ଭୁବନେଶ୍ବର: ରାଜ୍ୟ ସରକାର କରିବେ ଗଞ୍ଜେଇ ଚାଷ । ମଙ୍ଗଳବାର ଏନେଇ ଅବକାରୀ ବିଭାଗ ପକ୍ଷରୁ ବୈଠକ ଡକାଯାଇଛି ।
ଗଞ୍ଜେଇ ଚାଷ ହେଲେ କଣ ଲାଭ ହେବ ସେ ନେଇ ଅବକାରୀ ବିଭାଗର ଯୁଗ୍ମ ସଚିବ ଅବକାରୀ କମିଶନରଙ୍କୁ ଚିଠି ଲେଖି ବୈଠକରେ ଯୋଗ ଦେବାକୁ କହିଛି । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଔଷଧୀୟ ବ୍ୟବହାର ପାଇଁ ଏହି ଚାଷ କରାଯିବ ବୋଲି ବିଭାଗ ପକ୍ଷରୁ ଚିଠିରେ ଉଲ୍ଲେଖ ରହିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ