ETV Bharat / city

'କୋରୋନା ଲଢେଇରେ ଗଜପତି ମହାରାଜା ସାଜିଛନ୍ତି ଉଦାହରଣ' - ରାଜ୍ୟ ସରକାରଙ୍କ ମୁଖ୍ୟମୁଖପାତ୍ର ସୁବ୍ରତ ବାଗ୍‌ଚୀ

କୋରୋନାକୁ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟମୁଖପାତ୍ର ସୁବ୍ରତ ବାଗ୍‌ଚୀଙ୍କ ବିବୃତ୍ତି । କୋରୋନା ଲଢେଇରେ ଗଜପତି ମହାରାଜା ଉଦାହରଣ ସାଜିଥିବା କହିଛନ୍ତି ବାଗ୍‌ଚୀ ।

'କୋରୋନା ଲଢେଇରେ ଗଜପତି ମହାରାଜା ସାଜିଛନ୍ତି ଉଦାହରଣ'

author img

By

Published : Jun 6, 2020, 6:28 PM IST

ଭୁବନେଶ୍ବର: ଅନେକ ଦିନ ପରେ ପୁଣି ରାଜ୍ୟବାସୀଙ୍କ ଆଗରେ କୋରୋନାକୁ ନେଇ ବିବୃତ୍ତି ରଖିଛନ୍ତି ସରକାରଙ୍କ ମୁଖ୍ୟମୁଖପାତ୍ର ସୁବ୍ରତ ବାଗ୍‌ଚୀ । ମହାପ୍ରଭୁଙ୍କର ମହିମାରେ ସ୍ନାନଯାତ୍ରା ଶେଷ ହୋଇଥିବା ବେଳେ କୋରୋନା ଲଢେଇରେ ଗଜପତି ମହାରାଜା ଉଦାହରଣ ସାଜିଥିବା କହିଛନ୍ତି ବାଗ୍‌ଚୀ ।

ସୁବ୍ରତ ବାଗଚୀ କହିଛନ୍ତି ଯେ ଆଜି ଠୁ ହଜାର ବର୍ଷ ପରେ ମଧ୍ୟ ଏହି ଠାକୁରଙ୍କ ଲୀଳା ରହିଥିବ । ସ୍ନାନଯାତ୍ରାକୁ ସୁରୁଖୁରୁରେ ସମ୍ପାଦନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ଦିରର ପ୍ରଶାସନ ସମେତ ପ୍ରତ୍ୟେକ ସେବାୟତ ଓ ପୂଜାକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପକ୍ଷେ ମହାପ୍ରଭୁଙ୍କର ସ୍ନାନ ଯାତ୍ରାରେ ପୁରୀ ଗଜପତି ମହାରାଜା ଉଦାହରଣ ସାଜିଛନ୍ତି । ବିଦେଶରୁ ଫେରିଥିବା ପରେ ସେ 14 ଦିନ ପାଇଁ ସଙ୍ଗରୋଧରେ ରହିଥିଲେ । ଆଉ ଏବେ କୋଭିଡର ନିୟମକୁ ଆଖି ଆଗରେ ରଖି ଗଜପତି ନିଜେ ଛେରା ପହଁରା କରିବାକୁ ନଆସି ମୁଦିରସ୍ତଙ୍କୁ ପଠାଇଥିଲେ । ମୁଦିରସ୍ତମାନେ ଶୃଙ୍ଖଳା ମଧ୍ୟରେ ନୀତିନିୟମ ମାନି କାର୍ଯ୍ୟ ସମ୍ପାଦନ କରିଛନ୍ତି । ଏନେଇ ଗଜପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି ବାଗ୍‌ଚୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.