ETV Bharat / city

ପୂର୍ବତଟ ରେଳପଥ ମଧ୍ୟରେ ଚଳାଚଳ କରିବ 4ଟି ସ୍ବତନ୍ତ୍ର ଟ୍ରେନ - Four special trains will run along the East Coast Railway

ପୂର୍ବତଟ ରେଳପଥ ତାର ପରିସୀମା ମଧ୍ୟରେ ଆହୁରି ଚାରିଟି ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

ପୂର୍ବତଟ ରେଳପଥ ମଧ୍ୟରେ ଚଳାଚଳ କରିବ 4ଟି ସ୍ବତନ୍ତ୍ର ଟ୍ରେନ

author img

By

Published : Nov 12, 2020, 7:12 PM IST

ଭୁବନେଶ୍ବର: ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଚାରିଟି ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି । ଏହି 4ଟି ସ୍ବତନ୍ତ୍ର ଟ୍ରେନ ଗୁଡିକ ହେଲା, ବିଶାଖାପାଟନମ- ରାୟଗଡା-ବିଶାଖାପାଟନମ, ପାଲାସା-ବିଶାଖାପାଟନମ-ପାଲାସା ପାଲାସା-ଭୁବନେଶ୍ବର-ପାଲାସା ଏବଂ ସମ୍ବଲପୁର-ରାୟଗଡା-ସମ୍ବଲପୁର ।

1. 08508/08507 ବିଶାଖାପାଟନମ-ରାୟଗଡା-ବିଶାଖାପାଟନମ ସ୍ବତନ୍ତ୍ର ଏକ୍ସପ୍ରେସ। 088508 ବିଶାଖାପାଟନମ-ରାୟଗଡା ସ୍ବତନ୍ତ୍ର ଟ୍ରେନ 15 ନଭେମ୍ବର, 2020 ଠାରୁ ବିଶାଖାପାଟନମରୁ ଅପରାହ୍ନ 4ଟା 50 ମିନିଟରେ ଛାଡି ରାୟଗଡା ଠାରେ ରାତ୍ର 9ଟା ସମୟରେ ପହଞ୍ଚିବ। ଫେରିବା ସମୟରେ, 08507 ରାୟଗଡା-ବିଶାଖାପାଟନମ ବିଶେଷ ଟ୍ରେନ 16 ନଭେମ୍ବରରେ ରାୟଗଡାରୁ ସକାଳ 5ଟା 15 ମିନିଟରେ ଛାଡି ବିଶାଖାପାଟନମରେ ପୂର୍ବାହ୍ନ 9ଟା 25 ମିନିଟରେ ପହଞ୍ଚିବ। ଏହି ଟ୍ରେନରେ 10ଟି ଦ୍ବିତୀୟ ଶ୍ରେଣୀ ସିଟିଙ୍ଗ କୋଚ ଏବଂ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ଉପଲବ୍ଧ ଥିବାବେଳେ ଏହା ବିଶାଖାପାଟନମ ଓ ରାୟଗଡା ମଧ୍ୟରେ ଉଭୟ ପାର୍ଶ୍ବରୁ ସିମାଞ୍ଚଳମ, କୋଟାଭାଲାସା, ବିଜୟନଗରମ, ଗଜପତିନଗରମ, ବବିଲି ଏବଂ ପାର୍ବତୀପୁରମ ଷ୍ଟେସନ ମାନଙ୍କରେ ରହଣି କରିବ।

2. 08531/08532 ପାଲାସା-ବିଶାଖାପାଟନମ-ପଲାସା ସ୍ବତନ୍ତ୍ର ଏକ୍ସପ୍ରେସ |08531 ପଲାସା-ବିଶାଖାପାଟନମ ସ୍ବତନ୍ତ୍ର ଟ୍ରେନ 16 ନଭେମ୍ବର, 2020 ଠାରୁ ପଲାସା ଠାରୁ ସକାଳ ୫ଟା ୨୫ରେ ଛାଡି ବିଶାଖାପାଟନମରେ ପୂର୍ବାହ୍ନ ଦଶ ଘଣ୍ଟାରେ ପହଞ୍ଚିବ । ଫେରିବା ଦିଗରେ, 08532 ବିଶାଖାପାଟନମ-ପଲାସା ବିଶେଷ ଟ୍ରେନ ବିଶାଖାପାଟନମରୁ 15 ନଭେମ୍ବର, 2020 ଠାରୁ ସନ୍ଧ୍ୟା ୬ଟା ୩୫ରେ ଛାଡି ପଲାସାରେ ରାତ୍ର ୧୧ଟା ୩୦ରେ ପହଞ୍ଚିବ । ଏହି ଟ୍ରେନରେ 14ଟି ଦ୍ବିତୀୟ ଶ୍ରେଣୀ ସିଟିଙ୍ଗ କୋଚ ଏବଂ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ଉପଲବ୍ଧ ଥିବାବେଳେ ଏହା ପଲାସା ଓ ବିଶାଖାପାଟନମ ମଧ୍ୟରେ ଉଭୟ ପାର୍ଶ୍ବରୁ ନୌପଡା, ତିଲାରୁ, ଶ୍ରୀକାକୁଲମ ରୋଡ, ପୁଣ୍ଡରୁ, ଚିପୁରୁପାଲ୍ଲୀ, ବିଜୟନଗରମ, କୋଟାଭାଲାସା ଏବଂ ସିମାଞ୍ଚଳମ ଷ୍ଟେସନ ମାନଙ୍କରେ ରହଣି କରିବ ।

3. 08434/08433 ପଲାସା-ଭୁବନେଶ୍ବର-ପଲାସା ସ୍ବତନ୍ତ୍ର ଏକ୍ସପ୍ରେସ । 08534 ପଲାସା-ଭୁବନେଶ୍ବର ବିଶେଷ ଟ୍ରେନ 16 ନଭେମ୍ବର, 2020 ଠାରୁ ପଲାସାରୁ ସକାଳ ୬ ଘଟିକାରେ ଛାଡି ଭୁବନେଶ୍ବରରେ ପୂର୍ବାହ୍ନ ୧୦ଟା ୧୦ରେ ପହଞ୍ଚିବ। ଫେରିବା ଦିଗରେ, 08533 ଭୁବନେଶ୍ବର-ପଲାସା ବିଶେଷ ଟ୍ରେନ ଭୁବନେଶ୍ବରରୁ 15 ନଭେମ୍ବର, 2020 ଠାରୁ ସନ୍ଧ୍ୟା ୬ଟା ୨୦ରେ ଛାଡି ପଲାସା ଠାରେ ରାତ୍ର ୧୦ଟା ୪୦ରେ ପହଞ୍ଚିବ । ଏହି ଟ୍ରେନରେ 16ଟି ଦ୍ବିତୀୟ ଶ୍ରେଣୀ ସଂରକ୍ଷିତ ସିଟିଙ୍ଗ କୋଚ ଉପଲବ୍ଧ ଥିବାବେଳେ ଏହା ଉଭୟ ପାର୍ଶ୍ବରୁ ପଲାସା ଓ ଭୁବନେଶ୍ବର ମଧ୍ୟରେ ସୋମପେଟା, ଇଚ୍ଛାପୁରମ, ବ୍ରହ୍ମପୁର, ଛତ୍ରପୁର, ଖଲିକୋଟ, ବାଲୁଗାଁ, କାଳୁପଡାଘାଟ, ନିରାକାରପୁର ଓ ଖୋର୍ଦ୍ଧା ରୋଡ ଷ୍ଟେସନ ମାନଙ୍କରେ ରହଣି କରିବ |

4. 08301/08302 ସମ୍ବଲପୁର-ରାୟଗଡା-ସମ୍ବଲପୁର ସ୍ବତନ୍ତ୍ର ଏକ୍ସପ୍ରେସ । 08301 ସମ୍ବଲପୁର-ରାୟଗଡା ବିଶେଷ ଟ୍ରେନ15 ନଭେମ୍ବର, ୨୦୨୦ ଠାରୁ ସମ୍ବଲପୁରରୁ ସକାଳ ୬ଟା ୦୫ରେ ଛାଡି ରାୟଗଡା ଠାରେ ଅପରାହ୍ନ ୧୨ଟା ୪୦ରେ ପହଞ୍ଚିବ। ଫେରିବା ଦିଗରେ, 08302 ରାୟଗଡା-ସମ୍ବଲପୁର ବିଶେଷ ଟ୍ରେନ ରାୟଗଡାଠାରୁ 15 ନଭେମ୍ବର, 2020 ରୁ ଅପରାହ୍ନ ୨ଟା ୦୫ରେ ଛାଡି ସମ୍ବଲପୁର ଠାରେ ରାତ୍ର ୮ଟା ୨୦ରେ ପହଞ୍ଚିବ । ଏହି ଟ୍ରେନରେ ଗୋଟିଏ ସ୍ଲିପର କ୍ଲାସ, 6ଟି ଦ୍ବିତୀୟ ଶ୍ରେଣୀ ସଂରକ୍ଷିତ ସିଟିଙ୍ଗ କୋଚ ଏବଂ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ଉପଲବ୍ଧ ଥିବାବେଳେ ଉଭୟ ପାର୍ଶ୍ବରୁ ସମ୍ବଲପୁର ଓ ରାୟଗଡା ମଧ୍ୟରେ ହୀରାକୁଦ, ଅତାବିରା, ବରଗଡ ରୋଡ, ବରପାଲି, ଲୋଇସିଙ୍ଗା, ବାଲାଙ୍ଗୀର, ସଇଁତଳା, ବଡ଼ମାଲ, ଟିଟିଲାଗଡ, କେସିଙ୍ଗା, ରୁପ୍ରା ରୋଡ, ନର୍ଲା ରୋଡ, ଲାଞ୍ଜିଗଡ଼ ରୋଡ଼, ଆମ୍ବାଦଳା, ମୁନିଗୁଡା, ଥେରୁଭାଲୀ ଏବଂ ସିଙ୍ଗାପୁର ରୋଡ ଷ୍ଟେସନ ମାନଙ୍କରେ ରହଣି କରିବ ଅନ୍ୟପଟେ । କମ ଯାତ୍ରୀ ହେତୁ ନିମ୍ନଲିଖିତ ଅନୁଯାୟୀ ଭୁବନେଶ୍ବର-ବାଙ୍ଗିରିପୋସି-ଭୁବନେଶ୍ବର, ପୁରୀ-ବଡ଼ବିଲ-ପୁରୀ, ପୁରୀ-ପାରାଦୀପ-ପୁରୀ, ବିଶାଖାପାଟନମ-ବିଜୟୱାଡା-ବିଶାଖାପାଟନମ ଏବଂ ପୁରୀ-ହାଓ୍ବଡା-ପୁରୀ ସାପ୍ତାହିକ ବିଶେଷ ଟ୍ରେନ ମାନଙ୍କର ସେବାକୁ ବାତିଲ କରିଦିଆଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.