ETV Bharat / city

କମିଶନରେଟ ପୋଲିସକୁ ପ୍ରଶଂସା କଲେ ଗଣେଶୀ ଲାଲ - Governor Ganeshi Lal appreciates

22 ବର୍ଷର ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଧରିବାରେ ପୋଲିସ ସଫଳ ହେବାପରେ ବୃତ୍ତି ପ୍ରତି ଉତ୍ସର୍ଗୀକୃତତା ଏବଂ ପ୍ରତିବଦ୍ଧତା ପାଇଁ ରାଜ୍ୟ ପୋଲିସକୁ ଏହି ସଫଳତା ମିଳିଛି ବୋଲି ରାଜ୍ୟପାଳ କହିଛନ୍ତି ।

ପୋଲିସ କମିଶନରଙ୍କୁ ପ୍ରଶଂସା କଲେ ରାଜ୍ୟପାଳ
ପୋଲିସ କମିଶନରଙ୍କୁ ପ୍ରଶଂସା କଲେ ରାଜ୍ୟପାଳ
author img

By

Published : Feb 25, 2021, 6:45 PM IST

ଭୁବନେଶ୍ବର: ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ପ୍ରଶଂସା କଲେ ରାଜ୍ୟପାଳ ଗଣେଶି ଲାଲ । ଦୀର୍ଘ ୨୨ ବର୍ଷ ପରେ ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଏହି ଲୋମଟାଙ୍କୁରା ଗଣଦୁଷ୍କର୍ମର ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ପୁଣେରୁ ଗିରଫ କରିଥିଲା କମିଶନରେଟ ପୋଲିସ । ଏହି ଘଟଣାକୁ ନେଇ ଆଜି(ଗୁରୁବାର) ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସିପିଙ୍କ କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ।

ପୋଲିସ କମିଶନରଙ୍କୁ ପ୍ରଶଂସା କଲେ ରାଜ୍ୟପାଳ
ପୋଲିସ କମିଶନରଙ୍କୁ ପ୍ରଶଂସା କଲେ ରାଜ୍ୟପାଳ

ସିପି ସୁଧାଂଶୁ ଷଡଙ୍ଗୀଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ସାଇଲେଣ୍ଟ ଭାଇପର ନାମରେ ଏକ ସିକ୍ରେଟ ଅପରେସନ ଆରମ୍ଭ କରାଯାଇଥିଲା । ଆଉ ଦୀର୍ଘ 22 ବର୍ଷ ଧରି ଫେରାର ଥିବା ଅଭିଯୁକ୍ତ ବିବନକୁ ପାତାଳରୁ ଗିରଫ କରିଥିଲା । ଯାହାକୁ ନେଇ ଉଭୟ ଟ୍ବିନସିଟିର କମିଶନରେଟ ପୋଲିସ ସହ ଓଡିଶା ପୋଲିସ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଛନ୍ତି ମହାମହିମ ରାଜ୍ୟପାଳ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ରାଜ୍ୟପାଳ ।

1999 ମସିହାର ଏକ ଜଘନ୍ୟ ଗଣଦୁଷ୍କର୍ମ ମାମଲାର ପର୍ଦାଫାଶ କରିଛି କମିଶନରେଟ ପୋଲିସ । 22 ବର୍ଷର ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଧରିବାରେ ପୋଲିସ ସଫଳ ହୋଇଛି । ବୃତ୍ତି ପ୍ରତି ଉତ୍ସର୍ଗୀକୃତତା ଏବଂ ପ୍ରତିବଦ୍ଧତା ପାଇଁ ରାଜ୍ୟ ପୋଲିସକୁ ଏହି ସଫଳତା ମିଳିଛି ବୋଲି ରାଜ୍ୟପାଳ କହିଛନ୍ତି । ଏଥିପାଇଁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଓ କମିଶନରେଟ ପୋଲିସକୁ ତାରିଫ କରିଛନ୍ତି ରାଜ୍ୟପାଳ ।

ଏପରି ଉଲ୍ଲେଖନୀୟ ପ୍ରଦର୍ଶନକାରୀଙ୍କୁ ପ୍ରୋତ୍ସାହନ କରିବାର ଆବଶ୍ୟକତା ରହିଛି ରାଜ୍ୟପାଳ କହିଛନ୍ତି । ଫଳରେ ଅନ୍ୟ ପୋଲିସ କର୍ମଚାରୀମାନଙ୍କୁ ଏକ ଉତ୍ତମ ଢଙ୍ଗରେ ପ୍ରେରଣା ମିଳିବ । ଏହି ଚମତ୍କାର ସଫଳତା ପାଇଁ ମୁଁ ପୋଲିସ କମିଶନର, ଭୁବନେଶ୍ବର-କଟକ ଟ୍ବିନସିଟି ଏବଂ ତାଙ୍କ ଦଳର ଅନ୍ୟ ସମସ୍ତ ଅଧିକାରୀଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି ବୋଲି ରାଜ୍ୟପାଳ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.