ETV Bharat / city

ବସ୍ତି ବାସିନ୍ଦାଙ୍କ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ: ପଞ୍ଚାନନ କାନୁନଗୋ

ପୌର ନିର୍ବାଚନକୁ ନେଇ ଉଭୟ ଶାସକ ଓ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପଞ୍ଚାନନ କାନୁନଗୋ । ନିର୍ବାଚନ ପରେ ବସ୍ତି ବାସିନ୍ଦାଙ୍କ ସମସ୍ୟା ଦିଗରେ ଧ୍ୟାନ ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Mar 21, 2022, 5:59 PM IST

ବସ୍ତି ବାସିନ୍ଦାଙ୍କ ପାଇଁ ସରକାରଙ୍କ ଆନ୍ତରିକ ନାହିଁ : ପଞ୍ଚାନନ କାନୁନଗୋ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଏବେ ଚଳଚଞ୍ଚଳ ହୋଇ ପଡ଼ିଛି ମହାନଗର ଓ ପୌରାଞ୍ଚଳ । ଯେଉଁଆଡ଼େ ଆଖି ବୁଲାଇଲେ ଖାଲି ଘନଘନ ପ୍ରଚାର କରୁଛନ୍ତି ପ୍ରାର୍ଥୀ । ପୌର ନିର୍ବାଚନର ହାୱା ରାଜଧାନୀରେ ବି ଦେଖିବାକୁ ମିିଳିଛି । ଏଠାରେ ମଧ୍ୟ ମେୟର ଓ କର୍ପୋରେଟର ପ୍ରାର୍ଥୀ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନାନା ଆଳ ଦେଖାଉଛନ୍ତି । ଏହାରି ମଧ୍ୟରେ ପ୍ରମୁଖ ଦଳ ମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପର ପର୍ବ ଜାରି ରହିଛି ।

ଏହି କ୍ରମରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ବିଜେଡି ଟାର୍ଗେଟ କରିଛନ୍ତି । ବିଏମ୍‌ସି ନିର୍ବାଚନରେ ବସ୍ତି ବାସିନ୍ଦାଙ୍କ ଭୋଟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ତେବେ ଶାସକ ଦଳ ବିଜେଡି ବସ୍ତି ବାସିନ୍ଦାଙ୍କ ସ୍ବାର୍ଥକୁ ନେଇ ଏତେଟା ଗମ୍ଭୀର ନୁହଁନ୍ତି ବୋଲି କହିଛନ୍ତି ପଞ୍ଚାନନ କାନୁନଗୋ । ନିର୍ବାଚନ ଶେଷ ହୋଇଗଲେ ବସ୍ତିବାସିନ୍ଦାଙ୍କ ସମସ୍ୟା କଥା ବି ଶାସକ ଦଳ ଭୁଲିଯାଏ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ।

ପଞ୍ଚାନନ କହିଛନ୍ତି ଯେ,"ବସ୍ତି ବାସିନ୍ଦାଙ୍କ ଭୋଟ ଉପରେ ଶାସକ ଦଳଠାରୁ ଆରମ୍ଭ କରି ବିରୋଧୀ ନିର୍ଭର କରନ୍ତି । ଭୁବନେଶ୍ୱରରେ ବସ୍ତି ବାସିନ୍ଦାଙ୍କ ଭୋଟ ପ୍ରାର୍ଥୀ ଜିତାଇବାରେ ବଡ଼ ଭୂମିକା ଗ୍ରହଣ କରେ । ବସ୍ତି ଭୋଟରମାନଙ୍କ ବଡ଼ ସମସ୍ୟାକୁ ସମସ୍ତେ ନେଇ ଖେଳ ଖେଳନ୍ତି । ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ରଖନ୍ତି ହେଲେ ଭୋଟ ସରିଲା ପରେ ଅବସ୍ଥା ଯଥା ପୂର୍ବାଂ ତଥା ପରଂ ସ୍ଥିତି ରହିଥାଏ ।"

ରେ ବସ୍ତି ବାସିନ୍ଦାଙ୍କ ଭୋଟ ଉପରେ ଶାସକ ଦଳ ଠାରୁ ଆରମ୍ଭ କରି ବିରୋଧୀ ଦଳ ମଧ୍ୟ ନିର୍ଭର କରନ୍ତି, ଭୁବନେଶ୍ୱରରେ ବସ୍ତି ବାସିନ୍ଦାଙ୍କ ଭୋଟ ପ୍ରାର୍ଥୀ ଜିତାଇବାରେ ବଡ଼ ଭୂମିକା ଗ୍ରହଣ କରେ। ବସ୍ତି ଭୋଟର ମାନଙ୍କ ବଡ଼ ସମସ୍ୟାକୁ ସମସ୍ତେ ନେଇ ଖେଳ ଖେଳନ୍ତି ।ବସ୍ତ ବାସିନ୍ଦାଙ୍କ ଥଇଥାନ, ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ରଖନ୍ତି ହେଲେ ଭୋଟ ସରିଲା ପରେ ଅବସ୍ଥା ଯଥା ପୂର୍ବାଂ ତଥା ପରଂ। ତେବେ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ବସ୍ତି ବାସିନ୍ଦାଙ୍କ ସୁବିଧା ପାଇଁ କଣ ବ୍ୟବସ୍ଥା ରହିଛି ,ନିର୍ବାଚନ ଥୋପ କେମିତି ଦିଆଯାଉଛି ।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଞ୍ଚାନନ କାନୁନଗୋ । ଜାଗା ମିଶନକୁ କେବଳ ଆଇନରେ ପରିଣତ କରିଦେଲେ ହେବ ନାହିଁ, ଏଥିପାଇଁ ନିଷ୍ଠା ଦରକାର। ବାରମ୍ବାର ନିର୍ବାଚନ ଆସୁଛି, ଯାଗା ଯୋଗାଇ ଦିଆଯିବ ଜାଗା, ଘର ଯୋଗାଇ ଦିଆଯିବ କୁହାଯାଉଛି, ହେଲେ ତାହା ହେଉନାହିଁ । ବସ୍ତି କମିନାହିଁ, ଲୋକସଂଖ୍ୟା ବଢିଛି । ବସ୍ତି ରହିବ କିନ୍ତୁ ତାହାକୁ ଉନ୍ନତ ମାନର କରାଯିବା ଦରକାର ବୋଲି କହିଛନ୍ତି କଂଗ୍ରେସ ନେତା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.