ETV Bharat / city

Hockey Junior World Cup: ସେମିଫାଇନାଲରେ ଭାରତ ପରାସ୍ତ - ଜୁନିଅର ହକି ବିଶ୍ବକପ ସେମିଫାଇନାଲରେ ଭାରତ ପରାସ୍ତ

ଜୁନିଅର ହକି ବିଶ୍ବକପ ସେମିରେ ହାରିଲା ଭାରତ । ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ଜର୍ମାନୀଠାରୁ ୨-୪ ଗୋଲ୍‌ରେ ଭାରତ ପରାସ୍ତ । ଅଧିକ ପଢନ୍ତୁ

Germany beat  India  in semifinal of FIH Mens Hockey Junior World Cup
ଜୁନିଅର ହକି ବିଶ୍ବକପ ସେମିଫାଇନାଲରେ ଭାରତ ପରାସ୍ତ
author img

By

Published : Dec 3, 2021, 9:25 PM IST

Updated : Dec 3, 2021, 10:02 PM IST

ଭୁବନେଶ୍ବର: ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଜୁନିଅର ହକି ବିଶ୍ବକପ ୨୦୨୧ ସେମିଫାଇନାରେ ହାରିଲା ଭାରତ । ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ୬ ଥର ଟାଇଟେଲ ବିଜେତା ଜର୍ମାନୀଠାରୁ ୨-୪ ଗୋଲ୍‌ରେ ପରାସ୍ତ ହେବାପରେ ଡିଫେଣ୍ଡିଂ ଚମ୍ପିଆନ ଭାରତର ଫାଇନାଲ ଖେଳିବା ଆଶା ମଉଳିଯାଇଛି ।

ରବିବାର ଏହି ମେଗା ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ଜର୍ମାନୀ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ । ପ୍ରଥମ ସେମିଫାଇନାଲରେ ପୂର୍ବରୁ ପେନାଲିଟି ସୁଟଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଛି ଆର୍ଜେଣ୍ଟିନା ।

ଏହାମଧ୍ୟ ପଢନ୍ତୁ: Junior Hockey WC: ଫ୍ରାନ୍ସକୁ ହରାଇ ଫାଇନାଲରେ ଆର୍ଜେଣ୍ଟିନା

ବୁଧବାର ବେଲଜିୟମକୁ ୧-୦ ଗୋଲ୍‌ରେ ହରାଇ ଟୁର୍ନାମେଣ୍ଟର ଶୀର୍ଷ ୪ ମଧ୍ୟରେ ପହଞ୍ଚିଥିଲା ଟିମ ଇଣ୍ଡିଆ ।

ଜର୍ମାନୀ ଶେଷଥର ପାଇଁ ନୂଆଦିଲ୍ଲୀରେ ଜୁନିଅର ବିଶ୍ବକପ ଟାଇଟେଲ ଜିତିଥିଲା । ସେବେଠାରୁ ଏହା ଜର୍ମାନ ଟିମର ଶ୍ରେଷ୍ଠ ପ୍ରଦର୍ଶନ । ଲକ୍ଷ୍ନୌରେ ଖେଳାଯାଇଥିବା ଗତ ସଂସ୍କରଣରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥଲା ଜର୍ମାନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 3, 2021, 10:02 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.