ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ପଞ୍ଚମ ଥର ଗାଦି ସମ୍ଭାଳିବା ପୂର୍ବରୁ ନିଜ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଚଳିତ ନିର୍ବାଚନର ଫଳାଫଳ ପୁଣିଥରେ ନବୀନଙ୍କୁ ସରକାର ଗଢିବାକୁ ସୁଯୋଗ ଦେଇଥିବାରୁ ନୂଆ ସରକାର ଗଢିବା ଆଗରୁ ସେ ଇସ୍ତଫା ଦେଇଛନ୍ତି।
ତେବେ 27 ରେ ନୂଆ ମନ୍ତ୍ରୀ ମଣ୍ଡଳ ସହ ନୂଆ ସରକାର ଗଠନ ପାଇଁ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ । ନୂଆ ମନ୍ତ୍ରୀମଣ୍ଡଳ ଗଠନ ନହେବା ଯାଏଁ କାର୍ଯ୍ୟକାରୀ ଭାବେ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ରହିଛି।
ଭୁବନେଶ୍ବରରୁ ଅଜିତ କୁମାର ଦାସ, ଇଟିଭି ଭାରତ