ETV Bharat / city

କତା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ଖୋର୍ଦ୍ଧାରୁ ଧରିଲା ଏନସିବି

ଓଡିଶାରୁ ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ । କତା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଛି ଟ୍ରକ । ୭୦୦ କେଜି ଗଞ୍ଜେଇ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏନସିବି ଟିମ ।

କତା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ଖୋର୍ଦ୍ଧାରୁ ଧରିଲା ଏନସିବି
କତା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ଖୋର୍ଦ୍ଧାରୁ ଧରିଲା ଏନସିବି
author img

By

Published : Oct 3, 2020, 10:13 AM IST

ଭୁବନେଶ୍ବର: ଏନସିବିର ବଡ ଖୁଲାସା । ଓଡିଶାରୁ ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ । କତା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଛି ଟ୍ରକ । ଖୋର୍ଦ୍ଧା ଗୋଡିପଡା ଟୋଲଗେଟ ନିକଟରୁ AP05TB1566ନମ୍ବର ଥିବା ଟ୍ରକକୁ ଜବତ କରିଛି ଏନସିବି ଟିମ୍‌ । ସେଥିରୁ ୭୦୦ କେଜି ଗଞ୍ଜେଇ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଟିମ । ଜଙ୍କିଆ ଥାନାରେ ଟ୍ରକଟି ରହିଥିବା ବେଳେ ଅଭିଯୁକ୍ତର ଏମସରେ କୋଭିଡ ଟେଷ୍ଟ କରାଯାଇଛି । ତେବେ ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

କତା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ଖୋର୍ଦ୍ଧାରୁ ଧରିଲା ଏନସିବି
କତା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ଖୋର୍ଦ୍ଧାରୁ ଧରିଲା ଏନସିବି

କିପରି ଓ କେଉଁଠୁ ଏତେ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିଲା ଏହା ପଛରେ କାହାର ହାତ ରହିଛି ଏନସିବି ସୋର୍ସରୁ କଣ ଜଣା ପଡିଛି ତାହା ହୁଏତ ପରେ ଖୁଲାସା ହେବ । କିନ୍ତୁ କତା ବୋଝେଇ ଟ୍ରକରେ ଏପରି ଚାଲାଣ ଗଞ୍ଜେଇ ମାଫିଆଙ୍କ ଚୋରା ଚାଲାଣର ରାଜ ଖୋଲିଛି । କିଛିଦିନପୁର୍ବରୁ ମଧ୍ୟ ଡିଆରଆଇ ଖଣ୍ଡଗିରି ଛକରୁ ବାଇଗଣ ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.