ETV Bharat / city

ନବ ଦମ୍ପତି ପ୍ରମୋଦିନୀ-ସରୋଜଙ୍କୁ ଆଶୀର୍ବାଦ ଦେଲେ ରାଜ୍ୟପାଳ - ପ୍ରମୋଦିନୀ-ସରୋଜଙ୍କୁ ଆଶୀର୍ବାଦ ଦେଲେ ରାଜ୍ୟପାଳ

ସୋମବାର ଗଲା ବାହାଘର । ମଙ୍ଗଳବାର ଭୁବନେଶ୍ବରରେ ଏକ ଘରୋଇ ହୋଟେଲରେ ଆୟୋଜିତ ହୋଇଛି ପ୍ରମୋଦିନୀଙ୍କ ରିସେପ୍ସନ୍ ପାର୍ଟି । ଅଧିକ ପଢନ୍ତୁ...

acid-attack-victim-promodini-tied-the-knot-with-saroj
ବଧୂ ସାଜିଲେ ପ୍ରମୋଦିନୀ
author img

By

Published : Mar 2, 2021, 11:06 PM IST

Updated : Mar 3, 2021, 7:14 AM IST

ଭୁବନେଶ୍ବର: ଦୁଃଖ ସୁଖର ସାଥୀକୁ ଜୀବନସାଥି ରୂପେ ପାଇ ଖୁସି ପ୍ରମୋଦିନୀ। ଗୋଟେ ହୃଦୟ ଆଉ ଗୋଟେ ହୃଦୟକୁ ବୁଝିଲା। ଆଉ ବନ୍ଧୁତ୍ବରୁ ହେଲା ବାହାଘର । ଗୋଟିଏ ସୂତ୍ରରେ ବାନ୍ଧି ହୋଇ ନୂଆ ଜୀବନର ସଂକଳ୍ପ ନେଇ ଏକାଠି ରହିବାର ପ୍ରତିବନ୍ଧତାରେ ହାତଧରି ଚାଲିଲେ ଏସିଡ ପୀଡିତା ପ୍ରମୋଦିନୀ ଆଉ ସରୋଜ।

ବଧୂ ସାଜିଲେ ପ୍ରମୋଦିନୀ
ନବ ଦମ୍ପତି ପ୍ରମୋଦିନୀ-ସରୋଜଙ୍କୁ ଆଶୀର୍ବାଦ ଦେଲେ ରାଜ୍ୟପାଳ

ସୋମବାରରେ ଜଗତସିଂହପୁର ଘରେ ଦୁଇଜଣଙ୍କ ବିବାହ ସଂପନ୍ନ ହୋଇଥିବା ବେଳେ ମଙ୍ଗଳବାର ଭୁବନେଶ୍ବରରେ ଏକ ତାରକା ହୋଟେଲରେ ପ୍ରିତି ଭୋଜନର ଆୟୋଜନ ହୋଇଥିଲା । ଆଉ ଏହି ଭୋଜନରେ ବନ୍ଧୁ ପ୍ରିୟଜନଙ୍କ ସମେତ ଆଶୀର୍ବାଦ ଦେବା ପାଇଁ ଶୁଭେଛୁଙ୍କର ଜମିଥିଲା ଆସର । ଯେଉଁଥିରେ ସାମିଲ ହୋଇଥିଲେ ରାଜ୍ୟପାଳ ପ୍ରଫେସସର ଗଣେଶୀ ଲାଲ୍।

ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ସହ ଏକ ସ୍ବର୍ଗୀୟ ଯୋଡି କହି ସୁଖମୟ ଦାମ୍ପତ୍ୟର କାମନା କାରିଥିଲେ ରାଜ୍ୟପାଳ। ଏହାସହ ଏହି ବାହାଘରରେ ବିଭିନ୍ନ ରାଜନୈତିକ ଦଳ ସହ ଅନେକ ସିନେ ତାରକା ସାମାଜିକ କର୍ମୀ ସାମିଲ ହୋଇ ନବଦମ୍ପତିକୁ ଆଶୀର୍ବାଦ ଦେଇଥିଲେ ।

ଏପରିକି ଏହି ବାହାଘରରେ ପ୍ରମୋଦିନୀଙ୍କ ପରି ଅନେକ ପୀଡ଼ିତାଙ୍କୁ ଏହି ଅନନ୍ୟ ବାହାଘରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଜୀବନର ଅନେକ ଝଡଝଞ୍ଜା ଦେଖି ନିଜକୁ ମୁଖ୍ୟ ସ୍ରୋତାରେ ସାମିଲ କରିଥିବା ପ୍ରମୋଦିନି ସମସ୍ତଙ୍କ ଆଶୀର୍ବାଦ ପାଇଁ ଅନେକ ଖୁସିଥିବା କହିଥିଲେ । ଆଉ ଚେହେରା ନୁହେଁ ହୃଦୟକୁ ଚିହ୍ନି ନିଜର କରିଥିବା ମଣିଷକୁ ପାଇ ନିଜକୁ ଭାଗ୍ୟବାନ ବୋଲି ପ୍ରତିପାଦିତ କରିଥିଲେ ।

ଭୁବନେଶ୍ୱରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Mar 3, 2021, 7:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.