ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କୁ ନାଗରିକ ସମ୍ବର୍ଦ୍ଧନା । ବିଜେପିର ବହୁ ବରିଷ୍ଠ ନେତାଙ୍କ ଗହଣରେ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କୁ ସେ ସମ୍ମାନରେ ସମ୍ମାନିତ କରାଯାଇଛି ।
ରାଜ୍ୟପାଳ ଭାବେ ପ୍ରଥମ ଥର ଦାୟିତ୍ବ ଗ୍ରହଣ କରିବା ପରେ ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଶା ନାଗରିକ ମହାମଞ୍ଚ, କଳିଙ୍ଗ ପାଇକ ସଙ୍ଗଠନ ସହ ଅନ୍ୟାନ୍ୟ ପାଇକ ସଙ୍ଗଠନ ସମୂହ ପକ୍ଷରୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି ।
ଓଡ଼ିଶା ସାମରିକ ପରମ୍ପରାର ପ୍ରମୁଖ ସମର୍ପିତ କାଣ୍ଡାରୀ, ପ୍ରବୀଣ ଜନନେତା, ଜନବାଦୀ ନାଟ୍ୟକାର, ଜନାଦୃତ ଆଲେଖ୍ୟସ୍ରଷ୍ଟା, ତଥା ବହୁମୁଖା ପ୍ରତିଭାଦୀପ୍ତ ଭାଷା ସାହିତ୍ୟ ଲାଗି ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ଭର୍ତ୍ତୂହରି ମହତାବ ଓ ସୁରେଶ ପୂଜାରୀଙ୍କ ସମେତ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ