ETV Bharat / city

ସ୍ମାର୍ଟସିଟିରେ ବିଏମସିରେ ସରକାରୀ ଯୋଜନା ବାଟବଣା - ଖୁସି ଯୋଜନା

ସ୍ମାର୍ଟସିଟିରେ ସରକାରୀ ଯୋଜନା ବାଟବଣା । ସରକାର ଯୋଜନା ପରେ ଯୋଜନା ଘୋଷଣା କରିଛନ୍ତି ସତ ହେଲେ ତାର କାର୍ଯ୍ୟନୟନ ନେଇ ସାଧାରଣରେ ଉଠିଛି ଅନେକ ପ୍ରଶ୍ନ ।

khusi jojana not in proper place
ସ୍ମାର୍ଟସିଟିରେ ବିଏମସିରେ ସରକାରୀ ଯୋଜନା ବାଟବଣା
author img

By

Published : Dec 24, 2019, 6:51 AM IST

ଭୁବନେଶ୍ବର: ସ୍ମାର୍ଟସିଟିରେ ସରକାରୀ ଯୋଜନା ବାଟବଣା । ସରକାର ଯୋଜନା ପରେ ଯୋଜନା ଘୋଷଣା କରିଛନ୍ତି ସତ ହେଲେ ତାର କାର୍ଯ୍ୟନୟନ ନେଇ ସାଧାରଣରେ ଉଠିଛି ଅନେକ ପ୍ରଶ୍ନ । ଏଭଳି ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଭୁବନେଶ୍ବର ମହାନଗର ନିଗମରେ । ସ୍ବଚ୍ଛତାକୁ ପ୍ରାଧାନ୍ୟ ଦେଇ ସ୍କୁଲ କଲେଜରେ ପଡୁଥିବା ଛାତ୍ରୀଙ୍କ କିଶୋରୀ ସ୍ବାସ୍ଥ୍ୟ ପାଇଁ ସରକାର ଆରମ୍ଭ କରିଥିଲେ' ଖୁସି ' ଯୋଜନା । ରାଜ୍ୟର ମୁଖ୍ୟମନ୍ତ୍ରୀ ଖୋଦ ଏହି ଯୋଜନାର ଶୁଭାରମ୍ଭ ମଧ୍ୟ କରିଥିଲେ । ଛାତ୍ରୀଙ୍କୁ ସାନିଟାରୀ ନାପକିନ ଯୋଗାଇ ଦେବାକୁ ବ୍ୟବସ୍ତା କରିଥିଲେ । ହେଲେ ସରକାରୀ କଳର କିଛି ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଯୋଜନା ସମ୍ପୂର୍ଣ ଫେଲ ମାରିଛି ।

ସ୍ମାର୍ଟସିଟିରେ ବିଏମସିରେ ସରକାରୀ ଯୋଜନା ବାଟବଣା

ରାଜ୍ୟରେ ଯେତେ ମହାନଗର ନିଗମ ରହିଛି, ଭୁବନେଶ୍ବର ମହାନଗର ନିଗମର ସ୍ଥାନ ସ୍ବତନ୍ତ୍ର, କାରଣ ରାଜ୍ୟର ରାଜଧାନୀ ହୋଇଥିବାରୁ ପ୍ରାୟ ସରକାରୀ ଯୋଜନା ପ୍ରଥମେ ଏହିଠାରୁ ହିଁ ପାଇଲଟ ଆଧାରରେ ଆରମ୍ଭ ହୋଇଥାଏ । କିନ୍ତୁ ବିଡମ୍ବନାର କଥା ହେଲା ଏଠି ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ସମ୍ପୂର୍ଣ୍ଣ ବିଫଳ ହେଉଛି କାରଣ ଉଚ୍ଚ କର୍ତ୍ତୃପକ୍ଷଙ୍କ ବେଖାତିର ମନୋଭାବ ପରିଲକ୍ଷିତ ହେଉଛି । ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଙ୍କୁ ବର୍ଷକୁ ୧୮ ଟି ଲେଖାଏଁ ନାପକିନ ଦେବାର ବ୍ୟବସ୍ଥା ହୋଇଥିଲା । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ସରକାର ନାପକିନ କିଣି ୩୧୪ଟି ବ୍ଲକ ଓ ୫ ଟି ମହାନଗର ନିଗମରେ ବଣ୍ଟନ କଲେ । ସବୁଆଡେ ସାନିଟାରୀ ନାପକିନ ପାଇଲେ ହେଲେ ସ୍ମାର୍ଟସିଟିରେ ବଣ୍ଟା ହୋଇପାରି ନଥିବାରୁ ଏହି ଯୋଜନାର ଲାଭ ପାଇପାଇବାରୁ ବଞ୍ଚିତ ହୋଇଛନ୍ତି ରାଜଧାନୀ ସ୍କୁଲ ଓ କଲେଜର ଛାତ୍ରୀ ।

ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଜୀବନକୁ ବିପଦମୁକ୍ତ କରିବା ଏବଂ ସ୍ବଚ୍ଛ ପରିମଳ ରଖିବା ନେଇ ରାଜ୍ୟ ସରକାର ଗତବର୍ଷ ଫେବୃଆରୀ ୨୬ ତାରିଖରେ ଆରମ୍ଭ କରିଥିଲେ ଖୁସି ଯୋଜନା । ଯୋଜନା ଅନୁଯାୟୀ ରାଜ୍ୟରେ ଥିବା ସମସ୍ତ ସରକାରୀ ସ୍କୁଲରେ ପଢ଼ୁଥିବା ଷଷ୍ଠରୁ ଦ୍ବାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ନାପକିନ ବାଣ୍ଟିବାର ବ୍ୟବସ୍ତା କରିଥିଲେ ହେଲେ ବିଭିନ୍ନ ଆଳ ଦେଖାଇ ବିଏମସି ଅଧିକାରୀ ଏହାକୁ ଗୁରୁତ୍ତ୍ବ ଦେଇନଥିବାରୁ, କୋମଲମତି ଛାତ୍ର ଛାତ୍ରୀଙ୍କ ପାଇଁ ସରକାରଙ୍କ ଏ ଯୋଜନା ସମ୍ପୂର୍ଣ୍ଣ ରୂପେ ଫେଲ ମାରିଛି । ବିଏମସି ଗୋଦାମରେ ଟ୍ରକ ଟ୍ରକ ସାନିଟାରୀ ନାପକିନ ଖତ ଖାଉଛି । ଏଥିପାଇଁ ବିଏମସିରେ ସଂଯୋଜନା ହି ଦାୟୀ ବୋଲି କହିଛନ୍ତି ବିଏମସି କର୍ତ୍ତୃପକ୍ଷ ।

ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁସାରେ ପ୍ରାୟ ୬୦ ଭାଗରୁ ଅଧିକ ସାନିଟାରୀ ନାପକିନ ବଣ୍ଟା ହୋଇସାରିଛି। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୧୩୦ଟି ସ୍କୁଲରେ ସାନିଟାରୀ ନାପକିନ ବାଣ୍ଟିବାର ଥିଲା ଏବେ ସୁଦ୍ଧା ୮୦ ଟି ସ୍କୁଲ ଓ ୪ ଟି କଲେଜରେ ବଣ୍ଟା ସରିଛି । ବିଏମସିରେ ସଂଯୋଜନାରେ ତାଳ ମେଳର ଅଭାବ ଯୋଗୁଁ ବାଣ୍ଟିବାର ବିଳମ୍ବ ହୋଇଛି । ତେବେ ବଡଦିନ ଛୁଟି ପରେ ଜାନୁଆରୀ ପ୍ରଥମ ସପ୍ତାହରୁ ନାପକିନ ବଣ୍ଟା ହେବ । ତେବେ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ଏବେ ଉଠିଛି ଅନେକ ପ୍ରଶ୍ନ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ବିଏମସି ରେ ସରକାରୀ ଯୋଜନା ବାଟବଣା।ବିଭିନ୍ନ ଯୋଜନା ଫେଲ ମରିବାର କାରଣ ସରକାର ଉଦାସୀନତା।

Body:ସ୍ମାର୍ଟସିଟି ରେ ସରକାରୀ ଯୋଜନା ବାଟବଣା।ସରକାର ଯୋଜନା ପରେ ଯୋଜନା ଘୋଷଣା କରିଛନ୍ତି ସତ ହେଲେ ତାର କାର୍ଯ୍ୟନୟନ ନେଇ ସାଧାରଣ ରେ ଉଠିଛି ଅନେକ ପ୍ରଶ୍ନ। ଏଭଳି ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଭୁବନେଶ୍ୱର ମହାନଗର ନିଗମରେ।ସ୍ୱଚ୍ଛତା କୁ ପ୍ରାଧାନ୍ୟ ଦେଇ ସ୍କୁଲ କଲେଜରେ ପଡୁଥିବା ଛାତ୍ରୀଙ୍କ କିଶୋରୀ ସ୍ୱାସ୍ଥ୍ୟ ପାଇଁ ସରକାର ଆରମ୍ଭ କରିଥିଲେ' ଖୁସି ' ଯୋଜନା।ରାଜ୍ୟର ମୁଖ୍ୟମନ୍ତ୍ରୀ ଖୋଦ ଏହି ଯୋଜନାର ଶୁଭାରମ୍ଭ ମଧ୍ୟ କରିଥିଲେ।ଛାତ୍ରୀଙ୍କୁ ସାନିଟାରୀ ନାପକିନ ଯୋଗାଇ ଦେବାକୁ ବ୍ୟବସ୍ତା କରିଥିଲେ।ହେଲେ ସରକାରୀ କଲର କିଛି ଅଧିକାରୀଙ୍କ ଖାମଖିଆଳି ମନୋଭାବ ଯୋଗୁଁ ଏ ଯୋଜନା ସମ୍ପୂର୍ଣ ଫେଲ ମାରିଛି।

ରାଜ୍ୟରେ ଯେତେ ମହାନଗର ନିଗମ ରହିଛି ,ଭୁବନେଶ୍ୱର ମହାନଗର ନିଗମର ସ୍ଥାନ ସ୍ୱତନ୍ତ୍ର ,କାରଣ ରାଜ୍ୟର ରାଜଧାନୀ ହୋଇଥିବାରୁ ପ୍ରାୟ ସରକାରୀ ଯୋଜନା ପ୍ରଥମେ ଏହିଠାରୁ ହିଁ ପାଇଲଟ ଆଧାରରେ ଆରମ୍ଭ ହୋଇଥାଏ।କିନ୍ତୁ ବିଡମ୍ବନାର କଥା ହେଲା ଏଠି ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ସମ୍ପୂର୍ଣ୍ଣ ବିଫଳ ହେଉଛି କାରଣ ଉଚ୍ଚ କତ୍ତୃପକ୍ଷଙ୍କ ବେଖାତିର ମନୋଭାବ ପରିଲକ୍ଷିତ ହେଉଛି ।ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଙ୍କୁ ବର୍ଷକୁ ୧୮ ଟି ଲେଖାଏଁ ନାପକିନ ଦେବାର ବ୍ୟବସ୍ଥା ହୋଇଥିଲା।ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ସରକାର ନାପକିନ କିଣି ୩୧୪ ଟି ବ୍ଲକ ଓ ୫ ଟି ମହାନଗର ନିଗମ ରେ ବଣ୍ଟନ କଲେ।ସବୁଆଡେ ସାନିଟାରୀ ନାପକିନ ପାଇଲେ ହେଲେ ସ୍ମାର୍ଟସିଟିରେ ବଣ୍ଟା ହୋଇପାରି ନଥିବାରୁ ଏହି ଯୋଜନାର ଲାଭ ପାଇପାଇବାରୁ ବଞ୍ଚିତ ହୋଇଛନ୍ତି ରାଜଧାନୀ ସ୍କୁଲ ଓ କଲେଜର ଛାତ୍ରୀ।

ରାଜ୍ୟରେ ଛାତ୍ର ଛାତ୍ରୀଙ୍କ ଜୀବନକୁ ବିପଦମୁକ୍ତ କରିବା ଏବଂ ସ୍ୱଚ୍ଛ ପରିମଳ ରଖିବା ନେଇ ରାଜ୍ୟ ସରକାର ଗତବର୍ଷ ଫେବୃଆରୀ ୨୬ ତାରିଖରେ ଆରମ୍ଭ କରିଥିଲେ ଖୁସି ଯୋଜନା।ଯୋଜନା ଅନୁଯାୟୀ ରାଜ୍ୟରେ ଥିବା ସମସ୍ତ ସରକାରୀ ସ୍କୁଲରେ ପଢ଼ୁଥିବା ଷଷ୍ଠ ରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ର ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ନାପକିନ ବାଣ୍ଟିବାର ବ୍ୟବସ୍ତା କରିଥିଲେ ହେଲେ ବିଭିନ୍ନ ଆଳ ଦେଖାଇ ବିଏମସି ଅଧିକାରୀ ଏହାକୁ ଗୁରୁତ୍ୱ ଦେଇନଥିବାରୁ ,କୋମଲମତି ଛାତ୍ର ଛାତ୍ରୀଙ୍କ ପାଇଁ ସରକାରଙ୍କ ଏ ଯୋଜନା ସମ୍ପୂର୍ଣ୍ଣ ରୂପେ ଫେଲ ମାରିଛି।ବିଏମସି ଗୋଦାମରେ ଟ୍ରକ ଟ୍ରକ ସାନିଟାରୀ ନାପକିନ ଖତ ଖାଉଛି।ଏଥିପାଇଁ ବିଏମସିରେ ସଂଯୋଜନା ହି ଦାୟୀ ବୋଲି କହିଛନ୍ତି ବିଏମସି କତ୍ତୃପକ୍ଷ।

ବିଏମସି କମିଶନର ପ୍ରେମଚନ୍ଦ୍ର ଚଉଧାରୀ ଙ୍କ ସୂଚନା ଅନୁସାରେ ପ୍ରାୟ ୬୦ ଭାଗ ରୁ ଅଧିକ ସାନିଟାରୀ ନାପକିନ ବଣ୍ଟା ହୋଇସାରିଛି।ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୩୦ ଟି ସ୍କୁଲରେ ସାନିଟାରୀ ନାପକିନ ବାଣ୍ଟିବାର ଥିଲା ଏବେ ସୁଦ୍ଧା ୮୦ ଟି ସ୍କୁଲ ଓ ୪ ଟି କଲେଜରେ ବଣ୍ଟା ସରିଛି।ବିଏମସି ରେ ସଂଯୋଜନାରେ ତାଳ ମେଳର ଅଭାବ ଯୋଗୁଁ ବାଣ୍ଟିବାର ବିଳମ୍ବ ହୋଇଛି।ତେବେ ବଡଦିନ ଛୁଟି ପରେ ଜାନୁଆରୀ ପ୍ରଥମ ସପ୍ତାହରୁ ନାପକିନ ବଣ୍ଟା ହେବ।

ତେବେ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ଏବେ ଉଠିଛି ଅନେକ ପ୍ରଶ୍ନ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.