ETV Bharat / city

ରାଜଧାନୀରୁ ଛାତ୍ରଙ୍କୁ ଅପହରଣ ମାମଲା, ସାଙ୍ଗ ସାଜିଲା ବଇରୀ

ରାଜଧାନୀରେ ବିବିଏ ଛାତ୍ର ଇସାନଙ୍କୁ ଅପହରଣ ମାମଲା । ଏହି ଘଟଣାରେ ଇସାନଙ୍କ ସାଙ୍ଗ ଅପହରଣର ପ୍ଲାନ ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

author img

By

Published : Feb 3, 2022, 5:31 PM IST

ରାଜଧାନୀରୁ ଛାତ୍ରଙ୍କୁ ଅପହରଣ ମାମଲା, ସାଙ୍ଗ ସାଜିଲା ବଇରୀ
ରାଜଧାନୀରୁ ଛାତ୍ରଙ୍କୁ ଅପହରଣ ମାମଲା, ସାଙ୍ଗ ସାଜିଲା ବଇରୀ

ଭୁବନେଶ୍ବର: ରାଜଧାନୀରୁ ବିବିଏ ଛାତ୍ର ଇସାନଙ୍କୁ ଅପହରଣ ମାମଲା । ଘଟଣାରେ ସାଙ୍ଗ ସାଜିଲା ବଇରୀ । ଅପହୃତଙ୍କ ଭିତରୁ ଜଣେ ଇସାନର ସ୍କୁଲ ସାଙ୍ଗ ଥିଲା । ସିଏ ସମସ୍ତ ତଥ୍ୟ ଦେଇ ଅପହରଣର ପ୍ଲାନ ପ୍ରସ୍ତୁତ କରିଥିଲା । ଗିରଫ ପରେ ଅଭିଯୁକ୍ତ ସ୍କୁଲ ସାଙ୍ଗଙ୍କୁ ଇସାନ ଚିହ୍ନି ପାରିଥିବାବେଳେ 4 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ରିମାଣ୍ଡରେ ପୋଲିସ ଆଣିବ ବୋଲି ଜଣାପଡ଼ିଛି ।

ଇସାନଙ୍କୁ ଉଦ୍ଧାର ପାଇଁ 19 ଜଣିଆ ପୋଲିସ ଟିମ ସମେତ ଆଡିସନାଲ ଡିସିପି ସାମିଲ ହୋଇଥିଲେ । ପୁରା ଟିମ ଯେକୌଣସି ପରିସ୍ଥିତିରେ ମୁକାବିଲା ପାଇଁ ପ୍ରସ୍ତୁତ ଥିଲେ । ଏହାସହ ପୂର୍ବ ଅପହରଣରେ ବ୍ୟବହୃତ କାର ଜବତ ହୋଇଛି । ଅଭିଯୁକ୍ତଙ୍କ ପୁରୁଣା ରେକର୍ଡ ପୋଲିସ ଖୋଜୁଛି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମା ଶଙ୍କର ଦାଶ । ସୂଚନା ଥାଉ କି ଗତ ସୋମବାର ଦିନ ଦିପହରରେ ଲକ୍ଷ୍ମୀସାଗର ବାଲାଜି ଆପାର୍ଟମେଣ୍ଟ ନିକଟରୁ ଜଣେ ବ୍ୟବସାୟୀଙ୍କ ପୁଅକୁ ଅପହରଣ କରିଥିଲେ ଏହି ଗ୍ୟାଙ୍ଗ। ଭୁବନେଶ୍ବରରୁ ମାରଣାସ୍ତ୍ର ଦେଖାଇ ଏକ ଡିଜାୟର କାର ଯୋଗେ ଅପହରଣ କରି ନେଇଥିଲେ।

ଏହା ବି ପଢନ୍ତୁ: ବ୍ୟବସାୟୀଙ୍କ ପୁଅକୁ ଅପହରଣ ଘଟଣାରେ ଧରାପଡିଲେ ୪, ଏବେବି ଗ୍ୟାଙ୍ଗ ସଦସ୍ୟ ସକ୍ରିୟ

ନମ୍ବର ବଦଳାଇ ପ୍ରଥମେ ଖୋର୍ଦ୍ଧା ପରେ ବ୍ରହ୍ମପୁର ଓ ନୟାଗଡ ଆଦି ଜିଲ୍ଲା କାର ଯୋଗେ ବୁଲିଥିଲେ‌। ଗିରଫ ୪ ଅଭିଯୁକ୍ତ ଅପହୃତାକୁ ଧରି ବିଭିନ୍ନ ସ୍ଥାନ ବୁଲିଥିଲେ । ଅପହରଣକାରୀ ଗ୍ୟାଙ୍ଗର ଆଉ ଦୁଇଟି ଟିମ ଭିନ୍ନ ଭିନ୍ନ ସ୍ଥାନରୁ ଥାଇ ଯୋଗାଯୋଗ କରୁଥିଲେ। ଅପହୃତ ମୋବାଇଲ ଜଣଙ୍କ ପାଖରେ ଥିଲା। ଅପହୃତ ଓ ୪ ଅପହରଣକାରୀ ଆଉ ଗୋଟିଏ ସ୍ଥାନରେ ରହୁଥିଲେ। ଆଉ ଏହାର ମାଷ୍ଟର ମାଇଣ୍ଡ ଆଉ ଏକ ସ୍ଥାନରେ ଥାଇ ପରିବାର ଲୋକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ‌। ଏନେଇ କମିଶନରେଟ ପୋଲିସର ଏକ ୭ ଜଣିଆ ଟିମ ବାହାରି ବିଭିନ୍ନ‌ ଦିଗକୁ ତଦନ୍ତ କରିଥିଲେ‌।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.