ETV Bharat / city

‘ବିକାଶ ନୁହେଁ ଭୋଟ ଚାହାଁନ୍ତି ରାଜ୍ୟ ସରକାର’ - ରାଜ୍ୟ କଂଗ୍ରେସ ସାମ୍ବାଦିକ ସମ୍ମୀଳନୀ

ରାଜ୍ୟ କଂଗ୍ରେସ ସାମ୍ବାଦିକ ସମ୍ମୀଳନୀରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ପାଖେଇ ଆସିଲେ ରାଜ୍ୟ ସରକାର ନୂଆ ନୂଆ ଯୋଜନା ଆରମ୍ଭ କରନ୍ତି ବୋଲି କଂଗ୍ରେସ କହିଛି । ଅଧିକ ପଢନ୍ତୁ...

govt dont need development only vote says congress
ବିକାଶ ନୁହେଁ ଭୋଟ ଚାହାନ୍ତି ରାଜ୍ୟ ସରକାର
author img

By

Published : Sep 18, 2021, 7:26 PM IST

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ସାମ୍ବାଦିକ ସମ୍ମୀଳନୀ । ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶୀକାନ୍ତ ମିଶ୍ର ସାମ୍ବାଦିକ ସମ୍ମୀଳନୀରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ପାଖେଇ ଆସିଲେ ରାଜ୍ୟ ସରକାର ନୂଆ ନୂଆ ଯୋଜନା ଆରମ୍ଭ କରନ୍ତି ବୋଲି କଂଗ୍ରେସ କହିଛି ।

ବିକାଶ ନୁହେଁ ଭୋଟ ଚାହାନ୍ତି ରାଜ୍ୟ ସରକାର

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ମୁଖପାତ୍ର କହିଛନ୍ତି ଯେ ନିର୍ବାଚନ ପାଖେଇ ଆସିଲେ ରାଜ୍ୟ ସରକାର ନୂଆ ନୂଆ ଯୋଜନା ଆରମ୍ଭ କରନ୍ତି । ଭୁବନେଶ୍ବର ଉପକଣ୍ଠରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିମାନବନ୍ଦର ସମ୍ପ୍ରସାରଣ ପାଇଁ ଚିଠି ଲେଖିଲା ପରେ, ସେତେବେଳେ ଜାଗା ଚିହ୍ନଟ କରିପାରିଲେନି ରାଜ୍ୟ ସରକାର । ଏବେ ପିପିଲି ଉପ ନିର୍ବାଚନକୁ ଦୃଷ୍ଟରେ ରଖି ପୁରୀରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ଲାଗି କେନ୍ଦ୍ରକୁ ଏକ ଚିଠି ଲେଖିଛନ୍ତି ।

ସେହିପରି 2014ରେ ରାଜ୍ୟ ସରକାର ଶ୍ରୀମନ୍ଦିର ଓ ପାରିପାର୍ଶ୍ବକୁ ନୋ ଫ୍ଲାଇଂ ଜୋନ କରିବାକୁ କେନ୍ଦ୍ରକୁ ପତ୍ର ଲେଖିଥିଲେ । ଏ ଦୁଇଟି ଚିଠି ଦେଖିଲେ ଜଣାପଡୁଛି ଯେ ଭୋଟ ରାଜନୀତିକୁ ଚରିତାର୍ଥ କରିବାକୁ ପୁରୀ ଜିଲ୍ଲା ଓ ପିପିଲିବାସୀଙ୍କୁ ଭ୍ରମିତ କରିଛନ୍ତି ସରକାର |

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.