁରୁତ୍ଵପୂର୍ଣ୍ଣ । ସାଧାରଣ ସ୍ବାସ୍ଥ୍ୟ ଏବଂ ଉତ୍ସବ ପାଳନ ମଧ୍ୟରେ ସମନ୍ବୟ ରହିବା ଆବଶ୍ୟକ । କେବଳ ପେଟ୍ରୋଲିୟମ୍ ବିସ୍ଫୋରକ ନିରାପତ୍ତା ସଂସ୍ଥା (ପେସୋ)ଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ସବୁଜ ବାଣ ବିକ୍ରି ଓ ବ୍ୟବହାର ହୋଇପାରିବ କହିଛନ୍ତି ମୁଖ୍ୟ ଶାସନ ସଚିବ ।

କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କଠାରୁ ଲାଇସେନ୍ସ ନନେଇ କୌଣସି ଦୋକାନୀ ବା ବ୍ୟକ୍ତି ସବୁଜବାଣ ମଧ୍ୟ ବିକ୍ରି କରିପାରିବେ ନାହିଁ । କେବଳ ଜିଲ୍ଲାପାଳ ଏବଂ ପୌରାଞ୍ଚଳର ପୋଲିସ୍ କମିଶନର ମାନେ ଲାଇସେନ୍ସ ଦେଇପାରିବେ । କୌଣସି ବ୍ୟକ୍ତି ରାସ୍ତା ବା ସର୍ବସାଧାରଣ ସ୍ଥାନରେ ବାଣ ଫୁଟାଇ ପାରିବେ ନାହିଁ । କେବଳ ସବୁଜ ବାଣକୁ ଦୀପାବଳୀ ଦିନ ସଂଧ୍ୟା ୮.୦୦ରୁ ୧୦.୦୦ ମଧ୍ୟରେ ନିଜ ଘରର ପାଚେରୀ ସୀମା ମଧ୍ୟରେ ଫୁଟାଇ ପାରିବେ । ସର୍ବୋଚ୍ଚ ନ୍ୟାୟାଳୟ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିଷୟରେ ସୂଚନା ଦେଇ ଉନ୍ନୟନ କମିଶନର ଏବଂ ସ୍ବତନ୍ତ୍ର ରିଲିଫ୍ କମିଶନ ପ୍ରଦୀପ କୁମାର ଜେନା କହିଛନ୍ତି, "କେବଳ ମାତ୍ର ସବୁଜ କୋର୍ଡ ବା ମାର୍କ ଦେଖାଇ କୌଣସି ବାଣ ବିକ୍ରି ବା ବ୍ୟବହାର କରାଯାଇ ପାରିବ ନାହିଁ । ବାଣ ବ୍ୟବସାୟୀମାନଙ୍କ ଦ୍ବାରା ଦେଖାଯାଇଥିବା ସାର୍ଟିଫିକେଟ୍‌ର ପେସୋ ସାର୍ଟିଫିକେଟ୍ କି ନୁହେଁ ତାହା ପରୀକ୍ଷା କରାଯିବା ଆବଶ୍ୟକ ।

ପେସୋ ବିଭିନ୍ନ ପ୍ରକାର ସବୁଜ ବାଣ ଏବଂ ସେସବୁକୁ ଉତ୍ପାଦନ କରୁଥିବା କାରଖାନାର ନାମ ତାଲିକା ଚୁଡ଼ାନ୍ତ କରିଛନ୍ତି । ବାଣ ବେପାରୀ ମାନେ ଦେଖାଉଥବା ସାର୍ଟିଫିକେଟ୍ ପେସ୍କୋ ସଂସ୍ଥା ମାଧ୍ୟମରେ ତନଖି କରି ବିକ୍ରି ପାଇଁ ଅନୁମତି ଦିଆଯିବ ।ସବୁଜ ବାଣର ବିକ୍ରି ବିଭିନ୍ନ ସ୍ଥାନରେ ହୋଇ ପାରିବ ନାହିଁ । କେବଳ ଜିଲ୍ଲାପାଳ ଏବଂ ପୋଲିସ୍ କମିଶନର ମାନଙ୍କ ଦ୍ବାରା ନିର୍ଦ୍ଧାରିତ ସ୍ଥାନରେ ଏହାର କିଣା-ବିକ୍ରି ହୋଇପାରିବ । ପ୍ରତ୍ୟେକ ଥାନା, ଫାଣ୍ଡି ଏବଂ କ୍ଷେତ୍ରସ୍ତରୀୟ ପୋଲିସ୍ ଅଧିକାରୀମାନଙ୍କୁ ସବୁଜ ବାଣର ବିକ୍ରି ଓ ବ୍ୟବହାର ସମ୍ବନ୍ଧିତ ନିର୍ଦ୍ଦେଶାବଳୀ ବିଷୟରେ ସଠିକ୍ ଭାବେ ସଚେତନ କରାଇବା ପାଇଁ ପୋଲିସ୍ ଡିଜି ଶ୍ରୀ ଅଭୟ ଏସ୍.ପି.ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଥାନା ଓ ୱାର୍ଡ ସ୍ତରରେ ଜୋରଦାର ପାଟ୍ରୋଲିଂ ସହ ବାଣ ଦୋକାନ ଗୁଡ଼ିକର କ୍ଷେତ୍ରସ୍ତରୀୟ ଯାଞ୍ଚକୁ କଡାକଡି କରିବାକୁ ମଧ୍ୟ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପି ଏବଂ ପୌରାଞ୍ଚଳର ପୋଲିସ୍ କମିଶନରମାନେ ସବୁଜ ବାଣର ବିକ୍ରୀ ଓ ବ୍ୟବହାର ନିଶ୍ଚିତ କରାଇବା ପାଇଁ ନେଇଥିବା କ୍ଷେତ୍ରସ୍ତରୀୟ ପଦକ୍ଷେପ ବିଷୟରେ ଅବଗତ କରାଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.