ETV Bharat / city

Underground Loot: ରାଜଧାନୀରେ 3 ବର୍ଷ ପରେ ପୁଣି ମାତିଲେ ସୁଡ଼ଙ୍ଗ ଲୁଟେରା - ରାଜଧାନୀରେ ପୁଣି ମାତିଲେ ସୁଡ଼ଙ୍ଗ ଲୁଟେରା

ରାଜଧାନୀରେ ୩ ବର୍ଷ ପରେ ପୁଣି ମାତିଛନ୍ତି ସୁ଼ଡ଼ଙ୍ଗ ଲୁଟେରା । ବାଲିଅନ୍ତାରେ ଏକ ଗହଣା ଦୋକାନରୁ ଲୁଟ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Underground Loot:ରାଜଧାନୀରେ 3 ବର୍ଷ ପରେ ପୁଣି ମାତିଲେ ସୁଡ଼ଙ୍ଗ ଲୁଟେରା

author img

By

Published : Jan 8, 2022, 4:11 PM IST

Updated : Jan 8, 2022, 8:22 PM IST

ଭୁବନେଶ୍ବର: ରାଜଧାନୀରେ ପୁଣି ମାତିଛନ୍ତି ସୁଡ଼ଙ୍ଗ ଲୁଟେରା । ସୁଡ଼ଙ୍ଗ କରି ଗହଣା ଦୋକାନରୁ ଲୁଟି ନେଉଛନ୍ତି ଲକ୍ଷାଧିକ ମୂଲ୍ୟର ଅଳଙ୍କାର । ବାଲିଅନ୍ତା ଥାନା ଶିଶଲୋ ଅଞ୍ଚଳରେ ଏହି ଲୁଟେରାମାନେ ଦେଢ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିଥିବା ବେଳେ ପୋଲିସ ଫରେନ୍‌ସିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବାଲିଅନ୍ତାରେ ଥିବା ମା' ଦକ୍ଷିଣେଶ୍ବରୀ ଗହଣା ଦୋକାନର ପଛ ପଟ କାନ୍ଥ କାଟି ଲୁଟ କରିଛନ୍ତି ଲୁଟେରା । ଦୋକାନରେ ସୁଡ଼ଙ୍ଗ ଜରିଆରେ ଲୁଟରେ ଏହା ହେଉଛି ଦ୍ବିତୀୟ ଘଟଣା । ଏହି ଘଟଣା ସମ୍ପର୍କରେ ଖବର ପାଇ କମିସନରେଟ ପୋଲିସ‌ ଫରେନସିକ ଟିମ ପହଞ୍ଚିଛି । ସେପଟେ ଲୁଟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଗହଣା ଦୋକାନରେ ସୁଡ଼ଙ୍ଗ କରି ଲୁଟ ଘଟଣା ପୂର୍ବରୁ ଜଟଣୀ ଥାନା ଅଞ୍ଚଳରେ ଘଟିଥିଲା ।

ସେତେବେଳେ DCP ଅନୁପ ସାହୁଙ୍କ ସମୟରେ ଜଟଣୀରେ ଘଟିଥିଲା ଘଟଣା । ୨୧ଜୁଲାଇ ୨୦୧୮ରେ ଜଟଣୀ ବଜାରର ଗୋଲ୍ଡ ପ୍ଲାଜା ଦୋକାନରେ ଡ୍ରେନ ଭିତରେ ସୁଡଙ୍ଗ କରି କଳାକନା ବୁଲାଇଥିଲେ ଲୁଟେରା । ପରେ ଅଗଷ୍ଟ ୧୫ତାରିଖରେ ଘଟଣାର ୨ ଲୁଟେରାଙ୍କ ସମେତ ୪ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ ।

ଅନୁରୂପ ଢଙ୍ଗରେ ଏଭଳି ଆଉ ଏକ ଲୁଟ ଦୀର୍ଘ ୩ ‌ବର୍ଷ ପରେ ଘଟିଛି । ଯାହାକି ପୋଲିସ ପାଇଁ ଏକ ଆହ୍ବାନ ପାଲଟିଛି । ସେପଟେ ଖଣ୍ଡଗିରି ଥାନା ଅଞ୍ଚଳର ଶିରିପୁର ଛକ ଗ୍ରିଲ ତାଡି଼ ଗହଣା ଦୋକାନ ଲୁଟ ଘଟଣାର ଅଭିଯୁକ୍ତ ଧରାପଡିନଥିବା ବେଳେ ଏବେ ବାଲିଅନ୍ତା ଥାନା ‌ଅଞ୍ଚଳର ଏହି ଘଟଣା ପୋଲିସ ପାଇ ହୋଇଛି ମୁଣ୍ଡ ବ୍ୟଥାର କାରଣ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 8, 2022, 8:22 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.