ETV Bharat / city

ରାଜଧାନୀରେ ଗଣଦୁଷ୍କର୍ମ: ଡିସିପିଙ୍କୁ ରିପୋର୍ଟ ମାଗିଲେ ମହିଳା କମିଶନ - ମହିଳା କମିଶନ

ରାଜଧାନୀରେ ଗଣଦୁଷ୍କର୍ମ ଘଟଣା । ଡିସିପିଙ୍କୁ ରିପୋର୍ଟ ମାଗିଛନ୍ତି ମହିଳା କମିଶନ | ତଦନ୍ତରେ ଅବହେଳା ଜଣାପଡେ ତେବେ ଡିଜିପିଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଅଧିକ ପଢନ୍ତୁ...

ରାଜଧାନୀରେ ଗଣଦୁଷ୍କର୍ମ: ଡିସିପିଙ୍କୁ ରିପୋର୍ଟ ମାଗିଲେ ମହିଳା କମିଶନ

author img

By

Published : Sep 6, 2020, 6:04 PM IST

ଭୁବନେଶ୍ବର: ରାଜଧାନୀରେ ଗଣଦୁଷ୍କର୍ମ ନେଇ ଡିସିପିଙ୍କୁ ରିପୋର୍ଟ ମାଗିଛନ୍ତି ମହିଳା କମିଶନ | ଏ ଘଟଣାରେ କଣ ପଦକ୍ଷେପ ନେଇଛନ୍ତି ଜଣାଇବାକୁ କମିଶନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି | ତଦନ୍ତଙ୍କୁ ଅନୁଧ୍ୟାନ କରୁଛି ମହିଳା କମିଶନ | ଯଦି ତଦନ୍ତରେ ଅବହେଳା ଜଣାପଡେ ତେବେ ଡିଜିପିଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ଡଃ. ମିନତୀ ବେହେରା ।

ରାଜଧାନୀରେ ଗଣଦୁଷ୍କର୍ମ: ଡିସିପିଙ୍କୁ ରିପୋର୍ଟ ମାଗିଲେ ମହିଳା କମିଶନ

ଭୁବନେଶ୍ବରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଶନିବାର ଖବର ସାମ୍ନାକୁ ଆସିଥିଲା । ନିର୍ଯାତନାର ଶିକାର ପରେ ଚୁପ ନାବାଳିକା ଶେଷରେ ପରିବାର ସମ୍ମୁଖରେ ମୁହଁ ଖୋଲିଥିଲେ । ଏନେଇ ନାବାଳିକାଙ୍କ ମା' ମହିଳା ଥାନାରେ ଅଗଷ୍ଟ 30ରେ ଲିଖିତ ଅଭିଯୋଗ କରିଥିଲେ । ଗତ ମାର୍ଚ୍ଚ ଏବଂ ଏପ୍ରିଲ ମାସ ମଧ୍ୟରେ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମକାରୀ ଗଣଦୁଷ୍କର୍ମ କରିଥିବା ସେ ଉଲ୍ଲେଖ କରିଛନ୍ତି ।

ଘଟଣାରେ 2 ଜଣ ପୋଲିସ କର୍ମଚାରୀଙ୍କ ସହ ବୈଦ୍ୟୁତିକ ଗଣମାଧ୍ୟମର 2 ଜଣ ସମ୍ପୃକ୍ତ ଥିବା ଅଭିଯୋଗରେ ଦର୍ଶାଯାଇଛି । ତେବେ ଏହି ଅଭିଯୋଗକୁ ଭିତ୍ତି କରି କେସ ନମ୍ବର ୪୪, ଆଇପିସିର ବିଭିନ୍ନ ଧାରା ଏବଂ ପକ୍ସୋ ଆକ୍ଟକୁ ନେଇ ଏକ ମାମଲା ରୁଜୁ ହୋଇଛି । ଏହା ପରେ ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା କମିଶନରେଟ ପୋଲିସ । ଏପରିକି ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିଲା, ଯେଉଁଥିରେ ସେ ସିଧାସଳଖ ଜଣେ ପୋଲିସ କର୍ମଚାରୀଙ୍କ ସହ 2 ଜଣ ସହଯୋଗୀଙ୍କ ନାଁ ନେଇଥିଲେ । ତେବେ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତଦନ୍ତ ପାଇଁ ଏକ ଟିମ ଗଠନ କରାଯାଇଛି । ଆଇସିଡବ୍ଲ୍ୟୁକୁ ମଧ୍ୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଭୁବନେଶ୍ବର ଡିସିପି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.