ETV Bharat / city

ଲଗାଣ ବର୍ଷାରେ କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା ରାଶି, ବନ୍ୟା ଆଶଙ୍କା

author img

By

Published : Sep 15, 2021, 4:06 PM IST

ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବହୁ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ବର୍ଷାରେ ପ୍ରାୟ 20 ଲକ୍ଷ 48 ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ସମସ୍ତ କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର ସହାୟତା ଯୋଗାଇ ଦିଆଯିବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଅନ୍ୟପଟେ ମହାନଦୀରେ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିବା ନେଇ ଆଶଙ୍କା । ଅଧିକ ପଢନ୍ତୁ...

ଲଗାଣ ବର୍ଷା ଯୋଗୁଁ ଅଘଟଣରେ 4 ମୃତ୍ୟୁ; କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା ରାଶି, ବନ୍ୟା ନେଇ ଆଶଙ୍କା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ପରବର୍ତ୍ତୀ ସମୟରେ ପରିବର୍ତ୍ତିତ ହୋଇଥିବା ଅବପାତ ପ୍ରଭାବରେ ଅଧିକାଶଂ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ବହୁ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସହାୟତା ରାଶି ଖୁବଶୀଘ୍ର ଯୋଗାଇ ଦିଆଯିବ । ସହାୟତା ରାଶି, ବାଲିଚର ସହାୟତା ରାଶି, କୃଷିଭିତ୍ତିକ ସହାୟତା ଏବଂ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ଏସଆରସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କ୍ଷତିଗ୍ରସ୍ତ ହୋଇଥିବା ଭିତ୍ତିଭୂମିର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ ସାରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାପାଳଙ୍କ ଠାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ 21ଟି ଜିଲ୍ଲା ଯଥା ଅନୁଗୁଳ, ବରଗଡ଼, ବଲାଙ୍ଗୀର, ବାଲେଶ୍ବର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନୟାଗଡ, ନୂଆପଡା, ପୁରୀ ଓ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଏହି ବୃଷ୍ଟିପାତ ଯୋଗୁଁ 126ଟି ବ୍ଲକର 4134ଟି ଗ୍ରାମ ଓ 29 ପୌରପରିଷଦ ପ୍ରଭାବିତ ହୋଇଛି । ପ୍ରାୟ 20 ଲକ୍ଷ 48 ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରାଥମିକ ଆକଳନ ଅନୁଯାୟୀ 3,839ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ 1 ଲକ୍ଷ 22 ହଜାର 458 ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି ।

ଏସଆରସିଙ୍କ ସୂଚନା ଅନୁସାରେ ଏବେ ମୁଣ୍ଡିଳି ଠାରେ 6.4 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଜଳ ସମ୍ପଦ ବିଭାଗର ଆକଳନ ଅନୁଯାୟୀ ଅଧିକ ଗେଟ୍ ଖୋଲିଲେ ବି ମୁଣ୍ଡଳିରେ 7 ଲକ୍ଷ କ୍ୟୁସେକ ଜଳ ପାସ୍ କରିବ । ତେଣୁ ମହାନଦୀରେ ଏକ ଛୋଟ ତଥା ମଧ୍ୟମ ଧରଣର ବନ୍ୟା ଆସିବା ନେଇ ଆଶଙ୍କା କରାଯାଉଛି ।

ଜଳସଂପଦ ବିଭାଗ ଠାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଜାରଖା ଜଳସେଚନ ଡିଭିଜନର ବ୍ରାହ୍ମଣୀ ନଦୀରେ 3ଟି ଘାଇ (ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକର ବନ୍ଧଡିହ ଠାରେ ବ୍ରାହ୍ମଣୀ ଦକ୍ଷୀଣ ପାର୍ଶ୍ଵରେ 10 ମିଟର ଘାଇ, ବରୀ ବ୍ଲକର ମାଟିଆପଡାଠାରେ ବ୍ରାହ୍ମଣୀର ବାମ ପାର୍ଶ୍ଵରେ 11 ମିଟର ଘାଇ, ସେହିପରି ବରୀର ମାଟିଆପଡା ଠାରେ ବ୍ରାହ୍ମଣୀର ବାମ ପାର୍ଶ୍ଵରେ 17 ମିଟର ଘାଇ) ସୃଷ୍ଟି ହୋଇଛି ।

ଖୋର୍ଦ୍ଧା ଜଳସେଚନ ଡିଭିଜନର ଟାଙ୍ଗି ବ୍ଲକ କରିପଡା ଠାରେ କୁଶୁମିଧାର ନଦୀର ଦକ୍ଷିଣ ପାର୍ଶ୍ବରେ 30 ମିଟର ଘାଇ ହୋଇଛି । ପ୍ରାଥମିକ ତଥ୍ୟ ମୁତାବକ 4 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ 2 ଜଣ ବ୍ୟକ୍ତି ନିଖୋଜ ଅଛନ୍ତି । କେନ୍ଦ୍ରପଡା ଜିଲ୍ଲାରେ 2 ବ୍ୟକ୍ତି କାନ୍ଥ ପଡି, ଖୋର୍ଦ୍ଧା ଜିଲ୍ଲାରେ ଜଣେ ପାଣିରେ ବୁଡି, ଗଞ୍ଜାମ ଜିଲ୍ଲାରେ ଜଣେ 3 ବର୍ଷର ଶିଶୁ କାନ୍ଥପଡି ପ୍ରାଣ ହରାଇଛନ୍ତି । କଟକ ଜିଲ୍ଲାର ନିଶ୍ଚିତକୋଇଲି ବ୍ଲକରେ ଜଣେ ବ୍ୟକ୍ତି ଓ ବଲାଙ୍ଗୀର ଜିଲ୍ଲା କୁଇଳା ବ୍ଲକର ଲକ୍ଷ୍ମୀଯୋର ନଳାରେ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି । ପ୍ରବଳ ବୃଷ୍ଟିପାତ ଯୋଗୁଁ ଖାଲୁଆ ଓ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହି ବନ୍ୟା ପରିସ୍ଥି ସୃଷ୍ଟି ହୋଇଛି ।

ଖାଲୁଆ ଓ ତଳିଆ ଅଞ୍ଚଳରୁ 13821 କଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ସେମାନଙ୍କୁ ନିରାପଦ ସ୍ଥାନରେ ଆଶ୍ରୟ ଦିଆଯାଇଛି । ସ୍ଥାନାନ୍ତରିତ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ପ୍ରାୟ 126ଟି ମାଗଣା ଭୋଜନ କେନ୍ଦ୍ର ଖୋଲା ହୋଇଛି । ସେହି ଅତ୍ୟଧିକ ପରିମାଣର ବର୍ଷା ଯୋଗୁଁ ଜଳଭଣ୍ଡାରଗୁଡିକର ଜଳସ୍ତର ବୃଦ୍ଧି ପାଇଛି । ହୀରାକୁଦର ଉପରମୁଣ୍ଡରେ ବୃଷ୍ଟିପାତ ଯୋଗୁଁ ଜଳ ଭଣ୍ଡାରକୁ ପ୍ରାୟ 2 ଲକ୍ଷ 50 ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦରୁ ଜଳ ନିଷ୍କାସନ କରାଯାଉଛି ।

ଆଜି ସକାଳ 9ଟା ସୁଦ୍ଧା ମହାନଦୀର ଜଳସ୍ତର ନରାଜଠାରେ 25.76 ମିଟର ରେ ପ୍ରବାହିତ ହୋଇଛି । ଏଠାରେ ବିପଦ ସଙ୍କେତ 26.41 ମିଟର ଅଟେ । ସେହିପରି ବ୍ରାହ୍ମଣୀ ନଦୀର ଜେନାପୁର ଠାରେ ବିପଦ ସଙ୍କେତ 23 ମିଟର ଥିବାବେଳେ ସକାଳ 9ଟା ସମୟରେ 22.25 ମିଟରରେ ପ୍ରବାହିତ ହେଉଛି । ବୈତରଣୀର ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ଥିବାବେଳେ ସେଠାରେ ଜଳସ୍ତର 18.32 ମିଟରରେ ସ୍ଥିର ରହିଛି । ବୁଢାବଳଙ୍ଗ ନଦୀର NHS ଠାରେ ବିପଦ ସଙ୍କେତ 8.13 ମିଟର ଥିବାବେଳେ ସେଠାରେ ଜଳସ୍ତର 7.78 ମିଟର ହ୍ରାସ ଭାବରେ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖା ନଦୀର ରାଜଘାଟ ଠାରେ ବିପଦ ସଙ୍କେତ 10.36 ମିଟର ଥିବାବେଳେ ସେଠାରେ ଜଳସ୍ତର 8.68 ମିଟରରେ ପ୍ରବାହିତ ହେଉଛି । ସେହିପରି ବଂଶଧରା ଓ ଋଷିକୁଲ୍ୟା ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ବାଲେଶ୍ବର ଜିଲ୍ଲାର ମଥାନିଠାରେ ଜଳକା ନଦୀର ଜଳସ୍ତର 6.54 ମିଟରରେ ପ୍ରବାହିତ ହେଉଛି । ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ବିପଦ ସଙ୍କେତ 5.50 ଅଟେ ।

ସେପ୍ଟେମ୍ବର 13 ଓ 14 ତାରିଖରେ ଲଗାଣ ବର୍ଷା ହୋଇଥିଲା । 13 ତାରିଖରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକରେ 530 ମି.ମି. ଓ କାକଟପୁର ବ୍ଲକରେ 525 ମି.ମି., ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକରେ 440 ମି.ମି. ବର୍ଷା ହୋଇଛି । ଏହି ଦିନ ରାଜ୍ୟର 8ଟି ବ୍ଲକରେ 300 ମି.ମିରୁ ଉର୍ଦ୍ଧ୍ଵ ବର୍ଷା ରେକର୍ଡ ହୋଇଛି । 17ଟି ବ୍ଲକରେ 200 ମି.ମି ରୁ 300 ମି.ମି. ବର୍ଷା ହୋଇଛି । 33ଟି ବ୍ଲକରେ 100 ମି.ମି. ରୁ 200 ମି.ମି. ବର୍ଷା ହୋଇଛି । ସେହିପରି 14 ତାରିଖରେ ଅନୁଗୁଳ ଜିଲ୍ଲାର ତାଳଚେରରେ 394 ମି.ମି. ଓ ସୁବର୍ଣ୍ଣପୁର ଜିଲ୍ଲାର ବିରମହାରଜପୁରରେ 372 ମି.ମି. ବର୍ଷା ରେକର୍ଡ ହୋଇଛି । 14 ତାରିଖରେ 9ଟି ଜିଲ୍ଲାର 18 ଟି ବ୍ଲକରେ 200 ମି.ମି. ରୁ - 300 ମି.ମି ପର୍ଯ୍ୟନ୍ତ ବର୍ଷା ହୋଇଥିଲା । ସେହିପରି ରାଜ୍ୟର 47 ଟି ବ୍ଲକରେ 100 ମି.ମି. ରୁ 200 ମି.ମି. ବର୍ଷା ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.