ଭୁବନେଶ୍ବର: ଏଣିକି ସରକାରୀ କର୍ମଚାରୀଙ୍କୁ ମାସର ଶେଷ ଦିନରେ ମିଳିବ ଦରମା। ଯଦି ସେହିଦିନ ଛୁଟି ପଡେ ତେବେ ତାର ପୂର୍ବ ଦିନ ଦରମା ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 5-ଟି କାର୍ଯକ୍ରମକୁ ଅନୁପାଳନ କରି ରାଜ୍ୟ ଅର୍ଥ ବିଭାଗ ଏବେ କର୍ମଚାରୀଙ୍କୁ ପ୍ରତ୍ୟେକ ମାସର ଶେଷଦିନ ହିଁ ଦରମା ଏ ପେନସନ ଦେବାକୁ ନିଷ୍ପତ୍ତି ନେଇଛି ।
ସରକାରୀ ଅଧିନରେ ଥିବା ସମସ୍ତ ନିୟମିତ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଏହି ସୁବିଧା ମିଳିବ । 4 ଲକ୍ଷ ବେତନଭୋଗୀ ଓ 3 ଲକ୍ଷ ପେନସନଧାରୀ ଏହାଦ୍ବାରା ଉପକୃତ ହୋଇପାରିବେ। ଏନେଇ ଟ୍ରେଜେରୀକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ