ETV Bharat / city

ଭୁବନେଶ୍ବରରେ ଅଜୟ ପରିଡ଼ାଙ୍କ ପାର୍ଥିବ ଶରୀର, ଶେଷ ଦର୍ଶନ କରୁଛନ୍ତି ବନ୍ଧୁ ପରିବାରବର୍ଗ

author img

By

Published : Jul 20, 2022, 11:18 AM IST

Updated : Jul 20, 2022, 12:44 PM IST

ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ଚାଲିଛି ଶେଷ ଦର୍ଶନ । ଗୌହାଟୀରୁ ବିମାନ ଯୋଗେ ଭୁବନେଶ୍ବର ପହଞ୍ଚିବା ପରେ ଆଇଏଲଏସ କାର୍ଯ୍ୟାଳୟରେ ଶେଷ ଦର୍ଶନ କରୁଛନ୍ତି ସଭିଏଁ । ଅଧିକ ପଢନ୍ତୁ

friends and colleague pays last tribute to ils director ajay parida in bhubaneswar
ଭୁବନେଶ୍ବରରେ ପହଞ୍ଚିଲା ଅଜୟ ପରିଡ଼ାଙ୍କ ପାର୍ଥିବ ଶରୀର, ଚାଲିଛି ଶେଷ ଦର୍ଶନ

ଭୁବନେଶ୍ବର: ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ଚାଲିଛି ଶେଷ ଦର୍ଶନ । ଗୌହାଟୀରୁ ବିମାନ ଯୋଗେ ଭୁବନେଶ୍ବର ପହଞ୍ଚିବା ପରେ ଆଇଏଲଏସ କାର୍ଯ୍ୟାଳୟରେ ଶେଷ ଦର୍ଶନ ଚାଲିଛି । ପରିବାର ଲୋକଙ୍କ ସମେତ ତାଙ୍କ ସହକର୍ମୀମାନେ ଅଜୟଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାପରେ ତାଙ୍କ ମୃତଦେହକୁ ଜନ୍ମସ୍ଥାନ ଯାଜପୁର ସ୍ଥିତ ନିଜ ଗ୍ରାମକୁ ନିଆଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଗ୍ରାମ ଶ୍ମଶାନରେ ରାଷ୍ଟ୍ରୀୟ ମାନ୍ୟତା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ଭୁବନେଶ୍ବରରେ ଅଜୟ ପରିଡ଼ାଙ୍କ ପାର୍ଥିବ ଶରୀର

ସୂଚନା ଥାଉକି, ମଙ୍ଗଳବାର ଆଇଏଲଏସ (Institute of Life Sciences) ଭୁବନେଶ୍ବର ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଜୟ କୁମାର ପରିଡାଙ୍କ ଦେହାନ୍ତ ହୋଇଛି । ଗୌହାଟୀରେ ଏକ କନଫରେନ୍ସରେ ଯୋଗ ଦେବାକୁ ଯାଇଥିଲେ ILS ନିର୍ଦ୍ଦେଶକ । ସେଠାରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଥିଲା । ସେ ରହୁଥିବା ହୋଟେଲ ରୁମ୍‌ରେ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 20, 2022, 12:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.