ETV Bharat / city

‘ରାଜୀବ ଗାନ୍ଧୀ ଖେଳରତ୍ନ’ ପାଇଁ ଦୂତିଙ୍କ ନାଁ ସୁପାରିଶ - ପୁରସ୍କାର ଘୋଷଣା

ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାଁ ସୁପାରିଶ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କାର ପାଇଁ ମନୋନୀତ ଚାରି ଖେଳାଳି

author img

By

Published : Jun 29, 2021, 2:03 PM IST

Updated : Jun 30, 2021, 6:04 AM IST

ଭୁବନେଶ୍ବର: ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାଁ ସୁପାରିଶ କଲେ ରାଜ୍ୟ ସରକାର । ଅର୍ଜୁନ ପୁରସ୍କାର ପାଇଁ ହକି ଖେଳାଳି ବିରେନ୍ଦ୍ର ଲାକ୍ରା, ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ହକି କୋଚ୍ କାଲୁ ଚରଣ ଚୌଧୁରୀ, ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ଦୂତୀ ଚାନ୍ଦ ଓ ଧାନଚାନ୍ଦ ପୁରସ୍କାର ପାଇଁ ପୂର୍ବତନ ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳଙ୍କ ନାଁ ସୁପାରିଶ କରିଛନ୍ତି ରାଜ୍ୟ ସରକାର ।

ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ନାଁ ସୁପାରିଶ କରିଛି । ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପାଇଁ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାଁ ସୁପାରିଶ କରିଛନ୍ତି ରାଜ୍ୟ ସରକାର । ଗତବର୍ଷ ରାଜ୍ୟ ସରକାର ଦୂତୀ ଓ ବୀରେନ୍ଦ୍ରଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଥିଲେ । ଦୂତୀଙ୍କୁ ଗତବର୍ଷ ଅର୍ଜୁନ ପୁରସ୍କାର ମିଳିଥିଲା । ବୀରେନ୍ଦ୍ର ଦ୍ୱିତୀୟ ଥର ପାଇଁ ଅଲମ୍ପିକ୍ସ ଟିକେଟ ପାଇଛନ୍ତି । ଭାରତୀୟ ହକି ଟିମ୍‌ର ଉପଅଧିନାୟକ ଅଛନ୍ତି ବୀରେନ୍ଦ୍ର ଲାକ୍ରା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Jun 30, 2021, 6:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.