ETV Bharat / city

Odisha Assembly Budget Session: 2 ଲକ୍ଷ କୋଟି ଉପରକୁ ଯିବ ବଜେଟ

କାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ ଆସିବ । ଚଳିତଥର ବଜେଟ 2 ଲକ୍ଷ କୋଟି ଉପରକୁ ଯିବ । ଅଧିକ ପଢ଼ନ୍ତୁ

author img

By

Published : Jul 1, 2022, 10:39 PM IST

Odisha Assembly Mansoon Session:  2 ଲକ୍ଷ କୋଟି ଉପରକୁ ଯିବ ବଜେଟ୍‌

ଭୁବନେଶ୍ବର: କାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ ଆସିବ । ଶନିବାରଠାରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନରେ ମୋଟ 24ଟି କାର୍ଯ୍ୟ ଦିବସ ରହିବ । ପ୍ରଥମ ପର୍ଯ୍ୟାୟ ଜୁଲାଇ 7 ତାରିଖ ଯାଏଁ ଚାଲିବ, ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ 13 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଚାଲିବ ।

ଚଳିତ ଥର ମୌସୁମୀ ଅଧିବେଶନରେ ଗୃହ ଦୈନିକ 6 ଘଣ୍ଟା ଚାଲିବ । ଅପରାହ୍ନ 4ଟାରୁ 7ଟା ପର୍ଯ୍ୟନ୍ତ ଗୃହ ଚାଲିବା ନେଇ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଚଳିତଥର ବଜେଟ 2 ଲକ୍ଷ କୋଟି ଉପରକୁ ଯିବ ବୋଲି ଆଲୋଚନା ହେଉଛି । ତେବେ ଏଥର ନୂଆ ଯୋଜନା ଆସିପାରେ ବୋଲି ଆଶା କାରଯାଉଛି । ଶିକ୍ଷା, ସ୍ୱାସ୍ଥ୍ୟ, ମିଶନଶକ୍ତି, କୃଷି, ଶିଳ୍ପ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନକୁ ଗୁରୁତ୍ୱ ଦେବେ ସରକାର ।

ସେପଟେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ କଡ଼ା ରଣନୀତି ପ୍ରସ୍ତୁତ କରିଛନ୍ତି । ବିଜେପି ହାତୀ ମୃତ୍ୟୁ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗୃହରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଥିବା ବେଳେ କଂଗ୍ରେସ ବେକାରୀ ସମସ୍ୟା, ଦରଦାମ ବୃଦ୍ଧି, ମମିତା ମେହେର ପ୍ରସଙ୍ଗକୁ ଉଠାଇବାକୁ ସଜ ହେଉଛି । ଅନ୍ୟପକ୍ଷରେ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଶାସକ ଦଳ ମହାନଦୀ ଜଳ, ଧାନର ଅଭାବ ବିକ୍ରି ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ଉତ୍ଥାପନ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.