ETV Bharat / city

ସରକାରୀ ଅଧିକାରୀ BOOK CIRCULAR 47 ନେଇ ଅବଗତ ହେବା ଆବଶ୍ୟକ: ବିଜେଡି ବିଧାୟକ - ବିଜେଡି ବିଧାୟକଙ୍କ ଉପଦେଶ

କିଛି ସ୍ଥାନରେ ସରକାରୀ ଅଧିକାରୀ-ଲୋକ ପ୍ରତିନିଧିଙ୍କ ମଧ୍ୟରେ ସମନ୍ଵୟ ରହିନାହିଁ । ଏପରି ସ୍ଥଳେ ଦେବଗଡ ଭଳି ଘଟଣା ସମ୍ନାକୁ ଆସିଛି । ଅନେକ ସରକାରୀ ଅଧିକାରୀ ବୁକ ସରକୁଲାର 47 ବାବଦରେ ଅବଗତ ନାହାନ୍ତି । ତେଣୁ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଉଥିବା ସରକାରୀ ଅଧିକାରୀଙ୍କୁ ବୁକ ସରକୁଲାର 47 ବାବଦରେ ଅବଗତ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜଳେଶ୍ବର ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର । ଅଧିକ ପଡନ୍ତୁ

ସରକାରୀ ଅଧିକାରୀ BOOK CIRCULAR 47 ଅବଗତ ହେବା ଆବଶ୍ୟକ: ବିଜେଡି ବିଧାୟକ

author img

By

Published : May 2, 2022, 9:26 PM IST

Updated : May 2, 2022, 10:04 PM IST

ଭୁବନେଶ୍ବର: କିଛି ସ୍ଥାନରେ ସରକାରୀ ଅଧିକାରୀ-ଲୋକ ପ୍ରତିନିଧିଙ୍କ ମଧ୍ୟରେ ସମନ୍ଵୟ ରହିନାହିଁ । ଏପରି ସ୍ଥଳେ ଦେବଗଡ ଭଳି ଘଟଣା ସମ୍ନାକୁ ଆସିଛି । ଅନେକ ସରକାରୀ ଅଧିକାରୀ ବୁକ ସର୍କୁଲାର 47 ବାବଦରେ ଅବଗତ ନାହାଁନ୍ତି । ତେଣୁ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଉଥିବା ସରକାରୀ ଅଧିକାରୀଙ୍କୁ ବୁକ ସର୍କୁଲାର 47 ବାବଦରେ ଅବଗତ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜଳେଶ୍ୱର ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ।

ସରକାରୀ ଅଧିକାରୀ BOOK CIRCULAR 47 ଅବଗତ ହେବା ଆବଶ୍ୟକ: ବିଜେଡି ବିଧାୟକ

ଦେବଗଡରେ ବିଧାୟକ-ବିଡିଓ ବିବାଦ ଘଟଣା ଦିନକୁ ଦିନ ନୂଆ ମୋଡ ନେଉଛି । ଏହାରି ଭିତରେ ଜଳେଶ୍ବର ବିଧାୟକ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ବହୁ ସ୍ଥାନରେ ଲୋକ ପ୍ରତିନିଧି ଓ ସରକାରୀ ଅଧିକାରୀ ମଧ୍ୟରେ ସମନ୍ଵୟ ରହୁଛି । କିଛିକିଛି ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ତୃଣମୂଳ ସ୍ଥଳରେ ସରକାରୀ ଅଧିକାରୀ ବୁକ ସର୍କୁଲାର 47 ବାବଦରେ ଅବଗତ ନାହାନ୍ତି । ସେ ସ୍ଥାନରେ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି ।

ନୂତନ ଓଏଏସ, ଆଇଏଏସ ଓ ଆଇପିଏସ ବୁକ ସରକୁଲାର 47 ବାବଦରେ ଅବଗତ ହେବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଳମ୍ବରେ ହେଉ ଅବା ସଙ୍ଗେ ସଙ୍ଗେ ଗିରଫ ହେବା, ଏହା ଆଇନ ପ୍ରକ୍ରିୟାର କଥା । ଆଇନ.. ଆଇନ ବାଟରେ ଯାଇଛି । ଅଭିଯୁକ୍ତ ଗିରଫ ହେଉଛନ୍ତି । ସେ ବିଧାୟକ ହୁଅନ୍ତୁ ଅବା ଅନ୍ୟ ଯେକୌଣସି ବ୍ୟକ୍ତି । ସମୟ କହିବ, କାହାର କେଉଁଠି ଭୁଲ ରହିଲା । କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା । ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ଆନ୍ଦୋଳନ କରୁଛି ।

ମିଥ୍ୟା ଓ ଅତିରଞ୍ଜିତ କରି ଅଭିଯୋଗ କରୁଛି ବିଜେପି । ସବୁ କିଛି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି । ସେହିପରି ବିଜେଡି ବିଧାୟକ ସ୍ବରୂପ ଦାସ କହିଛନ୍ତି ଯେ, ଆଇନ ସମସ୍ତଙ୍କ ପାଇଁ ସମାନ । ଆଇନର ଊର୍ଦ୍ଧ୍ୱରେ କେହି ନାହାନ୍ତି । ଆଇନ ତା ବାଟରେ ଯିବ । ନବୀନ ପଟ୍ଟନାୟକ ସରକାରରେ ଆଇନ ତା ବାଟରେ ଯାଉଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 2, 2022, 10:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.