ETV Bharat / city

ତୃତୀୟ ଲହରକୁ ନେଇ ପ୍ରସ୍ତୁତ ସ୍ୱାସ୍ଥ୍ୟ ବିଭାଗ, ଦ୍ୱିତୀୟ ଡୋଜ ଟୀକାକରଣ ଉପରେ ଅଧିକ ଗୁରୁତ୍ୱ - bijay panigrahi reaction over corona

ରାଜ୍ୟରେ ତୃତୀୟ ଲହରକୁ ନେଇ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ବେଡ଼, ଅକ୍ସିଜେନ ସମେତ ଦ୍ୱିତୀୟ ଡୋଜ ଟୀକାକରଣ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି କହିଲେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅଧିକ ପଢନ୍ତୁ...

ତୃତୀୟ ଲହରକୁ ନେଇ ପ୍ରସ୍ତୁତ ସ୍ୱସ୍ଥ୍ୟ ବିଭାଗ, ଦ୍ୱିତୀୟ ଡୋଜ ଟୀକାକରଣ ଉପରେ ଅଧିକ ଗୁରୁତ୍ୱ

author img

By

Published : Aug 26, 2021, 8:59 PM IST

Updated : Aug 26, 2021, 9:11 PM IST

ଭୁବନେଶ୍ବର: ତୃତୀୟ ଲହରକୁ ନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖି କହିଛନ୍ତି, ତୃତୀୟ ଲହରକୁ ନେଇ ଆମେ ପ୍ରସ୍ତୁତ ଅଛୁ । ଦୈନିକ 10 ହଜାର ପଜିଟିଭ ଆସିଲେ ଶିଶୁଙ୍କ ପାଇଁ 600 ବେଡ଼ ଆବଶ୍ୟକ। 15 ହଜାର ପଜିଟିଭ ଆସିଲେ 900 ବେଡ଼ ଆବଶ୍ୟକ ପଡିବ। କିନ୍ତୁ, 3000 ବେଡ଼ ପୂର୍ବରୁ ପ୍ରସ୍ତୁତ ରଖାଯାଇଛି। ବିଭିନ୍ନ ମଡେଲକୁ ନେଇ ତର୍ଜମା ପରେ ଦୈନିକ 10 ହଜାର ପଜିଟିଭ ଆସିବ ବୋଲି ଆକଳନ ହୋଇଛି। ସବୁ ରିପୋର୍ଟକୁ ଆଧାର କରି ଆମେ ପୂର୍ବ ପ୍ରସ୍ତୁତି କରିଛୁ ବୋଲି କହିଛନ୍ତି ପରିବାର ସ୍ୱାସ୍ଥ୍ୟ କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ତୃତୀୟ ଲହରକୁ ନେଇ ପ୍ରସ୍ତୁତ ସ୍ୱାସ୍ଥ୍ୟ ବିଭାଗ, ଦ୍ୱିତୀୟ ଡୋଜ ଟୀକାକରଣ ଉପରେ ଅଧିକ ଗୁରୁତ୍ୱ

ଅନ୍ୟପଟେ ଟୀକାକରଣ ପାଇଁ ଦ୍ୱିତୀୟ ଡୋଜ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ 27 ତାରିଖରୁ ଅତିରିକ୍ତ 11 ଲକ୍ଷ ଟିକା ଆସିବା ପରେ କାର୍ଯ୍ୟ ଆରମ୍ଭ ହେବ । ଯେଉଁଥିରୁ 9 ଲକ୍ଷ 92 ହଜାର 380 କୋଭିସିଲ୍ଡ଼ ଓ 1 ଲକ୍ଷ 24 ହଜାର କୋଭାକ୍ସିନ ଟିକା ଆସିବ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 2 କୋଟି 11 ଲକ୍ଷ 46 ହଜାର 189 ଜଣ ଟିକା ନେଇଥିବାବେଳେ ପ୍ରଥମ ଡୋଜ ନେଇଛନ୍ତି 1 କୋଟି 60 ଲକ୍ଷ 95 ହଜାର 485 ଓ ଦ୍ୱିତୀୟ ଡୋଜ ନେଇଛନ୍ତି 50 ଲକ୍ଷ 50 ହଜାର 703 ଜଣ । 60ରୁ ଊର୍ଦ୍ଧ୍ବ ବୟସ୍କ ଲୋକମାନେ 50 ଲକ୍ଷ ଟୀକାକରଣ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 26, 2021, 9:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.