ଭୁବନେଶ୍ବର: ହାଇଟେକ ମେଡିକାଲର ମନମୁଖୀ କାର୍ଯ୍ୟକୁ ନେଇ ସରକାରଙ୍କ ତାଗିଦ । ଏହି ମେଡିକାଲକୁ ଓଜେଇଇ ଗାଇଡ ଲାଇନ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୯-୨୦ ବର୍ଷ ପାଇଁ ଆଡମିଶନ କରାଯିବ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ନାମଲେଖା ପ୍ରକ୍ରିୟାରେ ଏହି ମେଡିକାଲ କୌଣସି ଅଣ୍ଡର ଟେକିଙ୍ଗ ଛାତ୍ର କିମ୍ବା ତାଙ୍କ ପରିବାରଙ୍କଠାରୁ ଲେଖି ପାରିବ ନାହିଁ ବୋଲି କୁହାଯାଇଛି । ମନ ଇଚ୍ଛା ଫି-ବୃଦ୍ଧି କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁସାରେ ଓଜେଇଇ ସେଲ୍ରେ ଛାତ୍ରଛାତ୍ରୀମାନେ ଆଡମିଶନ କରି ହାଇଟେକ ମେଡିକାଲ କଲେଜକୁ ରିପୋର୍ଟିଂ ପାଇଁ ଯାଇଥିଲେ। ମାତ୍ର କଲେଜ ସରକାରଙ୍କ ଧାର୍ଯ୍ୟ ଫି ଠାରୁ ଅଧିକ ଅର୍ଥ ଦାବି କରିଥିଲେ । ସରକାର ଏହି କଲେଜରେ ଆଡମିଶନ ପାଇଁ ୬ ଲକ୍ଷ ୫୦ହଜାର ଟଙ୍କା ଫି ଧାର୍ଯ୍ୟ କରିଥିବା ବେଳେ କଲେଜ ତରଫରୁ ୧୧ ଲକ୍ଷ ଟଙ୍କା ଡିମାଣ୍ଡ କରାଯାଉଛି । ଏନେଇ ତାଗିଦ କରିଛନ୍ତି ସରକାର ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ