ETV Bharat / city

ଚଳିତବର୍ଷ ଦିପାବଳୀରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା - ban on the sale and bursting of fire crackers

ରାଜ୍ୟରେ କୋରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଦିପାବଳୀରେ ବାଣବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଯାଇଛି ।

ବାଣବିକ୍ରି ଓ ଫୁଟାଇବା ଉପରେ କଟକଣା
ବାଣବିକ୍ରି ଓ ଫୁଟାଇବା ଉପରେ କଟକଣା
author img

By

Published : Nov 3, 2020, 8:22 PM IST

ଭୁବନେଶ୍ବର: ଏଥର ଦିପାବଳୀରେ ଫୁଟିବନି ବାଣ । ଚଳିତଥର ବାଣ ବିକ୍ରି ଓ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଲେ ରାଜ୍ୟ ସରକାର । ରାଜ୍ୟରେ କୋରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଦିପାବଳୀରେ ବାଣବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଯାଇଛି ।

ବାଣବିକ୍ରି ଓ ଫୁଟାଇବା ଉପରେ କଟକଣା
ବାଣବିକ୍ରି ଓ ଫୁଟାଇବା ଉପରେ କଟକଣା

ଚଳିତମାସ ନଭେମ୍ବର 10 ରୁ 30 ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । କୋରୋନା ସମୟରେ ବାଣରୁ ବିଷାକ୍ତ ଗ୍ୟାସ ବାହାରି ବାୟୁ ପ୍ରଦୂଷଣ ହେଲେ ଶ୍ବାସଜନିତ ସମସ୍ୟା ଦେଖାଯିବା ଆଶଙ୍କା ଥିବାରୁ ଏଭଳି ପଦେକ୍ଷେପ ଗ୍ରହଣ କରାଯାଇଛି ।

ବାଣବିକ୍ରି ଓ ଫୁଟାଇବା ଉପରେ କଟକଣା
ବାଣବିକ୍ରି ଓ ଫୁଟାଇବା ଉପରେ କଟକଣା

ଯଦି କୋଣସି ବ୍ୟକ୍ତି ବାଣ ବିକ୍ରି ଓ ବାଣ ଫୁଟା ନିଷେଧାଦେଶକୁ ଅବମାନନା କଲେ, ସେମାନେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.