ETV Bharat / city

ମହାମାରୀ ମହାସଙ୍କଟରେ ଭୋକିଲା ପେଟକୁ ଆହାର

ମହାମାରୀର କରାଳ ପରିସ୍ଥିତିରେ ମହାନତା ଦେଖାଇଛନ୍ତି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ । କିଏ କୋରୋନା ଆକ୍ରାନ୍ତ ପରିବାରକୁ ଖାଦ୍ୟ ପୁଡିଆ ବାଣ୍ଟୁଛି ତ ଆଉ କିଏ ରାସ୍ତା କଡରେ ଭୋକ ବିକଳରେ ଆଉଟ ପାଉଟ ହେଉଥିବା ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଉଛନ୍ତି । ଅଧିକ ପଢନ୍ତୁ...

author img

By

Published : May 5, 2021, 7:20 PM IST

ମହାମାରୀ ମହାସଙ୍କଟରେ ଭୋକିଲା ପେଟକୁ ଆହାର
ମହାମାରୀ ମହାସଙ୍କଟରେ ଭୋକିଲା ପେଟକୁ ଆହାର

ଭୁବନେଶ୍ବର: ମହାମାରୀର କରାଳ ପରିସ୍ଥିତିରେ ମହାନତା ଦେଖାଇଛନ୍ତି ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ଯୁବକ । ବାଣ୍ଟୁଛନ୍ତି ମାଗଣା ଖାଦ୍ୟ । କୋରୋନା ସଂକ୍ରମିତ ପରିବାରକୁ ମାଗଣା ଖାଦ୍ୟ ଯୋଗାଣ ବ୍ୟବସ୍ଥା ପାଇଁ ଆଗକୁ ଆସିଛନ୍ତି ସେ ।

ମହାମାରୀର କରାଳ ପରିସ୍ଥିତି, ମହାନତା ଦେଖାଉଛନ୍ତି ସ୍ବେଚ୍ଛାସେବୀ ସଂଗଠନ

ରାଜ୍ୟରେ ବର୍ତ୍ତମାନ ତାଣ୍ଡବ ରଚୁଛି ମହାମାରୀ କୋରୋନା । କୌଣସି ପରିବାର କୋରୋନାରେ ଆକ୍ରାନ୍ତ ହେଲେ ନା ସେମାନେ ବାହାରକୁ ଆସି ପାରୁଛନ୍ତି ନା ଅନ୍ୟ କେହି ସେମାନଙ୍କ ଘରକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ଆକ୍ରାନ୍ତଙ୍କ ପରିବାରକୁ ଖାଦ୍ୟ ଯୋଗାଇବା ପାଇଁ ଅଣ୍ଟା ଭିଡିଛନ୍ତି ‘Buzzy Flavours’ ରେଷ୍ଟୁରାଣ୍ଟ ଆଉ ‘‘ଭଏସ ଅଫ ଭିକ୍ଟିମ’’ ନାମକ ଏନଜିଓ ସଂସ୍ଥା । ଏନେଇ ଏକ ହ୍ଵାଟ୍ସଆପ ନମ୍ବର ମାଧ୍ୟମରେ ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରେ କେହି କୋରୋନା ଆକ୍ରାନ୍ତ ପରିବାର ଯୋଗାଯୋଗ କଲେ ସେମାନଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି ଖାଦ୍ୟ ପୁଡିଆ ।

ତେବେ ବର୍ତ୍ତମାନ କୋରୋନାର ଦ୍ଵିତୀୟ ଲହର ପ୍ରଭାବରେ ବହୁ ସଂଖ୍ୟାରେ ସଂକମିତ ବଢୁଛନ୍ତି । କେତେକ ଆକ୍ରାନ୍ତ ମେଡିକାଲ ନଯାଇ ହୋମ ଆଇସୋଲେସନରେ ମଧ୍ୟ ରହୁଛନ୍ତି । ସେମାନଙ୍କ ପାଖରେ ଖାଦ୍ୟ ପହଁଞ୍ଚାଇବା ଲକ୍ଷ୍ୟରେ ଏହି ଉଦ୍ୟମ ଆରମ୍ଭ ହୋଇଥିବା ‘Buzzy Flavours’ ଏବଂ ‘ଭଏସ ଅଫ ଭିକ୍ଟିମ’ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଖାଦ୍ୟ ଅର୍ଡର ପାଇଁ ଏକ ହ୍ଵାଟ୍ସଆପ ନମ୍ବର 8328985517 ମଧ୍ୟ ଜାରି କରାଯାଇଛି ।

ସେହିପରି ମହାମାରୀ କୋରନା ସମୟରେ ଦୁଃଖୀ ଅଶହାୟ ଗରିବ ଲୋକଙ୍କ ପେଟକୁ ବୁଝି ପାରିଛନ୍ତି ଅମନ ହେଲପିଙ୍ଗ୍ ଗ୍ରୁପର ସଦସ୍ୟ । ପ୍ରଥମେ ଚାରିଜଣଙ୍କୁ ନେଇ ସେମାନେ ଏହି ସଂସ୍ଥାଟିକୁ ଆରମ୍ଭ କରିଥିଲେ । ଉଦେଶ୍ୟ ଥିଲା ଭୋକିଲା ପେଟକୁ ଦାନା ଯୋଗାଇ ଦେବା । ନିଜ ପକେଟ ମନିରୁ ଆରମ୍ଭ କରିଥିବା ସଂସ୍ଥାଟି ଆଜି ଭୋକିଲା ମୁହଁରେ ହସ ଫୁଟାଇ ପାରିଛି ।

ଆଉ ଏହି ଚାରିବର୍ଷ ଭିତରେ ପଚାଶରୁ ଅଧିକ ସଦସ୍ୟ ଯୋଡି ହେଲେଣି ଏହି ସଂସ୍ଥା ସହିତ । ଲାକଡାଉନ ହେଉ ବା ସଟଡାଉନ । ଏହି ମହାବିପତ୍ତି ସମୟରେ ଦୁଃଖୀ ମଣିଷର ପେଟ ଚିନ୍ତା ଘାରିଛି ଏହି ସଂସ୍ଥାର ସଦସ୍ୟ ମାନଙ୍କୁ । ସେଥିପାଇଁ ତ ବୁଲି ବୁଲି ଖାଦ୍ୟ ବାଣ୍ଟିବା ସହ କରୋନା ସେଚେତନତା କରୁଛନ୍ତି ସଂସ୍ଥାର ସଦସ୍ୟ । ତେବେ ଏହି ମହାମାରୀ ସମୟରେ ନିଜ ପକେଟ ମନିକୁ ସଞ୍ଚୟ କରି ଭୋକିଲା ପେଟକୁ ଅନ୍ନ ସହ ଶୁଖିଲା ମୁହଁରେ ହସ ବାଣ୍ଟିବାର ପ୍ରୟାସ ଜାରି ରଖିଛନ୍ତି ଅମନ ହେଲପିଙ୍ଗ ଗ୍ରୁପ ।

ତେବେ ମହାମାରୀରେ ବିଭୀଷିକା ମଧ୍ୟରେ ରୋଗୀ ସେବା ପାଇଁ ଆଗେଇ ଆସିଥିବା ଏହି ସଂଗଠନ ଗୁଡିକର ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

ଭୁବନେଶ୍ୱରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.