ETV Bharat / city

ଭୁବନେଶ୍ବର ବିମାନବନ୍ଦରରୁ ୨୨ଲକ୍ଷ ଟଙ୍କାର ସୁନା ଜବତ, 2 ଯାତ୍ରୀ ଅଟକ - Biju pattnaik airport

ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି । ୬୧୨.୮୫ ଗ୍ରାମ ସୁନା ଜବତ କରିଛି କଷ୍ଟମ ବିଭାଗ । 2 ଯାତ୍ରୀ ଅଟକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 11, 2019, 6:46 PM IST

Updated : Jul 11, 2019, 7:49 PM IST

ଭୁବନେଶ୍ବର: ଥମୁନି ବେଆଇନ କାରବାର । ଭୁବନେଶ୍ବର ବିମାନବନ୍ଦର ଅନ୍ତର୍ଜାତୀୟ ବିମାନବନ୍ଦର ହେବା ପରଠୁ ଏଠାରେ ଦିନକୁ ଦିନ ସୁନା ଚାଲାଣ ବଢିବାରେ ଲାଗିଛି । ଦୁଇ ଦିନ ଭିତରେ ଦୁଇ ଥର ସୁନା ଜବତ ହେଲାଣି । ବୁଧବାର ୫୦୦ ଗ୍ରାମ ସୁନା ଜବତ ହୋଇଥିବାବେଳେ ଆଜି (ଗୁରୁବାର) ଅପରାହ୍ନରେ ୬୧୨ ଗ୍ରାମ ସୁନା ଜବତ ହୋଇଛି । ଜବତ ହୋଇଥିବା ସୁନାର ମୂଲ୍ୟ ପାଖପାଖି ୨୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ କ୍ବାଲାଲାମପୁରରୁ ଆସିଥିବା ଏୟାର ଏସିଆ ଏକେ ୩୧ ବିମାନରେ ଚେନ୍ନାଇର ଦୁଇ ଜଣ ଯାତ୍ରୀଙ୍କ ନିକଟରୁ କଷ୍ଟମ ବିଭାଗ ସୁନା ବିସ୍କୁଟ ଜବତ କରିଛି । ସେମାନଙ୍କ ନିକଟରୁ ଜବତ କରାଯାଇଛି ୬୧୨.୮୫ ଗ୍ରାମ ସୁନା । ଦୁଇ ଜଣ ଯାତ୍ରୀ ଅତି ଚତୁରତାର ସହ ୭ଟି କ୍ୟାପସୁଲ ପରି ପ୍ଲାଷ୍ଟିକ ଡବାରେ ସୁନାର ପ୍ୟାକିଙ୍ଗ କରି ଆଣୁଥିଲେ । ଯେତେବେଳେ ତାଙ୍କ ବ୍ୟାଗକୁ ସ୍କାନ କରାଯାଇଥିଲା ସେତେବେଳେ ସୁନା ବାହାରିଥିଲା ।

ତେବେ ଏହା କେଉଁଠିକୁ ଯାଉଥିଲା, କେଉଁ ଠାରୁ ଆସୁଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେପଟେ 2 ଯାତ୍ରୀଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଥିବାରେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:11.07.2019
Radhakanta Mohanty, Kendrapada
Slug-od_kpr_01_pressmeet_script_7204459
Anchor-ପାଟକୁରା ପାଇଁ ମହାସଙ୍ଗ୍ରାମ।ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବେ ବୋଲି ଦାବି କରିଛନ୍ତି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂହ।ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ସ୍ୱୟଂ ସେଲିବ୍ରେସନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ପ୍ରଭାରୀ ଅରୁଣ କହିଛନ୍ତି ଯେ କେନ୍ଦ୍ରର ସମସ୍ତ ମନ୍ତ୍ରୀ ତଥା କେନ୍ଦ୍ରୀୟ ନେତାଙ୍କ ସହ ବିଜୟଙ୍କ ଉତ୍ତମ ସମ୍ପର୍କ ଥିବାହେତୁ ପାଟକୁରା ତଥା ସାରା ଓଡ଼ିଶାର ବିକାଶ କେବଳ ବିଜୟ ମହାପାତ୍ର ହିଁ କରିପାରିବେ।ଅନ୍ୟପକ୍ଷରେ ବିଜେଡିର ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ ଖୁଲାମଖୁଲା ଟଙ୍କା ବାଣ୍ଟି ଭୋଟର ମାନଙ୍କୁ ପ୍ରଭାବିତ କରୁଥିବା ଓ ପାଟକୁରାରେ ଡେରା ପକାଇଥିବା ନେତାମାନେ ମଧ୍ୟ ଭୋଟର ମାନଙ୍କୁ ଟଙ୍କା ବାଣ୍ଟିବା ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି।ବିଜେପିରୁ ବୈଜୟନ୍ତ ପଣ୍ଡା ପ୍ରଚାର ମଇଦାନକୁ ଓହ୍ଲାଇ ନଥିବା ପ୍ରଶ୍ନର ଉତ୍ତର ରଖି ଶ୍ରୀ ସିଂହ କହିଛନ୍ତି ଯେ ବୈଜୟନ୍ତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଥିବା କାରଣରୁ ତାଙ୍କୁ ଦଳ ତରଫରୁ ଅନ୍ୟ ଜାଗାରେ କାମ ଦିଆଯାଇଥିଲା।ହେଲେ ଆଜି ରାତିରେ ବୈଜୟନ୍ତ ପାଟକୁରାରେ ପହଞ୍ଚି ବିଜୟଙ୍କ ପାଇଁ ପ୍ରଚାର କରିବେ।ବର୍ତ୍ତମାନ ସୁଦ୍ଧା ଅପରାଜିତା ଷଡଙ୍ଗୀ,ପ୍ରତାପ ଚନ୍ଦ୍ର ଷଡଙ୍ଗୀ,କନକ ବର୍ଦ୍ଧନ ସିଂହଦେଓ, ଭୃଗୁ ବକ୍ସିପାତ୍ର ଆଦି ନେତା ପାଟକୁରାରେ ସମ୍ପୂର୍ଣ୍ଣ ପ୍ରଚାର ଦାୟିତ୍ୱ ସମ୍ଭାଳିଥିବା ବେଳେ ବିଜେପି ଜାରି କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ଆସନ୍ତାକାଲି ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲିକହିଛନ୍ତି ଶ୍ରୀ ସିଂହ।
Byt-ଅରୁଣ ସିଂହ(ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ)Body:Visual sent through MOJOConclusion:Visual sent through MOJO
Last Updated : Jul 11, 2019, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.