ETV Bharat / city

ହୁତ ହୁତ ହୋଇ ଜଳିଲା ହନୁମାନ ମନ୍ଦିର, ଅଳ୍ପକେ ବର୍ତ୍ତିଲେ ପାଖ ଦୋକାନୀ - gas cylinder blast

ଭୁବନେଶ୍ବର ରେଲୱେ ଷ୍ଟେସନ ନିକଟରେ ଥିବା ରିଲାୟନ୍ସ ମଲ ପଛରେ ଥିବା ହନୁମାନ ମନ୍ଦିରରେ ଅଗ୍ନିକାଣ୍ଡ । ମନ୍ଦିରକୁ ଲାଗି ମନ୍ଦିର ପୂଜାରୀ ନିଜ ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରେରେ ହଠାତ ନିଆଁ ଲାଗିଲା । ଅଳ୍ପକେ ବର୍ତ୍ତିଲେ ମନ୍ଦିର ପାଖ ଦୋକାନୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 4, 2019, 1:39 AM IST

ଭୁବନେଶ୍ୱର: ମନ୍ଦିର ମାଳିନୀ ସହରରେ ହଠାତ ଅଗ୍ନିକାଣ୍ଡ । ଭୁବନେଶ୍ବର ରେଲୱେ ଷ୍ଟେସନ ନିକଟରେ ଥିବା ରିଲାୟନ୍ସ ମଲ ପଛରେ ଥିବା ହନୁମାନ ମନ୍ଦିରରେ ହଠାତ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି । ଯାହାକି ଆଖି ପିଛୁଳାକେ ବେଶ ଭୟଙ୍କର ରୁପ ଧାରଣ କରିଥିଲେ ସୁଦ୍ଧା ଅଳ୍ପକେ ବର୍ତ୍ତିଥିଲେ ପାଖ ବ୍ୟବସାୟୀ ।

ସୂଚନା ଅନୁସାରେ ହନୁମାନ ମନ୍ଦିରରେ ପୂଜା କରୁଥିବା ପୂଜକ ମନ୍ଦିରକୁ ଲାଗି ଏକ ଘରେ ରୁହନ୍ତି । ରାତିରେ ରୋଷଇ ପାଇଁ ଗ୍ୟାସ ଲଗାଉ ଲଗାଉ ହଠାତ ଚୁଲା ସହିତ ସେହି ଘରେ ଥିବା ଲୁଗାପଟାରେ ମଧ୍ୟ ନିଆଁ ଲାଗି ଯାଇଥିଲା । ତେବେ ଉପସ୍ଥିତ ବୁଦ୍ଧି ଖଟାଇ ନନା ଗ୍ୟାସଟିକୁ ଘର ବାହାରକୁ କାଢି ଦେଇଥିଲେ । କିନ୍ତୁ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ସୁଧା ସଫଳ ହୋଇ ନଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଫଳରେ ଗ୍ୟାସ ସିଲିଣ୍ଡରଟି ହନୁମାନ ମନ୍ଦିର ସମ୍ମୁଖରେ ହୁତ ହୁତ ହୋଇ କିଛି ସମୟ ଜଳିଲା । କିନ୍ତୁ ଅଳ୍ପ କିଛି ସମୟ ପରେ ଏହା ଲିଭି ଯାଇଥିଲା । ଯାହାକି ଏକ ବଡ଼ ଧରଣର ଦୁର୍ଘଟଣା ହେବା ପୂର୍ବରୁ ପାଖରେ ଥିବା ବ୍ୟବସାୟୀ ମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ପରେ ପରେ ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗ ସୂଚନା ପାଇ ବିଭାଗର କର୍ମଚାରୀମାନେ ପହଞ୍ଚି ଟାଙ୍କିଟିକୁ ପ୍ରଥମ ମହଲାରେ ଥିବା ମନ୍ଦିରରୁ ତଳକୁ ଆଣି ତାର ଗ୍ୟାସ ଲିକ ବାଟକୁ ବନ୍ଦ କରିଥିଲେ । ଯେଉଁଥିରେ ଆହୁରି ଗ୍ୟାସ ଥିବା ସେମାନେ କହିଛନ୍ତି । ତେବେ ଯଦି ଟାଙ୍କିଟି ଫାଟି ଥାନ୍ତା ନିଶ୍ଚିତ ଭାବରେ ଏକ ବଡ଼ ଦୁର୍ଘଟଣାକୁ କେହି ରୋକି ପାରି ନଥାନ୍ତେ ବୋଲି ବିଭାଗୀୟ କର୍ମଚାରୀମାନେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱର ରେଲୱେ ଷ୍ଟେସନ ନିକଟ ରେ ଥିବା ରିଲାୟନ୍ସ ମଲ ।ତା ପଛ ପାଖକୁ ଥିବା ହନୁମାନ ମନ୍ଦିର ରେ ହଠାତ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା।ଯାହାକି ଆଖି ପିଛୁଳାକେ ବେଶ ଭୟଙ୍କର ରୁପ ଧାରଣ କରିଥିଲେ ସୁଦ୍ଧା ଅଳ୍ପ କିଛି ସମୟ ପରେ ଲିଭି ଯାଇଥିଲା।ଯାହାକି ଏକ ବଡ଼ ଧରଣର ଦୁର୍ଘଟଣା ହେବାରୁ ପାଖରେ ଥିବା ବ୍ୟବସାୟୀ ମାନଙ୍କୁ ଅଶ୍ଵସ୍ତି ପ୍ରଦାନ କରିଛି।
Body:ଘଟଣାରୁ ପ୍ରକାଶ କି ଏହି ହନୁମାନ ମନ୍ଦିର ପୂଜା କରୁଥିବା ପୂଜକ ମନ୍ଦିରକୁ ଲାଗି ଥିବା ଏକ ଘରେ ରୁହନ୍ତି।ରାତ୍ରିରେ ରୋଷଇ ପାଇଁ ଗ୍ୟାସ ଲଗାଉ ଲଗାଉ ହଠାତ ଚୁଲା ସହିତ ସେହି ଘରେ ଥିବା ଲୁଗାପଟା ରେ ମଧ୍ୟ ନିଆଁ ଲାଗି ଯାଇଥିଲା।ତେବେ ଉପସ୍ଥିତ ବୁଦ୍ଧି ଖଟାଇ ନାନା ଗ୍ୟାସ ଟିକୁ ଘର ବାହାରକୁ କାଢି ଦେଇଥିଲେ।କିନ୍ତୁ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ସୁଧା ସଫଳ ହୋଇ ନ ଥିଲେ।ଫଳରେ ଗ୍ୟାସ ଟାଙ୍କିଟି ହନୁମାନଙ୍କ ସମ୍ମୁଖରେ ହୁତ ହୁତ ହୋଇ କିଛି ସମୟ ଜଳିବା ପରେ ଆପେ ଲିଭି ଯାଇଥିଲା।ପରେ ପରେ ଅଗ୍ନିଶମ ବିଭାଗ ର କର୍ମଚାରୀମାନେ ପହଞ୍ଚି ଟାଙ୍କିଟିକୁ ପ୍ରଥମ ମହଲାରେ ଥିବା ମନ୍ଦିରରୁ ତଳକୁ ଆଣି ତାର ଗ୍ୟାସ ଲିକ ବାଟ କୁ ବନ୍ଦ କରିଥିଲେ।ଯେଉଁଥିରେ ଆହୁରି ଗ୍ୟାସ ଥିବା ସେମାନେ କହିଛନ୍ତି।ତେବେ ଯଦି ଟାଙ୍କିଟି ଫାଟି ଥାନ୍ତା ନିଶ୍ଚିତ ଭାବରେ ଏକ ବଡ଼ ଦୁର୍ଘଟଣାକୁ କେହି ରୋକି ପାରି ନଥାନ୍ତେ ବୋଲି ସେମାନେ କହିଛନ୍ତି।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.