ETV Bharat / city

‘୩ୟ ଲହର ମୁକାବିଲା ପରିବର୍ତ୍ତେ ମିଥ୍ୟା ପ୍ରଚାରରେ ଲାଗିଛନ୍ତି ରାଜ୍ୟ ସରକାର’

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । କୋଭିଡ ୩ୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରିବା ପରିବର୍ତ୍ତେ ମିଥ୍ୟା ପ୍ରଚାରରେ ଲାଗିଛନ୍ତି । ଅଭିଯୋଗ ଆଣି ବର୍ଷିଲେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ଅଧିକ ପଢନ୍ତୁ...

‘୩ୟ ଲହର ମୁକାବିଲା ପରିବର୍ତ୍ତେ ମିଥ୍ୟା ପ୍ରଚାରରେ ଲାଗିଛନ୍ତି ରାଜ୍ୟ ସରକାର’
‘୩ୟ ଲହର ମୁକାବିଲା ପରିବର୍ତ୍ତେ ମିଥ୍ୟା ପ୍ରଚାରରେ ଲାଗିଛନ୍ତି ରାଜ୍ୟ ସରକାର’
author img

By

Published : Sep 4, 2021, 9:05 PM IST

ଭୁବନେଶ୍ବର: କୋଭିଡ ୩ୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରିବା ପରିବର୍ତ୍ତେ ମିଥ୍ୟା ପ୍ରଚାର କରୁଛନ୍ତି । ଏହି ସାମ୍ଭାବ୍ୟ ଲହରରେ ଛୋଟ ଶିଶୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ମହିଳା ବିଜେପିର ଏକ ଟିମ ରାଜ୍ୟର ୩୦ ଜିଲ୍ଲାର ହସ୍ପିଟାଲ ଗସ୍ତ କରିଥିଲା । ୩ୟ ଲହର ପାଇଁ ସରକାର ଆଦୌ ପ୍ରସ୍ତୁତ ନ ଥିବା ଉକ୍ତ ଗସ୍ତରୁ ଦେଖିବାକୁ ମିଳିଛି । ଏପରି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ତଥା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ।

‘୩ୟ ଲହର ମୁକାବିଲା ପରିବର୍ତ୍ତେ ମିଥ୍ୟା ପ୍ରଚାର କରୁଛନ୍ତି ସରକାର’

ସ୍ମୃତି କହିଛନ୍ତି ରାଜ୍ୟରେ ଅନେକ ମେଡିକାଲରେ ଶିଶୁ ବିଶେଷଜ୍ଞ ନାହାନ୍ତି । କେତେକ ଜିଲ୍ଲାରେ ଆବଶ୍ୟକ ସଂଖ୍ୟା ଠାରୁ କମ ଡାକ୍ତର ଅଛନ୍ତି । ଶିଶୁଙ୍କ ପାଇଁ ମେଡ଼ିକାଲ ସରଞ୍ଜାମ ଓ ଔଷଧ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଗୋଟିଏ ଜାଗାରେ ବ୍ୟବସ୍ଥିତ ଢଙ୍ଗରେ ନାହିଁ । ସେହିପରି ଡେଡିକେଟେଡ଼ ଚାଇଲଡ଼ ୱାର୍ଡ କଥା ସରକାର କହୁଥିବାବେଳେ ତାହା ମଧ୍ୟ ନାହିଁ । ରାଜ୍ୟରେ ଆବଶ୍ୟକ ଥିବା ୮,୭୧୯ ଡାକ୍ତର ପଦବୀ ମଞ୍ଜୁର ହୋଇଛି, କିନ୍ତୁ ମାତ୍ର ୪୧୨୪ ଜଣ ଡାକ୍ତର ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ମଧ୍ୟ ୪,୫୯୫ ଟି ଡାକ୍ତର ପଦବୀ ଖାଲି ପଡିଛି । ଯାହା ସ୍ପଷ୍ଟ କରୁଛି ଯେ ରାଜ୍ୟରେ ୫୨.୭୦% ଡାକ୍ତର ପଦବୀ ଏବେ ମଧ୍ୟ ଖାଲି । ୩ୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହି ବୁଲୁଥିବାବେଳେ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ବିକାଶ ମଡେଲର ଚିତ୍ର । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରୀୟ ସହାୟତା ଯୋଗୁ ରାଜ୍ୟରେ ବହୁ ଜୀବନ ବଞ୍ଚିପାରିଥିବା ମଧ୍ୟ କହିଛନ୍ତି ସ୍ମୃତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.