ETV Bharat / city

ସାଉଦି ଆରବ ଟଙ୍କା ଲୋଭ ଦେଖାଇ ଲୁଟ୍‌, ୧୦୦ ବଦଳରେ ନେଇଗଲେ ୨ ଲକ୍ଷ

author img

By

Published : Aug 23, 2022, 9:50 AM IST

ହଜ ଯାତ୍ରାର ଲୋଭ ଦେଖାଇ ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟ୍‌ । ରାଜଧାନୀ ଭୁବନେଶ୍ବରରେ ଘଟିଛି ଏହି ଲୁଟ୍‌ ଘଟଣା । ଅଧିକ ପଢ଼ନ୍ତୁ

foreign money fraud in bhubaneswar
ହଜ ଯାତ୍ରାର ଲୋଭ ଦେଖାଇ ଲୁଟ, ୧୦୦ ବଦଳରେ ନେଇଗଲେ ୨ ଲକ୍ଷ

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଠକ ଗ୍ୟାଙ୍ଗ । ବିଭିନ୍ନ ପ୍ରକାର ଲୋଭ ଦେଖାଇ ସାଧାରଣ ଲୋକଙ୍କଠାରୁ ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଭୁବନେଶ୍ବରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ହଜ ଯାତ୍ରାର ଆଶା ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଠକ ନିଜକୁ ସାଉଦି ଆରବରୁ ଫେରିଥିବା କହି ୨ଲକ୍ଷ ଭାରତୀୟ ମୁଦ୍ରା ଦେଲେ ବଦଳରେ ୩ଲକ୍ଷର ସାଉଦି ଟଙ୍କା ଦେବାର ଲୋଭ ଦେଖାଇଲେ । ଏହାପରେ ଟଙ୍କା ନେଇ ଫେରାର ହୋଇଯାଇଥିଲେ (Foreign Money fraud in Bhubaneswar) ।

ହଜ ଯାତ୍ରାର ଲୋଭ ଦେଖାଇ ଲୁଟ

ସୂଚନା ମୁତାବକ କଟକ ହାଇକୋର୍ଟ ନିକଟରେ ଥିବା ମସଜିଦ ସାମ୍ନାରେ ମହମ୍ମଦ ମୋହିଦ୍ଦିନ ନାମକ ଜଣେ ବ୍ୟକ୍ତି ବ୍ୟବସାୟ କରନ୍ତି । ଉକ୍ତ ମସଜିଦରେ ଏକ ଅଜଣା ଲୋକ ସହ ଦେଖା ହେଲେ । ଯଦି ହଜ ଯିବାକୁ କିଏ ଚାହାନ୍ତି ତେବେ ସାଉଦି ଆରବ ଟଙ୍କା ରିୟାଲର ଆବଶ୍ୟକ ପଡିବ ବୋଲି ଉକ୍ତ ଲୋକଟି କହିଥିଲେ । ନିଜକୁ ସାଉଦି ଆରବରୁ ଫେରିଥିବା ସହ ତାଙ୍କ ପାଖରେ ଅନେକ ସାଉଦି ଆରବ ଟଙ୍କା ଥିବା କହିଥିଲେ ଓ ଭାରତୀୟ ମୁଦ୍ରା ବଦଳରେ ସାଉଦି ଆରବ ଟଙ୍କା ଅଧିକ ଦେବେ । ଏନେଇ ବ୍ୟବୟସାୟୀ ଜଣକ ଇଚ୍ଛା ପ୍ରକାଶ କରିଥିଲେ ।

ତେବେ ୧୦୦ ସାଉଦି ଆରବ ଟଙ୍କାର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୧୫୦୦ଟଙ୍କା । ତେଣୁ ତାଙ୍କ ପାଖରେ ୨୦୦ଟି ନୋଟ୍‌ ଅଛି ଅର୍ଥାତ ତିନି ଲକ୍ଷ ଟଙ୍କା ଜଣାଇଥିଲେ । ତେବେ ୨ଲକ୍ଷ ଟଙ୍କା ଦେଲେ ସେ ଦେଇଦେବେ ବୋଲି ଡିଲ୍‌ କଲେ ।

ଅଭିଯୋଗକାରୀ କହିଛନ୍ତି, "ଠକ କଳ୍ପନା ଛକ ନିକଟ କୋର୍ଟ ସାମ୍ନାକୁ ଡାକିଥିଲା । ପରେ ବ୍ୟବସାୟୀ ଜଣକ ଟଙ୍କା ନେଇ ପହଞ୍ଚିବା ପରେ ୧୦୦ ଟଙ୍କା ରିୟାଲ ଥିବାର ଏକ ବିଡା ଦେଇଥିଲା । ଯାହାକୁ ଗଣିବା ପାଇଁ ଚାହୁଁଥିବାବେଳେ, ଏଠି ଭିଡ ଅଛି ଘରେ ଗଣିବ କହି ଟଙ୍କା ଦିଅନ୍ତୁ କହିଥିଲା । ଏହାପରେ ତାଙ୍କଠାରୁ ୨ଲକ୍ଷ ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ମାରିଲା । ଖୋଲି ଦେଖିବା ପରେ ମାତ୍ର ଗୋଟିଏ ୧୦୦ରିୟାଲ ଥିବାବେଳେ ଭିତରେ କାଗଜ ବିଡା ଥିବା ଜାଣିବାକୁ ପାଇଥିଲି ।"

ଠକାମିର ଶିକାର ହୋଇଥିବା ଜାଣି ବଡଗଡ ଥାନାରେ ଜଣାଇଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଉକ୍ତ ବ୍ୟକ୍ତିର ନମ୍ବର ଟ୍ରାକ କରିବା ପରେ ସେ କୋଲକାତା ଲୋକ ବୋଲି ପୋଲିସ ଜାଣିବାକୁ ପାଇଛି । ତେବେ ୫ ଦିନ ତଳେ ସମାନ ଢଙ୍ଗରେ ଇନଫୋ ଭ୍ୟାଲି ଥାନା ଅଞ୍ଚଳରେ ନିଜକୁ ଆର୍ମି ଅଫିସର‌ ପରିଚୟ ଦେଇ ଆର୍ମି କ୍ୟାଣ୍ଟିନର ବ୍ରାଣ୍ଡେଡ ଟିଭି କହି ନକଲି ଟିଭି ଦେଇ ଏକ ପେଟ୍ରୋଲପମ୍ପ କର୍ମାଚାରୀଙ୍କୁ ୨୫ହଜାରରେ ବିକିଥିଲେ‌ । ପରେ ଏକ ୫ଜଣିଆ ଠକ ଗ୍ୟାଙ୍ଗକୁ ପୋଲିସ ଧରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.