ETV Bharat / city

ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ଏଥର ରହିବ ଟୋକନ ବ୍ୟବସ୍ଥା - bhubaneswar news

ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଚଳିତବର୍ଷ ମଧ୍ୟ ଅଗ୍ରୀମ ଟୋକନ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର । ଏଥିସହ ନୂଆ ଏମଏସପି ଦରରେ କିଣାଯିବ ଧାନ । ଅଧିକ ପଢନ୍ତୁ....

ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ଏଥର ରହିବ ଟୋକନ ବ୍ୟବସ୍ଥା

author img

By

Published : Oct 29, 2020, 1:35 PM IST

ଭୁବନେଶ୍ବର: ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଏଥର ବି ଅଗ୍ରୀମ ଟୋକନ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର । ଚଳିତ ବର୍ଷ 14 ଲକ୍ଷ 97 ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର 7 ଦିନ ପରେ ଟୋକନ ଜେନେରେଟ ହେବ ।

ତେବେ କେଉଁ ଦିନ କେଉଁ ଚାଷୀ ଧାନ ବିକ୍ରି କରିବେ ସେଥିଲାଗି ଧାନ ସଂଗ୍ରହ କେନ୍ଦ୍ରରେ ନୋଟିସ ଲାଗିବ ଏବଂ ମୋବାଇଲକୁ ମଧ୍ୟ ମେସେଜ ଯିବ । ଜଳସେଚିତ ଜମିରୁ ଏକର ପିଛା ୧୯ କ୍ୱିଣ୍ଟାଲ ଓ ଅଣ ଜଳସେଚିତ ଜମିରୁ ୧୨ କ୍ୱିଣ୍ଟାଲ ଧାନ କିଣାଯିବା । ଯଦି କେହି ଟୋକନ ପାଇନଥିବେ ୧୯୬୭ ଟୋଲ ଫି ନମ୍ବରରେ ଜଣାଇପାରିବେ । ସେହିପରି କେଉଁ ଜିଲ୍ଲାରୁ କେଉଁ ତାରିଖରେ ଆରମ୍ଭ ହେବ ଜିଲ୍ଲା ସ୍ତରୀୟ ପ୍ରୋକ୍ୟୁର୍ମେଣ୍ଟ ସେ ନେଇ କମିଟି ନିଷ୍ପତ୍ତି ନେବ । ପଶ୍ଚିମ ଓଡିଶା ଜିଲ୍ଲା ଗୁଡିକ ନଭେମ୍ବର ୧୫ ଭିତରେ ଧାନ ସଂଗ୍ରହ କରିବେ । ସବୁ ବ୍ଲକରେ ପି-ପାସ ବ୍ୟବସ୍ଥା କରାଯିବ । ଇଣ୍ଟରନେଟ ସୁବିଧା ନଥିବା ସ୍ଥାନରେ ଅଫଲାଇନରେ କରାଯିବ । ୫୦ ବ୍ଲକରେ ଏହି ଅଫଲାଇନ ବ୍ୟବସ୍ଥା ରହିବ ।

ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ଏଥର ରହିବ ଟୋକନ ବ୍ୟବସ୍ଥା

ତେବେ ଚଳିତ ବର୍ଷ ନୂଆ ଏମଏସପି ଦରରେ କିଣାଯିବ ଧାନ । ଏଫଏକ୍ୟୁ ମାନର ଧାନ କ୍ୱିଣ୍ଟାଲ ପିଛା ୧୮୬୮ ଟଙ୍କା ଓ ଗ୍ରେଡ 'ଏ' ମାନର ଧାନ ୧୮୮୮ ଟଙ୍କାର କିଣାଯିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.