ETV Bharat / city

ଜଗନ୍ନାଥଙ୍କ ଦେବନୀତିକୁ ନେଇ ଗଜପତିଙ୍କ ବାର୍ତ୍ତା - gajapati maharaja

ମହାପ୍ରଭୁ ଜଗନ୍ନଥଙ୍କ ଦେବନୀତି ନେଇ ସାମ୍ବାଦିକ ସମ୍ମିଳନୀରେ ବାର୍ତ୍ତା ରଖିଛନ୍ତି ଗଜପତି ମହାରାଜା । ଅଧିକ ପଢନ୍ତୁ...

gajapati-maharaja-press-meet
gajapati-maharaja-press-meet
author img

By

Published : Apr 24, 2020, 5:09 PM IST

ଭୁବନେଶ୍ବର: ଆଜି ଭିଡିଓ କନଫରେନ୍ସ ଜରିଆରେ ବସିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣୀକୁ ନେଇ, ଦୁଇଦିନ ପରେ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବାର ଥିଲା । କିନ୍ତୁ କୋରୋନା ପାଇଁ ଏହାକୁ ଆଖିଆଗରେ ରଖି ୩ ତାରିଖ ପର୍ଯ୍ୟନ୍ତ କୈଣସି ପର୍ବ ହେବନାହିଁ । ଏହାକୁ କଡାକଡି ପାଳନ କରାଯାଉଛି । ମନ୍ଦିର ବାହାରେ ହେବ ନାହିଁ ,ଉଭୟ ସରକାରଙ୍କ ନିର୍ଦ୍ଦେଶ କୁ ମେନେଜେମେଣ୍ଟ କମିଟି ପାଳନ କରି ତାହା ବିଦ୍ଧି ରଖିବା ଅନୁସାରେ ଅକ୍ଷୟ ତୃତୀୟାକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବେ କମିଟି ସଦସ୍ୟ ।

ସେପଟେ ଆଗକୁ କଣ ହେବ ଆଜି ସନ୍ଧ୍ୟା ସୁଦ୍ଧା ଏହି ନିଷ୍ପତ୍ତି ନିଆଯିବ । ଏହା ସହ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ୩ ତାରିଖ ପରେ ଆଲୋଚନା କରାଯିବ ବୋଲି ଗଜପତି କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ କୁ ଆଖି ଆଗରେ ରଖି ନିଷ୍ପତ୍ତି ରହିବ । ଜନ ସମାଜର ସୁରକ୍ଷା, ସ୍ଵାସ୍ଥ୍ୟକୁ ଆଖିଆଗରେ ରଖି ଧାର୍ମିକ କର୍ଯ୍ୟ ସେହି ଅନୁସାରେ ପାଳନ କରାଯିବ ।

ମେ ତିନି ତାରିଖ ପରେ ଯେଉଁ ଗାଇଡ୍ ଲାଇନ ଆସିବ, ସେନେଇ କମିଟି ପାଳନ କରିବ । କିନ୍ତୁ ଯେପରି ନିତି ବ୍ୟାଘତ ନହୁଏ ସେନେଇ ଜଣାଯିବ ବୋଲି କହିଛନ୍ତି ଗଜପତି । କୋରୋନାର କୈଣସି ରିସ୍କ ନନେଇ ରଥଯାତ୍ରା କରିହେବ କି ନାହିଁ ତାହା ସରକାରଙ୍କ ଦାୟିତ୍ୱ ସରକାର ଯାହା ନିଷ୍ପତ୍ତି ନେବେ ତାହା ଉପରେ ନଜର ରହିଛି ବୋଲି କହିଛନ୍ତି ଗଜପତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.