ETV Bharat / city

‘ବିନା ଦେୟରେ ସ୍ବତନ୍ତ୍ର ସ୍ଲଟରେ ଦୂରଦର୍ଶନରେ ହେଉ ପାଠପଢା ବ୍ୟବସ୍ଥା’ - ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ

ଲକଡାଉନ ସମୟରେ ବିଭିନ୍ନ ରାଜ୍ୟରେ କ’ଣ ରହିଛି ଶିକ୍ଷାର ଅବସ୍ଥା ଓ ଆଗାମୀ ଦିନରେ ପରିସ୍ଥିତିକୁ ନଜରରେ ରଖି କ’ଣ ରହିଛି ଯୋଜନା, ସେନେଇ ସମସ୍ତ ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ।

central minister of human resources ramesh pokhriyal, ramesh pokhriyal's video conference, discussion of all state education ministers, mass education minister sameer das, state education system, କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ, ରମେଶ ପୋଖରିଆଲଙ୍କ ଭିଡିଓ କନଫରେନ୍ସ, ସମସ୍ତ ରାଜ୍ୟର ଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା, ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ, ରାଜ୍ୟରେ ଶିକ୍ଷା ବ୍ୟବସ୍ଥା
ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ- ସମୀର ଦାସ
author img

By

Published : Apr 28, 2020, 8:08 PM IST

ଭୁବନେଶ୍ବର: ଲକଡାଉନ ସମୟରେ ବିଭିନ୍ନ ରାଜ୍ୟରେ କ’ଣ ରହିଛି ଶିକ୍ଷାର ଅବସ୍ଥା ଓ ଆଗାମୀ ଦିନରେ ପରିସ୍ଥିତିକୁ ନଜରରେ ରଖି କ’ଣ ରହିଛି ଯୋଜନା, ସେନେଇ ସମସ୍ତ ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ । ଭିଡିଓ କନଫରେନ୍ସ ଜରିଆରେ ହୋଇଥିବା ଏହି ଆଲୋଚନା ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଆଲୋଚନାରେ ଖରାଦିନେ ମିଡ ଡେ’ ମିଲ, ଲକଡାଉନରେ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ସାମଗ୍ରୀ ପହଞ୍ଚାଇବା ଆଦି ମୁଖ୍ୟ ବିଷୟ ରହିଥିବା ନେଇ ସେ ପ୍ରକାଶ କରିଛନ୍ତି ।

ମନ୍ତ୍ରୀ ସମୀରଙ୍କ କହିବା ଅନୁଯାୟୀ ଆଲୋଚନାରେ ଉଠିଥିବା ପ୍ରସଙ୍ଗରେ ରାଜ୍ୟ ସରକାର ଅନେକ ପୂର୍ବରୁ ପଦକ୍ଷେପ ଗ୍ରହଣ କରିସାରିଛନ୍ତି । ରାଜ୍ୟରେ ଆଗୁଆ ତିନି ମାସର ମିଡ ଡେ’ ମିଲ ବଣ୍ଟା ସରିଛି । ସେପଟେ ଛାତ୍ରଛାତ୍ରୀଙ୍କ ପାଖରେ ପାଠ୍ୟ ସାମଗ୍ରୀ ପହଞ୍ଚାଇବା ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାର ପୂର୍ବରୁ ବହିଗୁଡିକୁ ପହଞ୍ଚାଇ ଦେଇଛନ୍ତି । ତେବେ ଯୁକ୍ତ 2 ପରୀକ୍ଷା ବାକି ରହିଥିବା ପ୍ରସଙ୍ଗ, ଏହାର ନିଷ୍ପତ୍ତି ସିବିଏସଇ ଗାଇଡ ଲାଇନ ଉପରେ ନିର୍ଭର କରିବ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି କି ବୈଠକରେ ଇ-ଲର୍ଣ୍ଣିଂ ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଦୂରଦର୍ଶନରେ ପାଠ ପଢା ପାଇଁ ସମସ୍ତ ରାଜ୍ୟ ଦାବି କରିଛନ୍ତି । ସ୍ବତନ୍ତ୍ର ସ୍ଲଟ ସହ ବିନା ଦେୟରେ ପାଠ ପଢାର ବ୍ୟବସ୍ଥା କରିବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ସମସ୍ତ ରାଜ୍ୟ । ଏହାକୁ ସମସ୍ତ ରାଜ୍ୟର ଶିକ୍ଷା ମନ୍ତ୍ରୀମାନେ ସମର୍ଥନ କରିଛନ୍ତି । ଏଥିସହ ଆଇସିଟି ଯୋଜନାରେ ପିଲାଙ୍କୁ ଚଳିତ ଶିକ୍ଷାବର୍ଷରେ ନିଯୁକ୍ତି ପାଇଁ ରାଜ୍ୟ ଦାବି ରଖିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.