ଭୁବନେଶ୍ବର: କୋଭିଡ ପରିଚାଳନା ପାଇଁ ଦୁଇ ଆଇଏଏସଙ୍କୁ ଗଞ୍ଜାମ ପଠାଇଛନ୍ତି ରାଜ୍ୟ ସରକାର । ଆଇଏଏସ ପାରୁଲ ପଟୱାରୀ ଓ ବିଶାଲ ସିଂଙ୍କୁ ଗଞ୍ଜାମ ପଠାଇଛନ୍ତି ସରକାର ।
![କୋଭିଡ୍ ମୁକାବିଲା: ଗଞ୍ଜାମ ଗଲେ ଦୁଇ ଆଇଏଏସ](https://etvbharatimages.akamaized.net/etvbharat/prod-images/od-bbs-1-2iasdeputedforganjam-avo-7205239_04072020132244_0407f_1593849164_327.png)
ଜିଲ୍ଲାରେ ସ୍ଥିତି ବିଗିଡିବା ପରେ ଏବେ ସରକାରଙ୍କ ନିଦ ଭାଙ୍ଗିଛି । ଏବେ ବଡ ଚାଲେଞ୍ଜ ହେଉଛି ଏହାକୁ ନିୟନ୍ତ୍ରଣ କରିବା । ଯେଉଁଥିଲାଗି 2015 ବ୍ୟାଚ ଆଇଏଏସ ତଥା ପୂର୍ତ୍ତ ବିଭାଗର ସ୍ବତନ୍ତ୍ର ସଚିବ ପାରୁଲ ପଟୱାରୀଙ୍କୁ ଏଡିଏମ କ୍ଷମତା ଦିଆଯାଇଛି । ସେ ଛତ୍ରପୁର ସବ ଡିଭିଜନ ଦାୟିତ୍ବରେ ରହିବେ ।
ସେହିପରି ପୁରୀ ପିଡିଡିଆରଡିଏ ବିଶାଲ ସିଂ ଭଞ୍ଜନଗର ସବଡିଭିଜନ ଦାୟିତ୍ବରେ ରହିବେ । କୋଭିଡ ପରିଚାଳନା ପାଇଁ ଉଭୟଙ୍କୁ ଏଡିଏମ କ୍ଷମତା ମିଳିବ। ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ