ଭୁବନେଶ୍ବର: ରାଜ୍ଯରେ ଫସିଥିବା ଅଣ ଓଡିଆଙ୍କ ପାଇଁ ରାଜ୍ଯ ସରକାର ତତ୍ପର। ଏନେଇ ୨୦ ହଜାର ଅଣଓଡିଆ ଶ୍ରମିକଙ୍କୁ ୨୫୦ କ୍ଯାମ୍ପରେ ଥଇଥାନ କରାଯାଇଛି । ବିଭିନ୍ନ କମ୍ପାନୀ ଓ ଜିଲ୍ଲା ପ୍ରଶାସନ ଉଦ୍ଯମରେ ସେମାନଙ୍କୁ ଥଇଥାନ କରାଯାଇଛି ଓ ସେମାନଙ୍କୁ ରନ୍ଧା ଖାଦ୍ଯ ବଣ୍ଟନ କରାଯାଇଛି ।
ଏହା ସହ ହେଲପଲାଇନ ନମ୍ବର ଜାରି କରାଯାଇଛି । ୧୮୦୦୩୪୫୬୭୦୩ ଯୋଗେ ଫୋନ କରି ଯଦି ରାଜ୍ଯ ବାହାରର କୌଣସି ବ୍ଯକ୍ତି ହଇରାଣ ହେଉଥାନ୍ତି ତେବେ ଏହି ନମ୍ବରରେ ଯୋଗାଯୋଗ କରିବାକୁ ଶ୍ରମ ବିଭାଗ ସଚିବ ଅନୁ ଗର୍ଗ କହିଛନ୍ତି । ସେପଟେ ରାଜ୍ଯ ବାହାରର ଫସିଥିବା ଲୋକଙ୍କ ପାଇଁ ରାଜ୍ଯ ସରକାର ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି । ଯଦି କୌଣସି ସମସ୍ୟା ଉପୁଜିଛି କଲ କରନ୍ତୁ ରାଜ୍ଯ ସରକାରଙ୍କ ନୋଡାଲ ଅଫିସର ସେଠାକାର ଜିଲ୍ଲା ପ୍ରଶାସନ ସହ ଉଦ୍ଯମ କରି ସମସ୍ଯାର ସମାଧାନ କରାଯିବ। ସେପେଟେ ପଞ୍ଚାୟତ ସ୍ତରର ଆଗୁଆ ପେନସନ, ୩ ମାସର ଖାଦ୍ଯ ପାଇଁ ବ୍ଯବସ୍ଥା କରାଯାଇଛି ।
ରାଜ୍ଯର ପଞ୍ଚାୟତରେ ରହୁଥିବା ଲୋକଙ୍କ ପାଇଁ ରନ୍ଧା ଖାଦ୍ଯ ନିରାଶ୍ରିତ ଲୋକଙ୍କୁ ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୨୬୧ ଗ୍ରାମର ଲୋକଙ୍କ ପାଇଁ ଖାଦ୍ଯର ବ୍ଯବସ୍ଥା କରିଯାଇଛି । ୧୨୫୨୩୫ ଜଣ ବ୍ଯକ୍ତିଙ୍କୁ ଖାଦ୍ଯ ଯୋଗାଯାଇଛି। ୮୦ଟି ପୌରାଞ୍ଚଳରେ ୧୯୮୧୪ ଜଣଙ୍କୁ ରନ୍ଧା ଖାଦ୍ଯ ବଣ୍ଟନ କରାଯାଇ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ସରକାର ଅବଗତ ରହିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ