ETV Bharat / city

କୋଭିଡ୍‌କୁ ନେଇ କେତେ ସଜାଗ ସରକାରୀ ହସ୍ପିଟାଲ ? - government hospital news

କୋଭିଡ୍‌କୁ ନେଇ କେତେ ସଜାଗ ସରକାରୀ ହସ୍ପିଟାଲ । କେତେ ପରିମାଣର ରହିଛି କିଟ୍‌ । ଜାଣନ୍ତୁ ଏହି ରିପୋର୍ଟରେ...

କୋଭିଡ୍‌କୁ ନେଇ କେତେ ସଜାଗ ସରକାରୀ ହସ୍ପିଟାଲ ?

author img

By

Published : Oct 2, 2020, 4:54 PM IST

ଭୁବନେଶ୍ବର: ରାଜ୍ୟରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମିତଙ୍କୁ ଚିହ୍ନଟ ପାଇଁ କୋଭିଡ୍‌ ପରୀକ୍ଷା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସରକାରୀ ହସ୍ପିଟାଲଠୁ ଆରମ୍ଭ କରି ଘରୋଇ ହସ୍ପିଟାଲ, ସବୁଠି ଟେଷ୍ଟ କରାଯାଉଛି । ପ୍ରଥମରୁ ରାଜ୍ୟରେ ଟେଷ୍ଟ ସଂଖ୍ୟା କମ ଥିବାବେଳେ ଏବେ ଏହା ବଢିବାରେ ଲାଗିଛି ।

କୋଭିଡ୍‌କୁ ନେଇ କେତେ ସଜାଗ ସରକାରୀ ହସ୍ପିଟାଲ ?

କେବଳ କ୍ୟାପିଟାଲ ହସ୍ପିଟାଲରେ ସେପ୍ଟେମ୍ବର 24 ତାରିଖ ସୁଦ୍ଧା 82 ହଜାର 221ଟି ଟେଷ୍ଟ ହୋଇଛି । ଯେଉଁଥିରେ ଆରଟିପିସିଆରରେ 72 ହଜାର 879 ଟି, ଆଣ୍ଟିବଡିରେ 5 ହଜାର 42 ଟି, ଆଣ୍ଟିଜେନରେ 3 ହଜାର 700ଟି ଓ ଟ୍ରୁନାଟରେ 600ଟି ଟେଷ୍ଟ କରାଯାଇଛି । ଏବେ ଏଠାରେ ଦୈନିକ 400 ରୁ 500 ଟେଷ୍ଟ କରାଯାଉଛି । ତେବେ ସେପ୍ଟେମ୍ବର 24 ତାରିଖ ହସ୍ପିଟାଲରେ ଆରଟିପିସିଆରରେ 897 ଟି ଟେଷ୍ଟ ହୋଇଥିବାବେଳେ ଆଣ୍ଟିଜେନ 800 ଟେଷ୍ଟ କରାଯାଇଛି। ଏହାସହ ଏଠାରେ ପର୍ଯ୍ୟାପ୍ତ ପରିମାଣରେ କିଟ୍‌ ମଧ୍ୟ ରହିଛି ।

ତେବେ ଟେଷ୍ଟ ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । କ୍ୟାପିଟାଲ ହସ୍ପିଟାଲ ବ୍ୟତୀତ ଏହା ଅଧିନରେ ଆସୁଥିବା ସରକାରୀ ହସ୍ପିଟାଲରେ ମଧ୍ୟ କୋଭିଡ ଟେଷ୍ଟ କରାଯାଉଛି । ଏଥିରେ ସମୁଦାୟ 22 ଜଣିଆ ଡାକ୍ତରୀ ଦଳ ସାମିଲ ଅଛନ୍ତି । ସେହିପରି ଟେଷ୍ଟିଂ ପାଇଁ ସମସ୍ତଙ୍କୁ ଟେଷ୍ଟିଂ କିଟ୍‌ ମଧ୍ୟ ଯୋଗାଇ ଦିଆଯାଇଛି । ହସ୍ପିଟାଲରେ କୋଭିଡ୍‌ ଟେଷ୍ଟ ପାଇଁ ସମସ୍ତ ସୁବିଧା କରାଯାଇଥିବାବେଳେ 3ଟି ସ୍ଥାନରେ ପରୀକ୍ଷାର ବ୍ୟବସ୍ଥା କରାଯାଇଛି ।

ଏସବୁ ପରେ ବି ସରକାରୀ ହସ୍ପିଟାଲରେ ମ୍ୟାନପାୱାରର ଅଭାବ ଥିବାରୁ ଘରୋଇ ହସ୍ପିଟାଲରେ ମଧ୍ୟ ସରକାର ଏପରି ସୁବିଧା ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ଦିନକୁ ଦିନ ସଂକ୍ରମିତ ବଢୁଥିବାବେଳେ ଅଧିକ ଟେଷ୍ଟ କରିବା ମଧ୍ୟ ଆବଶ୍ୟକ ହୋଇପଡିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.