ETV Bharat / city

ବଡି ବିଲ୍ଡର ବିକୁଛନ୍ତି ବରା: ଏସିଆନ ଚାମ୍ପିଆନସିପରେ ଭାଗ ନେବାକୁ ଅର୍ଥ ବାଧକ

author img

By

Published : Aug 2, 2019, 8:15 PM IST

Updated : Aug 3, 2019, 2:28 PM IST

ସ୍ବର୍ଣ୍ଣ ବିଜେତା ବଡି ବିଲ୍ଡର ରଶ୍ମିରଞ୍ଜନ ସାହୁ । ୫୩ତମ ଏସିଆନ ବଡି ବିଲ୍ଡିଂ ଚମ୍ପିଆନସିପ ୨୦୧୯ ପାଇଁ ମନୋନୀତ ହୋଇ ବି ଭାଗ ନେବାକୁ ବାଧକ ସାଜିଛି ଅର୍ଥ । ଅଗଷ୍ଟ 5 ସୁଦ୍ଧା ସମସ୍ତ ଟଙ୍କା ଏକଜୁଟ ନ କଲେ ଭିସା ରଦ୍ଦ ହୋଇଯିବ ।

ଡିଜାଇନ ଫଟୋ

ଭୁବନେଶ୍ବର: ଓଡିଆ ପୁଅଙ୍କ ଅନନ୍ୟ ଉପଲବ୍ଧି । ରାଜ୍ୟ, ଜାତୀୟ ଠାରୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବଡି ବିଲ୍ଡିଂରେ ବହୁ ମେଡାଲ ଆଣିଛନ୍ତି ରାଜଧାନୀର ରଶ୍ମିରଞ୍ଜନ ସାହୁ । ଏବେ ସେ ୫୩ତମ ଏସିଆନ ବଡିବିଲ୍ଡିଂ ଚାମ୍ପିଅନସିପ ୨୦୧୯ ପାଇଁ ମନୋନୀତ ହୋଇଛନ୍ତି । କିନ୍ତୁ ଏଠାରେ ଅର୍ଥ ବାଧକ । ହାତରେ ମାତ୍ର 3ଦିନ। ଯଦି ଟଙ୍କା ଏକଜୁଟ ନ ହୁଏ ଧୂଳିସାତ ହୋଇଯିବ ରଶ୍ମିଙ୍କ ସ୍ବପ୍ନ ।

ଚୀନରେ ସେପ୍ଟେମ୍ବର ୧୧ରୁ ୧୭ ପର୍ଯ୍ୟନ୍ତ ହେବାକୁ ଯାଉଛି ଏହି ବଡିବିଲ୍ଡିଂ ପ୍ରତିଯୋଗିତା । ଏଥିରେ ଭାଗ ନେଇ ରଶ୍ମୀ ଭାରତକୁ ପ୍ରତିନିଧିତ୍ବ କରିବେ । କିନ୍ତୁ ପାଖରେ ନାହିଁ ସମ୍ଭଳ । ଭିସାଠୁ ପ୍ରତିଯୋଗିତାରେ ଭାଗ ନେବା ପର୍ଯ୍ୟନ୍ତ ଦରକାର ଅଢେଇ ଲକ୍ଷ ଟଙ୍କା । ଏଥିପାଇଁ ସେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଥିଲେ । ଏଥି ସହ ବହୁ ସ୍ପନସରସିପଙ୍କ ଠୁ ବି ସାହାଯ୍ୟ ଲୋଡିଛନ୍ତି । କିନ୍ତୁ ଏଯାବତ କୁଆଡୁ କିଛି ମିଳିନି । ଶେଷରେ ରଶ୍ମିରଞ୍ଜନ ନିଜ ପତ୍ନୀଙ୍କ ହାର ବିକି ଭିସା ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ରାଜଧାନୀର ଏହି ସ୍ବର୍ଣ୍ଣ ବିଜେତା ବଡି ବିଲ୍ଡର ଆଜି ରାସ୍ତା କଡରେ ବିକୁଛନ୍ତି ବରା, ଆଳୁଚପ । ପୋଲିସରେ ନିୟୋଜିତ ଥିଲେ ବି ଦରମା ଅଣ୍ଟୁନି । ମାସକୁ ମିଳୁଛି 8 ହଜାର, ଏତେ କମ ଟଙ୍କାରେ ପରିବାର ପ୍ରତିପୋଷଣ, ୱାର୍କଆଉଟ ଓ ପୃଷ୍ଟିକର ଖାଦ୍ୟ ସମ୍ଭବ ହେଉନି । ହେଲେ ଏତେ ସଂଘର୍ଷ ଭିତରେ ବି ସେ ଅନ୍ତର୍ଜାତୀୟ ସ୍ତରରେ ଭାଗ ନେବାକୁ ମନୋନିତ ହୋଇଛନ୍ତି । ଏପଟେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କ୍ରୀଡା ମନ୍ତ୍ରୀ ।

ମିଷ୍ଟର ଏସିଆ ଫେଡେରେସନ କପରେ 2-2ଟା ଗୋଲ୍ଡ ମେଡାଲ । ଇଷ୍ଟର୍ଣ୍ଣ ଇଣ୍ଡିଆ ବଡିବିଲ୍ଡିଂ ଚମ୍ପିଆନ ସିପରେ 3ଟି ସ୍ବର୍ଣ୍ଣ ଏବଂ ୫୩ତମ ଏସିଆ ବଡି ବିଲ୍ଡିଂ ଚମ୍ପିଆନସିପ ୨୦୧୯ରେ ସିଲେକ୍ସନ ହୋଇ ଗୌରବ ହାତେଇଛନ୍ତି ରଶ୍ମି । ପୂର୍ବରୁ ମଧ୍ୟ ସେ ଭାରତ ପାଇଁ ପ୍ରତି ନିଧିତ୍ଵ କରି ଅନେକ ମେଡାଲ ଜିତିଛନ୍ତି । ଆଗକୁ ମଧ୍ୟ ଯଦି କିଛି ସହାୟତା ମିଳେ ତେବେ ରଶ୍ମିଙ୍କ 10 ବର୍ଷର ଅକ୍ଲାନ୍ତ ପରିଶ୍ରମ ସାର୍ଥକ ହେବ ବୋଲି ତାଙ୍କ କୋଚ କହିଛନ୍ତି ।

ଭୁବେନଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Aug 3, 2019, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.