ETV Bharat / city

ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ବିଭାଗ, ଛାତ୍ରଛାତ୍ରୀ ନିଜେ ଫର୍ମ ପୂରଣ ପାଇଁ ପରାମର୍ଶ

ପ୍ରବେଶିକା ପରୀକ୍ଷା କରିବାକୁ ପ୍ରସ୍ତୁତ ରହିଛି ପ୍ରଶାସନ । ଚଳିତ ବର୍ଷର ସିଲାବସକୁ ନେଇ ପରୀକ୍ଷା ହେବ ବୋଲି ସୂଚନା । ଅଧିକ ପଢନ୍ତୁ...

ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ବିଭାଗ
ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ବିଭାଗ
author img

By

Published : Feb 24, 2021, 2:18 PM IST

ଭୁବନେଶ୍ବର: ଦୀର୍ଘ ଦିନର ଅବଧି ପରେ ଖୋଲିଛି ସ୍କୁଲ ଓ କଲେଜ । ଅନଲାଇନ ପରେ ଅଫଲାଇନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଶିକ୍ଷାବର୍ଷ ଶେଷ ହେବାକୁ ବସିଥିବାବେଳେ କୋର୍ସ ସାରିବା ସହ ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ଏମାନେ ।

ପ୍ରବେଶିକା ପରୀକ୍ଷା

ବିଶେଷ କରି ଯୁକ୍ତ ଦୁଇ ପରେ ବିଟେକ ଓ ବି ଫାର୍ମା ଭଳି ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଥିବାରୁ ଏନେଇ ଜୋରଦାର ପ୍ରସ୍ତୁତ ଚଲାଇଛନ୍ତି ଛାତ୍ରଛାତ୍ରୀ । ରାଜ୍ୟରେ ଏହି ପରୀକ୍ଷା କରିବା ପାଇଁ ନିଜସ୍ବ ସଂସ୍ଥା ଥିବାବେଳେ ସେମାନେ ମଧ୍ୟ ପରୀକ୍ଷା ପ୍ରସ୍ତୁତରେ ଲାଗି ପଡିଛନ୍ତି । ତେବେ କୋରୋନା ପାଇଁ ସିଲାବସ କମ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ସଂସ୍ଥା ମଧ୍ୟ ସେହି ଅନୁଯାୟୀ ପ୍ରଶ୍ନ ତିଆରି କରିବ ବୋଲି କୁହାଯାଉଛି ।

କେବଳ ବିଟେକ ଓ ବି ଫାର୍ମା ନୁହେଁ ଏମ ଟେକ, ଏମ ଫାର୍ମା, ମେଡ଼ିସିନରେ ଏମବିବିଏସ ଆଦିରେ ମଧ୍ୟ ପ୍ରବେଶିକା ପରୀକ୍ଷା ଥିବାରୁ ଏନେଇ ଓଜେଇଇ ପକ୍ଷରୁ ପ୍ରସ୍ତୁତ ଚାଲିଛି । ଏନେଇ ଦୁଇଟି ହାଇ ଲେବୁଲ କମିଟି ଗଠନ କରାଯାଇଛି ।

କୋରୋନା ସମୟରେ ଛାତ୍ରଛାତ୍ରୀମାନେ କିପରି ସୁରକ୍ଷିତ ଭାବେ ପରୀକ୍ଷା ଦେବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି । ତେବେ ପ୍ରବେଶିକା ପରୀକ୍ଷାର ଫର୍ମ ପୂରଣ ପାଇଁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏଥିପ୍ରତି ଧ୍ୟାନ ଦେବାକୁ ଓଜେଇଇ ଚେୟାରମ୍ୟାନ ସୁଦୀପ ଚାନ୍ଦ କହିଛନ୍ତି । ସେପଟେ ପରୀକ୍ଷା ପାଇଁ ଯେପରି କୌଣସି ଛାତ୍ରଛାତ୍ରୀ ଅସୁବିଧାରେ ନପଡନ୍ତି ସେନେଇ ସରକାର ବ୍ୟବସ୍ଥା କରିବାକୁ ଅଭିଭାବକ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.