ETV Bharat / city

ନୂଆବର୍ଷ କଟକଣା; ଆଜି ରାତି 10ରୁ କର୍ଫ୍ୟୁ - Odisha Government

ରାତି 10ରୁ ସକାଳ 5ଟା ରାତିରେ କର୍ଫ୍ୟୁ
ରାତି 10ରୁ ସକାଳ 5ଟା ରାତିରେ କର୍ଫ୍ୟୁ
author img

By

Published : Dec 31, 2020, 12:32 PM IST

Updated : Dec 31, 2020, 1:46 PM IST

12:20 December 31

ରାତି 10ରୁ ସକାଳ 5ଟା ରାତିରେ କର୍ଫ୍ୟୁ

ରାତି 10ରୁ ସକାଳ 5ଟା ରାତିରେ କର୍ଫ୍ୟୁ

ଭୁବନେଶ୍ବର: ରାଜ୍ୟରେ ନୂଆବର୍ଷକୁ ଆଖିଆଗରେ ରଖି ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି । ଆଜି ରାତି 10ଟାରୁ ଆସନ୍ତାକାଲି ସକାଳ 5ଟା ଯାଏ ଏହି କର୍ଫ୍ୟୁ ବଳବତ୍ତର ରହିବ । ଏନେଇ ସ୍ବତନ୍ତ୍ର ରିଲିଫ କମିଶନର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।  

ଅନ୍ୟପଟେ କୋଭିଡ୍‍-୧୯ ମହାମାରୀ ମୁକାବିଲାରେ ଆପଣମାନଙ୍କ ଅକୁଣ୍ଠ ସହଯୋଗ ଯୋଗୁଁ ଏହି ବିଶ୍ବ ମହାମାରୀକୁ ଆମ ରାଜ୍ୟରେ ସୀମିତ କରାଯାଇ ପାରିଛି । ଆମ ରାଜ୍ୟରେ ଏବେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ କମ୍‍ ହୋଇଥିଲେ ମଧ୍ୟ, ସଂକ୍ରମଣର ଭୟ ସଂପୂର୍ଣ୍ଣ ଦୂର ହୋଇନାହିଁ । ଏହା ସହିତ ଏବେ ବିଶ୍ବରେ କୋରୋନାର ଏକ ନୂତନ ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇଅଛି, ଯାହାର ସଂକ୍ରମଣ ବେଗ ଅତ୍ୟନ୍ତ ପ୍ରଖର ଅଟେ । ତେଣୁ ଏହି ମହାମାରୀ ସଂପୂର୍ଣ୍ଣ ପ୍ରଶମିତ ହେବା ପର୍ଯ୍ୟନ୍ତ ଆମକୁ ଯଥେଷ୍ଟ ସାବଧାନ ରହିବାକୁ ପଡିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।  

ପୁରୁଣା ବର୍ଷର ବିଦାୟ ଏବଂ ନୂତନ ବର୍ଷ ଆଗମନ ଅବସରରେ ଆମ୍ଭେମାନେ ସାଙ୍ଗସାଥିମାନଙ୍କ ସହିତ ଏକାଠି ହୋଇ ଭୋଜିଭାତ କରି ଆନନ୍ଦ ଉଲ୍ଲାସ କରିଥାଉ । ତେବେ ଚଳିତ ବର୍ଷ ମହାମାରୀ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମ୍ଭେମାନେ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ରାଜ୍ୟ ସରକାର 31 ଡିସେମ୍ବର 2020 ଏବଂ 1 ଜାନୁଆରୀ 2021 ଦିନ ହୋଟେଲ, କ୍ଲବ, ପାର୍କ, କଲ୍ୟାଣ ମଣ୍ଡପ ଏବଂ ଅନ୍ୟ କୌଣସି ସର୍ବସାଧାରଣ ସ୍ଥାନରେ ଜିରୋ ନାଇଟ୍‌ ସେଲିବ୍ରେସନ ଉପରେ ନିଷେଧ ଲଗାଇଛନ୍ତି ।  

ଆଜି ରାତି 10ଟାରୁ ଆସନ୍ତାକାଲି ସକାଳ 5 ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି । ଏଣୁ ଚଳିତ ବର୍ଷ ଆପଣମାନେ ଏହି ନିଷେଧାଦେଶକୁ ଅକ୍ଷରେ ଅକ୍ଷରେ ମାନି, ପରିବାର ସହିତ ଘରେ ରହି କୋଭିଡ୍‍ କଟକଣା ପାଳନ ପୂର୍ବକ ନୂତନ ବର୍ଷ ଆଗମନର ଆନନ୍ଦ ଉଲ୍ଲାସ କରିବାକୁ ଅନୁରୋଧ କରିଛନ୍ତି ସିଆରସି ।

ସେହିପରି ନୂତନ ବର୍ଷ ଅବସରରେ ସାଧାରଣତଃ ସରକାରୀ ଏବଂ ବେସରକାରୀ ଦପ୍ତରଗୁଡିକରେ କର୍ମଚାରୀମାନେ ପରସ୍ପର ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ପାଇଁ ଏକତ୍ର ହୋଇଥାନ୍ତି । ଏତଦ୍‍ବ୍ୟତୀତ ଅନ୍ୟ ସାଧାରଣ ବ୍ୟକ୍ତି ମଧ୍ୟ ବିଭିନ୍ନ ଦପ୍ତରକୁ ଆସି ଶୁଭେଚ୍ଛା ଜଣାଇଥାନ୍ତି । କୋଭିଡ୍‍ ମହାମାରୀର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ସରକାରୀ ଦପ୍ତରଗୁଡିକରେ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ନିମନ୍ତେ ଏକାଠି ନହେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ବୋଲି ସେ କହିଛନ୍ତି ।

ଏହି କଟକଣାକୁ ଭିନ୍ନ ଦୃଷ୍ଟିରେ ନ ଦେଖି, ଏହି କଠିନ ସମୟରେ ଆପଣମାନେ ପୁରୁଣା ବର୍ଷର ବିଦାୟ  ଏବଂ ନୂତନ ବର୍ଷର ଆଗମନକୁ ସମ୍ମିଳିତ ଭାବରେ ପାଳନ ନ କରିବାକୁ ଏକାନ୍ତ ଅନୁରୋଧ । ଯେତେ କଷ୍ଟ ହେଲେ ମଧ୍ୟ ଆମ ନିଜର ଓ ଅନ୍ୟମାନଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ବ୍ୟକ୍ତିଗତ ଭାବରେ ସାକ୍ଷାତ କରି ନୂତନ ବର୍ଷର ଅଭିନନ୍ଦନ ଜଣାଇବାରୁ ନିଜକୁ ନିବୃତ୍ତ ରଖନ୍ତୁ । ଏହି ଶୁଭେଚ୍ଛା ଆପଣମାନେ ହୃଦୟର ଆବେଗ ସହିତ ଟେଲିଫୋନ, ହ୍ବାଟ୍ସଆପ୍‍ ବା ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ଜଣାଇବାକୁ ସେ କହିଛନ୍ତି ।  

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Dec 31, 2020, 1:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.