ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ। କୋରୋନାକୁ ନେଇ ସରକାରଙ୍କୁ ଘେରୁଛନ୍ତି ବିରୋଧୀ। କୋଭିଡ୍ ପରିଚାଳନାରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଇ ଗୃହ ଉଠୁଛି ପଡୁଛି। ହୁଲସ୍ତୁଲ କରୁଛନ୍ତି ବିରୋଧୀ ଦଳର ନେତା।
ଏପଟେ ପ୍ରତି ବ୍ଲକରେ ଦୈନିକ 500 ଓ ଜିଲ୍ଲାରେ 5 ହଜାର କୋଭିଡ୍ ପରୀକ୍ଷା କରିବାକୁ ଗୃହରେ ଦାବି କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ଏହାସହ କୋଭିଡ ପରିଚାଳନା ନେଇ ପ୍ରଶ୍ନ ଉଠାଇଲେ ବିଧାୟକ। ତାଙ୍କ କହିବା ଅନୁସାରେ କୋରୋନା ପ୍ରସଙ୍ଗରେ ତଥ୍ୟ ଲୁଚାଉଛନ୍ତି ସରକାର।
ପ୍ରଶ୍ନ ପଚାରାଯାଉଥଲେ ବି ତଥ୍ୟ ସଂଗ୍ରହ କରାଯାଉଛି କହୁଛନ୍ତି ସରକାର। ଲୋକ ମରୁଛନ୍ତି କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତି। ପ୍ରତିଦିନ ୧୦ ହଜାର ଲୋକ ସଂକ୍ରମିତ ହେଉଛନ୍ତି। ସରକାର କହୁଛନ୍ତି ୩ ହଜାର ରୁ ୪ ହଜାର। ଏପଟେ ସଂକ୍ରମଣ ବଢୁଥିବା ବେଳେ ଟେଷ୍ଟ ମାତ୍ରା କମୁଛି। ବିଧାନସଭାରେ ପ୍ରଥମ ଦିନରେ ୭୫୭ ହେଲା ୧୩୬ ପଜିଟିଭ।
ଦ୍ୱିତୀୟ ଦିନରେ ୪୮ ପଜିଟିଭ। ମୋଟ ୧୦୩୭ ଟେଷ୍ଟ ହୋଇଥିଲା ୧୮୪ ପଜିଟିଭ। ଯାହାକି ହାରାହାରି ୧୮ ପ୍ରତିଶତ ପଜିଟିଭ। ଏହି ତଥ୍ୟକୁ ଦେଖିଲେ ୭୨ ଲକ୍ଷ ଲୋକ ପଜିଟିଭ ବାହାରିବେ। କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତୁ। କେତେ ଟିଏମସି ହେଲା,କେତେ ଖର୍ଚ୍ଚ ହେଲା,ଟିଏମସି ରେ କେତେ ଟେଷ୍ଟ ହେଲା ସେ ତଥ୍ୟ ଦେଉନାହାନ୍ତି ।
ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ