ETV Bharat / city

ପୂର୍ବରୁ ସଟର ତାଡି ନେଇଥିଲେ ୭୦ ଲକ୍ଷ, ଏବେ ପୁଣି ନେଇଗଲେ ୬ ଲକ୍ଷର ଗହଣା - ଲୁଟେରାଙ୍କ ଟାର୍ଗେଟରେ ସୁନା ଦୋକାନୀ

ବନ୍ଧୁକ ମୁନରେ ଲୁଟପାଟ । ଗୋଡେଇ ଗୋଡେଇ ସୁନା ଦୋକାନୀଙ୍କୁ ଆକ୍ରମଣ । ରାସ୍ତା ଉପରୁ ବାଇକ ଡିକି ଖୋଲି ନେଇଗଲେ ୬ ଲକ୍ଷର ଗହଣା । ଅଧିକ ପଢନ୍ତୁ

ଲୁଟେରାଙ୍କ ଟାର୍ଗେଟରେ ସୁନା ଦୋକାନୀ: ପୂର୍ବୁରୁ ନେଇଥିଲେ ୭୦ଲକ୍ଷ, ଏବେ ପୁଣି ଲୁଟ କଲେ ୬ଲକ୍ଷର ଗହଣା

author img

By

Published : Apr 22, 2022, 11:55 AM IST

ଭୁବନେଶ୍ବର: ବନ୍ଧୁକ ମୁନରେ ଲୁଟପାଟ । ଗୋଡେଇ ଗୋଡେଇ ସୁନା ଦୋକାନୀଙ୍କୁ ଆକ୍ରମଣ । ରାସ୍ତା ଉପରୁ ବାଇକ ଡିକି ଖୋଲି ନେଇଗଲେ ୬ ଲକ୍ଷର ଗହଣା । ଏମିତି ଏକ ଘଟଣା ଘଟିଛି ରାଜଧାନୀର ଖଣ୍ଡଗିରି ଥାନା ସୌଭାଗ୍ୟ ନଗର ନିକଟରେ ।

ଗୁରୁବାର ଲକ୍ଷ୍ମୀ ନାରାୟଣ ଜୁଏଲାରୀ ଦୋକାନ ମାଲିକ ଓମ ପ୍ରକାଶ ସାହୁଙ୍କ ଠାରୁ ଏପରି ୧୦୦ଗ୍ରାମର ଗହଣା ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ତେବେ ଏ ହେଉଛନ୍ତି ସେହି ସୁନା ଦୋକାନୀ ଯେ କି ଗତ ମାର୍ଚ୍ଚ ୩ରେ ଲୁଟର ଶିକାର ହୋଇଥିଲେ । କୌଶଳ କ୍ରମେ ଖସି ଯାଇଥିଲେ ।

ସେହିପରି ସେହି ସୁନା ବ୍ୟବସାୟୀଙ୍କ ଡେଲଟାରେ ଥିବା ଗହଣା ଦୋକାନରୁ ଗତ ଡ଼ିସେମ୍ବର ୧୬ରେ ସଟର ତାଡି ୭୦ ଲକ୍ଷ ଟଙ୍କା ନେଇଥିଲେ ଦୁର୍ବୃତ୍ତ । ତେବେ ଏ ପର୍ଯ୍ୟନ୍ତ ଘଟଣାର‌ କାଣିଚାଏ ସୁରାକ ପାଉନି ପୋଲିସ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ତାଙ୍କୁ ଲୁଟେରାମାନେ ବାରମ୍ବାର ଉକ୍ତ ବ୍ୟବସାୟୀଙ୍କୁ ଟାର୍ଗେଟ କରୁଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.