ETV Bharat / city

CV ରମଣ ଇଂଜିନିୟରିଂ କଲେଜ ଫି ହଡପ ମାମଲା: ଧରାପଡିଲା ଜାଲିଆତିର ମାଷ୍ଟରମାଇଣ୍ଡ - ସିଭିରମଣ ଇଂଜିନିୟରିଂ କଲେଜ ଫି ହଡପ ମାମଲା

ସିଭିରମଣ ଇଂଜିନିୟରିଂ କଲେଜ ପାଣ୍ଠି ହଡପ ମାମଲା । ବନ୍ଧାହେଲା ବୟଫ୍ରେଣ୍ଡ ବିକାଶ ଯାଦବ । ଝାରଖଣ୍ଡରୁ ଗିରଫ ପରେ ଟ୍ରାନଜିଟ ରିମାଣ୍ଡରେ ଅଣାଯାଉଛି ଓଡିଶା । ଅଧିକ ପଢନ୍ତୁ

ସିଭିରମଣ ଇଂଜିନିୟରିଂ କଲେଜ ଫି ହଡପ ମାମଲା: ବୟଫ୍ରେଣ୍ଡ୍କୁ ବାନ୍ଧିଲା ପୋଲିସ

author img

By

Published : May 4, 2022, 9:09 AM IST

Updated : May 4, 2022, 11:39 AM IST

ଭୁବନେଶ୍ବର: ସିଭିରମଣ ଇଂଜିନିୟରିଂ କଲେଜ ପାଣ୍ଠି ହଡପ ମାମଲା ସାମ୍ନାକୁ ଆସିଲା ରୋଚକ ତଥ୍ୟ । ଗର୍ଲଫ୍ରେଣ୍ଡ ଗିରଫ ପରେ ବନ୍ଧାହେଲା ବୟଫ୍ରେଣ୍ଡ ବିକାଶ ଯାଦବ । ଝାରଖଣ୍ଡରୁ ଗିରଫ ପରେ ଟ୍ରାନଜିଟ ରିମାଣ୍ଡରେ ଅଣାଯାଉଛି ଓଡିଶା । ପ୍ରେମିକା କଲେଜ ଟଙ୍କା ଚଳୁ କରୁଥିଲା ଏବଂ ସେହି ଟଙ୍କାରେ ପ୍ରେମିକ ଅନଲାଇନରେ ଜୁଆ ଖେଳି ଉଡାଇଥିଲେ ୬୦ଲକ୍ଷ ଟଙ୍କା । ବଳକା ବାକି ଟଙ୍କାରେ ଉଭୟେ ମନାଲି ଓଟି ଓ ଗୋଆରେ ପାର୍ଟି କରୁଥିଲେ । ଏନେଇ ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ଗତ ଏପ୍ରିଲ ୨୯ତାରିଖରେ ଗର୍ଲଫ୍ରେଣ୍ଡ ପାୟଲ ମହାପାତ୍ରକୁ ଗିରଫ ପରେ ଏବେ ବନ୍ଧା ହୋଇଛି ବୟଫ୍ରେଣ୍ଡ୍ ବିକାଶ ଯାଦବ । ଯେକି ସେହି କଲେଜରେ ପାଠ ପଢିବା ସମୟରେ ଲେଡି ଆକାଉଣ୍ଟଣ୍ଟଙ୍କଠୁ ବୟସରେ ସାନ ହୋଇଥିଲେ ବି ଠକେଇ ପାଇଁ ଟ୍ରାପ କରି ଫସାଇଥିଲେ ଲେଡି ଆକାଉଣ୍ଟାଣ୍ଟଙ୍କୁ ।

CV ରମଣ ଇଂଜିନିୟରିଂ କଲେଜ ଫି ହଡପ ମାମଲା: ଧରାପଡିଲା ଜାଲିଆତିର ମାଷ୍ଟରମାଇଣ୍ଡ

ସୂଚନାଯୋଗ୍ୟ ଯେ, ଘଟଣାର ଅଭିଯୋଗକାରୀ ସିଭି ରମଣ ଗ୍ଲୋବାଲ ଇଉନିଭର୍ସିଟିରେ ଜି.ଏମ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟରତ ଏବଂ ପୂର୍ବରୁ ଗିରଫ ହୋଇଥିବା ପାୟଲ ଅଭିଯୋଗକାରୀଙ୍କ ଅଧୀନରେ ସହାୟତା ଭାବରେ ୨୦୧୭ ଫେବୃୟାରୀ ମାସରୁ କାମ କରିଆସୁଥିଲେ । ନିମ୍ନୋକ୍ତ ଅଭିଯୁ କ୍ତା ଛାତ୍ରମାନଙ୍କଠାରୁ ଫିସ ସଂଗ୍ରହ କରିବା ଏବଂ ଅଭିଯୋଗକାରୀଙ୍କୁ ଜଣାଇ ତାଙ୍କର ଅଫିସ ଆକାଉଣ୍ଟରେ ସେଦି ଦିନ ବାନ୍ଧିବା ପାଇଁ ନିଯୁକ୍ତି ପାଇଥିଲେ। କିନ୍ତୁ ମନ୍ଦ ଉଦ୍ଦେଶ୍ୟରେ ଅର୍ଥ ଉପାର୍ଜନ କରିବାର ଉଦ୍ଦେଶ୍ୟ ସହିତ ଏହାକୁ ଦୃଷ୍ଟିରେ ରଖି ସେଠାରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ଉପରେ ଭଲ ବିଶ୍ୱାସ ପାଇବା ପରେ ପାୟଲ ଅନୁଷ୍ଠାନର ଛାତ୍ରମାନଙ୍କଠାରୁ ଫିସ୍ ସଂଗ୍ରହ କରିଥିଲେ ଏବଂ ବିପୁଳ ପରିମାଣରେ ଟଙ୍କା ସଂଗ୍ରହ ପରେ ତାକୁ ସମସ୍ତଙ୍କ ଠାରୁ ଲୁଚାଇ ରଖି ନିଜର ୟୁନିୟନ ବ୍ୟାଙ୍କ, ମହୁରା ଶାଖା ଏବଂ ଆକ୍ସିସ୍ ବ୍ୟାଙ୍କ, ବାଦାମବାଡି ଶାଖାରେ ଦୀର୍ଘଦିନ ହେବ ଜମା କରିଆସୁଥିଲେ ।

ଘଟଣାର ଅଭିଯୋଗକରି ୭ ଦିନ ପୂର୍ବରୁ ଆକାଉଣ୍ଟ୍ସ ଯାଞ୍ଚ ସମୟରେ ଟଙ୍କା ଜମାରେ ହେରଫେର ହୋଇଥିବା ଜାଣିପାରିବାରୁ ତାଙ୍କର ଅଫିସ କର୍ମଚାରୀଙ୍କୁ ପଚାରିବା ପରେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଉକ୍ତ ହେରଫେରରେ ସମ୍ପୃକ୍ତ ଥିବା ମାନିଥିଲେ । ଏନେଇ ଅଭିଯୋଗକାରୀ ତମାଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଟିମ ତଦନ୍ତ କରି ସମ୍ପୃକ୍ତା ଲେଡି ଆକାଉଣ୍ଟ ଗର୍ଲଫ୍ରେଣ୍ଡ ସହ ଏବେ ବୟଫ୍ରେଣ୍ଡଙ୍କୁ ଗିରଫ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 4, 2022, 11:39 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.