ETV Bharat / city

ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗକୁ ନେଇ ସରକାର-ବିରୋଧୀ ମୁହାଁମୁହିଁ

author img

By

Published : Dec 24, 2021, 9:27 PM IST

ପଛୁଆବର୍ଗ ସଂରକ୍ଷଣ ନେଇ ତେଜିଲା ରାଜନୀତି । ସରକାରଙ୍କ ଉପରେ ଦୋଷ ଲଦିଲେ ବିରୋଧୀ। ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ସରକାର ଜାଣିଶୁଣି ପଛୁଆବର୍ଗଙ୍କୁ ଅଣଦେଖା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ । ଅଧିକ ପଢନ୍ତୁ

OBCs
OBCs constitutional rights

ଭୁବନେଶ୍ବର: ପଛୁଆବର୍ଗ ସଂରକ୍ଷଣ ନେଇ ତେଜିଲା ରାଜନୀତି । ସରକାରଙ୍କ ଉପରେ ଦୋଷ ଲଦିଲେ ବିରୋଧୀ। ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ସରକାର ଜାଣିଶୁଣି ପଛୁଆବର୍ଗଙ୍କୁ ଅଣଦେଖା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ ।

ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗକୁ ନେଇ ସରକାର-ବିରୋଧୀ ମୁହାଁମୁହିଁ

କଂଗ୍ରେସ ଓବିସି (OBC Cell) ସେଲ ଅଧ୍ୟକ୍ଷ ଜ୍ଞାନଦେଵ ବେଉରା ସରକାରଙ୍କ କଡା ସମାଲୋଚନା କରିଛନ୍ତି । ସରକାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ କମିଟି ଗଠନ କଲେ ହେଲେ ତାର କାର୍ଯ୍ୟାନ୍ଵୟନ କଣ ପାଇଁ କଲେ ନାହିଁ ? ଫଳରେ ପଛୁଆବର୍ଗ ନିଜର ହକ ପାଇବାରେ ଅସୁବିଧା ଉପୁଜିଲା। ରାଜ୍ୟରେ ପଛୁଆବର୍ଗଙ୍କ ସଂଖ୍ୟା ସରକାର ଜାଣିଛନ୍ତି ହେଲେ ଏଥିରେ ରାଜନୀତି କଣ ପାଇଁ କଲେ ବୋଲି ପ୍ରଶ୍ନ କରିଛନ୍ତି ଜ୍ଞାନଦେଵ ।

ସେପଟେ ପ୍ରସଙ୍ଗେର ଏଣ୍ଟ୍ରି ମାରି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ପଛୁଆ ବର୍ଗଙ୍କ ପାଇଁ ଲଢେଇ କରୁଛି ବିଜେଡି । ବିଜେଡି ତାର ଆଭିମୂଖ୍ୟ କଣ ସମସ୍ତେ ଜାଣିଛନ୍ତି। ଆଇନ ବ୍ୟବସ୍ଥା, ସୁପ୍ରିମକୋର୍ଟ ଓ ହାଇକୋର୍ଟ କଟକଣା କରିଛନ୍ତି । ସେ ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି। କିନ୍ତୁ ପଛୁଆବର୍ଗଙ୍କ ପାଇଁ ଆମ ଦଳର ରାଜନୈତିକ ପ୍ରତିବଦ୍ଧତା ରହିଛି। ଆମେ ଘୋଷଣା କରିଛୁ ଦଳୀୟ ଆଧାରରେ ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବା ପାଇଁ। ଅଣ ସଂରକ୍ଷିତ ଆସନରେ ବି ପଛୁଆବର୍ଗ ଲଢି ପାରିବେ। ଯେହେତୁ ରାଜ୍ୟରେ ୯୪ ପ୍ରତିଶତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆବର୍ଗ ରହିଛନ୍ତି। ସେଥିରୁ ପଛୁଆବର୍ଗଙ୍କ ସଂଖ୍ୟା ୫୪ ପ୍ରତିଶତ ରହୁଛି। ଯେମିତି ହେଲେ ପଛୁଆବର୍ଗଙ୍କ ପ୍ରତିନିଧିତ୍ବ ରହିବ। ପୂର୍ବରୁ ୩୩ ପ୍ରତିଶତ ମହିଳାଙ୍କୁ ସାଂସଦ ପ୍ରାର୍ଥୀ କରିଥିଲା ବିଜେଡି। ତେଣୁ ଦଳର ପ୍ରତିବଦ୍ଧତା ରହିଛି। ବିଜେପି ତାଙ୍କ ଦଳର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ବିଜେପିକୁ ଘେରିଛନ୍ତି ରଣେନ୍ଦ୍ର ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.