ETV Bharat / city

ଅକ୍ଷୟ ତୃତୀୟା ଉପଲକ୍ଷେ ସୁନା ଦୋକାନରେ ଜମିଲା ଭିଡ

ଅକ୍ଷୟ ତୃତୀୟାରେ ରାଜଧାନୀ ଭୁବନେଶ୍ବରରେ ସୁନା ଦୋକାନରେ ଜମିଲା ଭିଡ । ଅଧିକ ପଢନ୍ତୁ

ଅକ୍ଷୟ ତୃତୀୟା ଉପଲକ୍ଷେ ସୁନା ଦୋକାନରେ ଜମିଲା ଭିଡ
ଅକ୍ଷୟ ତୃତୀୟା ଉପଲକ୍ଷେ ସୁନା ଦୋକାନରେ ଜମିଲା ଭିଡ
author img

By

Published : May 3, 2022, 9:39 PM IST

ଭୁବନେଶ୍ବର: ସୁନା କିଣିବାକୁ ଅକ୍ଷୟ ତୃତୀୟାକୁ ଏକ ପବିତ୍ର ଦିନ ଭାବେ ମାନିଥାନ୍ତି ଅନେକ । ଏହି ଦିନ ସୁନା କିଣିଲେ ଶୁଭ ହୋଇଥାଏ, ଏପରିକି ଘରକୁ ଲକ୍ଷ୍ମୀ ଆସିଥାନ୍ତି ବା ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ ବିଶ୍ୱାସ ରହିଛି । ତେଣୁ ଆଜିର ଦିନରେ ଲୋକମାନେ ସୁନା, ରୂପ, ହୀରା ଆଦି ଧାତୁ କିଣିଥାନ୍ତି ।

ଅକ୍ଷୟ ତୃତୀୟା ଉପଲକ୍ଷେ ସୁନା ଦୋକାନରେ ଜମିଲା ଭିଡ

ଏହିଦିନରେ ମଧ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ମନ ପସନ୍ଦର ଡିଜାଇନ ସହ ବେଶ ଭଲ ଭଲ ଅଫର ରଖିଥାନ୍ତି ଗହଣା ପ୍ରତିଷ୍ଠାନ । ଏହାକୁ ନେଇ ଭୁବନେଶ୍ୱରର ବିଭିନ ଲୋକପ୍ରିୟ ପ୍ରତିଷ୍ଠାନଗୁଡିକରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଗ୍ରାହକ ଦୋକାନରେ ଥିବା ଗହଣା ସମ୍ଭାରରୁ ନିଜ ମନ ପସନ୍ଦର ସୁନା କିଣି ନେଉଥିବା ଦେଖିବାକୁ ମିଳିଛି । ଗ୍ରାହକଙ୍କ ପସନ୍ଦକୁ ନେଇ ସୁନା, ରୁପା, ପ୍ଳାଟିନମର ବିଭିନ୍ନ ଡିଜାଇନର ସମ୍ଭାରକୁ ନେଇ ବେଶ ଖୁସି ଗ୍ରାହକ ଥିବାବେଳେ ଆଜିର ଦିନରେ ସୁନା କିଣି ବେଶ ଖୁସିଥିବା କହିଛନ୍ତି ।

ଅନ୍ୟପଟେ ୩ ବର୍ଷ ହେବ କିଣାବିକା ଫିକା ପଡି ଥିବାବେଳେ ଚଳିତ ବର୍ଷର କୋରୋନା କଟକଣା କୋହଳକୁ ନେଇ ବ୍ୟବସାୟ ଭଲ ହେବ ବୋଲି ବେଶ ଆଶାବାଦୀ ଅଛନ୍ତି ଗହଣା ପ୍ରତିଷ୍ଠାନ । ଅକ୍ଷୟ ତୃତୀୟାର ସୁନା କିଣାବିକାର ଏହି ପରମ୍ପରା ସହ ଲୋକଙ୍କୁ ଆକର୍ଷଣ କଲା ଭଳି ଡିଜାଇନ ଏବଂ ଆମର ଗୁଣବତ୍ତାକୁ ନେଇ ଗ୍ରାହକଙ୍କର ବିଶ୍ୱାସ ରହିଥିବାରୁ ଭଲ ବ୍ୟବସାୟ ହେବ ବୋଲି ଏକ ପ୍ରତିଷ୍ଠାନର କର୍ମକର୍ତ୍ତା କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.