ETV Bharat / city

ପୂରଣ ହେଲାନି ଦାବି, କିରୋସିନ ଢାଳି ଆତ୍ମହୁତି ଉଦ୍ୟମ କଲେ ଗାଁ ସାଥୀ - ଭୁବନେଶ୍ବରରେ ଗାଁ ସାଥୀଙ୍କ ବିଶାଳ ବିକ୍ଷୋଭ ପ୍ରଦର୍ଶନ

ଦୀର୍ଘ ଦିନ ହେଲା ଆନ୍ଦୋଳନ ବସିଥିବା ଗାଁ ସାଥୀ ମାନେ କିରୋସିନ ଢାଳି ଆତ୍ମହୁତି ଉଦ୍ୟମ କରିଛନ୍ତି। ଆନ୍ଦୋଳନରେ ବସିଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବା କହିଛନ୍ତି ଆନ୍ଦୋଳନକାରୀ। ଅଧିକ ପଢନ୍ତୁ

କିରୋସିନ ଢାଳି ଆତ୍ମହୁତି ଉଦ୍ୟମ କଲେ ଗାଁ ସାଥୀ

author img

By

Published : Dec 15, 2021, 1:34 PM IST

Updated : Dec 15, 2021, 3:59 PM IST

ଭୁବନେଶ୍ବର: ଲୋୟର ପିଏମଜିରେ କିରୋସିନ ଢାଳି ଆତ୍ମହୁତି ଉଦ୍ୟମ କଲେ ଧାରଣାରତ ଗାଁ ସାଥୀ । ଦୀର୍ଘ ଦିନ ହେଲା ଆନ୍ଦୋଳନ ବସିଥିବା ଗାଁ ସାଥୀମାନେ ଦାବି ପୂରଣ ନହେବାରୁ କିରୋସିନ ଢାଳି ଆତ୍ମହୁତି ଉଦ୍ୟମ କରିଛନ୍ତି । ଆନ୍ଦୋଳନରେ ବସିଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।

ପୂରଣ ହେଲାନି ଦାବି, କିରୋସିନ ଢାଳି ଆତ୍ମହୁତି ଉଦ୍ୟମ କଲେ ଗାଁ ସାଥୀ

ରାଜଧାନୀରେ ପ୍ରାୟ ୫ ଜଣ ମହିଳା ବେକରେ ରସି ଲଗାଇବା ସହ ଦେହରେ କିରୋସିନ ଢାଳିହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରାୟ ୫ ଜଣଙ୍କୁ କାବୁ କରିବା ସହ କିଛି ଲୋକଙ୍କୁ ହସ୍ପିଟାଲକୁ ପଠାଯାଇଛି । ଧାରଣାସ୍ଥଳରେ ଏଭଳି ଆତ୍ମାହୁତି କାର୍ଯ୍ୟକୁ ବେଆଇନ ବୋଲି କହିଛନ୍ତି ଭୁବନେଶ୍ବର ପୋଲିସ ଡିସିପି।

ଧାରଣାସ୍ଥଳରେ ପୋଲିସ ଓ ଗାଁ ସାଥିକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ମହିଳା ଗାଁସାଥୀ ସଦସ୍ୟା ଓ ପୋଲିସ ଭିତରେ ଜୋରଦାର ପାଟିତୁଣ୍ଡ ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ଦୀର୍ଘ ୬୨ ଦିନ ହେଲାଣି ଗାଁ ସାଥିୀ ଧାରଣାରେ ବସିଥିବା ବେଳେ ୩ଦିନ ହେବ ରାଜ୍ୟର କୋଣାଅନୁକୋଣରୁ ଆଉ ୩୦ ହଜାର କର୍ମୀ ଆସି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

Last Updated : Dec 15, 2021, 3:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.